ETV Bharat / sports

Ind vs NZ: ଦ୍ବିତୀୟ ଟେଷ୍ଟରୁ ଇଶାନ୍ତ, ଜାଡେଜା, ରାହାଣେ ବାଦ୍‌

ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରଜର ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଦ୍ରୁତ ବୋଲର ଇଶାନ୍ତ ଶର୍ମା, ଅଲରାଉଣ୍ଡର ରବିନ୍ଦ୍ର ଜାଡେଡା ଓ ଅଜିଙ୍କ୍ୟ ରାହାଣେ ଆହତ କାରଣରୁ ମୁମ୍ବାଇ ଟେଷ୍ଟରୁ ବାଦ୍‌ ପଡିଛନ୍ତି । ଅଧିକ ପଢନ୍ତୁ

Ind vs NZ, 2nd Test: Ishant, Jadeja, Rahane ruled out due to injury
Ind vs NZ: ଦ୍ବିତୀୟ ଟେଷ୍ଟରୁ ଇଶାନ୍ତ, ଜାଡେଜା, ରାହାଣେ ବାଦ୍‌
author img

By

Published : Dec 3, 2021, 4:28 PM IST

Updated : Dec 3, 2021, 5:44 PM IST

ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରଜର ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । କ୍ୟାପଟେନ ବିରାଟ କୋହଲି ଟିମକୁ ଫେରିଥିବା ବେଳେ ଭାରତୀୟ ଟିମକୁ ଆହତ ଜନିତ ଝଟକା ଲାଗିଛି । ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମା, ଅଲରାଉଣ୍ଡର ରବିନ୍ଦ୍ର ଜାଡେଡା ଓ ଅଜିଙ୍କ୍ୟ ରାହାଣେ ଆହତ କାରଣରୁ ମୁମ୍ବାଇ ଟେଷ୍ଟରୁ ବାଦ୍‌ (ruled out) ପଡିଛନ୍ତି । ପ୍ରଥମ ଟେଷ୍ଟରେ ସମସ୍ତେ ଆହତ ହୋଇଥିଲେ ।

କାନପୁର ଟେଷ୍ଟର ପଞ୍ଚମ ଦିନରେ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା । ଫଳରେ BCCI ମେଡିକାଲ ଟିମ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚ ସମୟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଡାହାଣ ହାତ(Right Forearm)ରେ ଯନ୍ତ୍ରଣା ଅନୁଭବ କରୁଥିଲେ ଓ ପରେ ସ୍କାନ ରିପୋର୍ଟରେ ଆଘାତ ଥିବା ଜଣାପଡିଛି । ଫଳରେ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡିବା ସହ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି । BCCI ପକ୍ଷରୁ ଏନେଇ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Omicron Scare: ସପ୍ତାହେ ଘୁଞ୍ଚିପାରେ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ

ସେହିପରି ଅଜିଙ୍କ୍ୟ ରାହାଣେ କାନପୁର ଟେଷ୍ଟର ଶେଷ ଦିନରେ ଫିଲ୍ଡିଂ କରୁଥିବା ସମୟରେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିଲେ । ସଂପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ସେ ମଧ୍ୟ ମୁମ୍ବାଇ ଟେଷ୍ଟରୁ ବାଦ୍‌ ପଡିଛନ୍ତି । BCCI ମେଡିକାଲ ଟିମ ତାଙ୍କର ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2021, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.