ETV Bharat / sports

IND vs BAN 3rd ODI: ଭାରତକୁ ଝଟକା, ଖେଳିବେନି ଏହି 3 ଖେଳାଳି - ଭାରତ ବନାମ ବାଂଲାଦେଶ

ଘରୋଇ ବାଂଲାଦେଶ ଓ ଭାରତ (IND vs BAN third ODI) ମଧ୍ୟରେ ଦିନିକିଆ ସିିରିଜ ଜାରି ରହିଛି । ତୃତୀୟ ଦିନିକିଆ ପୂର୍ବରୁ ଭାରତୀୟ ଦଳକୁ ଝଟକା ଲାଗିଛି । ଦଳର ତିନି ଖେଳାଳିଙ୍କୁ ତୃତୀୟ ଦିନିକିଆରୁ ବାଦ କରାଯାଇଛି । ଅଧିକ ପଢନ୍ତୁ

IND vs BAN 3rd ODI: ଭାରତକୁ ଝଟକା, ଖେଳିବେନି ଏହି 3 ଖେଳାଳି

author img

By

Published : Dec 8, 2022, 2:15 PM IST

ଢାକା: ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଜାରି ରହିଛି । ପ୍ରଥମ ଦୁଇ ମ୍ୟାଚ ଜିତି ଆଗୁଆ ସିରିଜ ହାତେଇଛି ବାଂଲାଦେଶ । ଡିସେମ୍ବର 10 ତାରିଖରେ ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ (IND vs BAN 3rd ODI) । ଏହା ପୂର୍ବରୁ ଭାରତକୁ ଝଟକା ଲାଗିଛି । ତିନି ଜଣ ଖେଳାଳିଙ୍କୁ ମ୍ୟାଚରୁ ବାଦ ରଖାଯାଇଛି । ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଓ କୁଲଦୀପ ସେନ ଅନ୍ତିମ ଦିନିକିଆ ଖେଳିବେ ନାହିଁ । ଆହତଜନିତ ସମସ୍ୟା ପାଇଁ ଖେଳାଳିଙ୍କ ବାଦ ରଖାଯାଇଥିବା ଜଣାପଡିଛି ।

କୋଚ ରାହୁଲ ଦ୍ରାବିଡ ସୂଚନା ଦେଇ କହିଛନ୍ତି, ରୋହିତ ଶର୍ମାଙ୍କ ସମେତ 3 ଜଣେ ଖେଳାଳି ତୃତୀୟ ଦିନିକିଆରୁ ବାଦ ପଡିଛନ୍ତି । ଆହତ ସମସ୍ୟା ପାଇଁ ଏହି ତିନି ଖେଳାଳି ଖେଳିବେ ନାହିଁ । ଏହି ତିନି ଖେଳାଳି ମୁମ୍ବାଇ ଫେରିଯିବେ । ବିଶେଷଜ୍ଞ ସେମାନଙ୍କ ଆହତର ଯାଞ୍ଚ କରିବେ । ଭାରତୀୟ ଅଧିନାୟକ ରୋହିତ ଶର୍ମା ବୁଧବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଆହତ ହୋଇଥିଲେ । କ୍ୟାଚ ଧରିବାକୁ ଯିବା ସମୟରେ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା ।

ପ୍ରକାଶ ଥାଉ କି, ଭାରତ ବାଂଲାଦେଶ ଦିନିକିଆ ସିରିଜରେ ପ୍ରଥମ ଓ ଦ୍ବିତୀୟ ଦିନିକିଆକୁ ବାଂଲାଦେଶ ଯଥାକ୍ରମେ 1 ଓ 5 ରନରେ ଜିତି ନେଇଛି । ବିଜୟ ସହ ଆଗୁଆ ଶୃଙ୍ଖଳା ସିଲ କରିଛି ବାଂଲାଦେଶ । ସିରିଜରେ ତୃତୀୟ ଦିନିକିଆ ଚଟ୍ଟଗାଓଁରେ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.