ETV Bharat / sports

୨ୟ ଟି୨୦ରେ ବଦଳିବ ଭାରତର ଚୂଡ଼ାନ୍ତ ଏକାଦଶ ! ସାମିଲ ହୋଇପାରନ୍ତି ଏହି ଦୁଇ ଖେଳାଳି - ଭାରତ ବନାମ ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳରେ ହୋଇପାରେ ଦୁଇଟି ପରିବର୍ତ୍ତନ । ଥିରୁଅନନ୍ତପୁରମରେ ଝାଳବୁହା ପରିଶ୍ରମ କଲେ ଅଭେଶ ଖାନ ଓ ୱାଶିଂଟନ ସୁନ୍ଦର । ଅଧିକ ପଢ଼ନ୍ତୁ

୨ୟ ଟି୨୦ରେ ବଦଳିବ ଭାରତର ଚୂଡ଼ାନ୍ତ ଏକାଦଶ !
୨ୟ ଟି୨୦ରେ ବଦଳିବ ଭାରତର ଚୂଡ଼ାନ୍ତ ଏକାଦଶ !
author img

By ETV Bharat Odisha Team

Published : Nov 25, 2023, 10:57 PM IST

ଥିରୁଅନନ୍ତପୁରମ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚ୍‌କୁ ୨ ୱିକେଟ୍‌ରେ ଜିତି ଆରମ୍ଭରୁ ଶୃଙ୍ଖଳାରେ ୧-୦ରେ ଲିଡ୍‌ କରିଛି ଟିମ୍‌ ଇଣ୍ଡିଆ । ଦ୍ବିତୀୟ ମ୍ୟାଚ୍‌ ପାଇଁ କେରଳର ରାଜଧାନୀ ଥିରୁଅନନ୍ତପୁରମରେ ପହଞ୍ଚିଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଟିମ୍‌ ଇଣ୍ଡିଆ । କାଉଣ୍ଟର ଆଟାକ୍‌ ସହ ଶୃଙ୍ଖଳାକୁ ୧-୧ରେ ବରାବର କରିବା ଲକ୍ଷ୍ୟରେ କଙ୍ଗାରୁ ଦଳ ରହିଥିବାବେଳେ ଏପଟେ ଟିମ୍‌ ଇଣ୍ଡିଆ ଦ୍ବିତୀୟ ମ୍ୟାଚ୍‌ ପାଇଁ ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ବିଶ୍ବକପ୍‌ ୨୦୨୩ ପରାଜୟ ପରେ ପରେ ଆରମ୍ଭ ହୋଇଥିବା ଏହି ଟି୨୦ ସିରିଜରୁ ଭାରତୀୟ ଦଳରୁ ଅନେକ ବରିଷ୍ଠ ଖେଳାଳି ବାଦ ପଡ଼ିଛନ୍ତି । ଫଳରେ ଦଳର ନେତୃତ୍ବ ସୁର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି । ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ କୋଚ୍‌ ଦାୟିତ୍ବରେ ରହିଛନ୍ତି ପୂର୍ବତନ ଭାରତୀୟ ଭେଟେରାନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ । ତେବେ ଏହି ଦୁଇ ନୂତନ ଅଧିନାୟକ ଓ ପ୍ରଶିକ୍ଷକଙ୍କ ଯୋଡି ଦଳରେ ଦ୍ରୁତ ବୋଲର ଅଭେଶ ଖାନ ଓ ଅଲରାଉଣ୍ଡର ୱାଶିଂଟନ୍‌ ସୁନ୍ଦରଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ସୁଯୋଗ ଦେଇପାରନ୍ତି ବୋଲି ଖବର ପ୍ରକାଶ ପାଇଛି । ଶନିବାର ଦୁହେଁ ଝାଳବୁହା ଅଭ୍ୟାସ କରିଥିବା ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛି ବିସିସିଆଇ ।

ଏହା ମଧ୍ୟ ପଢ଼ନ୍ତୁ...ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟି୨୦ ମ୍ୟାଚ୍‌କୁ ବର୍ଷା ଭୟ, ଜାଣନ୍ତୁ କଣ କହୁଛି ପାଣିପାଗ ରିପୋର୍ଟ

ୱାଶିଂଟନ୍‌ ସୁନ୍ଦର ଓ ଅଭେଶ ଖାନଙ୍କୁ ମିଳିପାରେ ସୁଯୋଗ: ପ୍ରଥମ ମ୍ୟାଚ୍‌ରେ ରବି ବିଷ୍ଣୋଇଙ୍କୁ ଦଳରେ ସୁଯୋଗ ଦିଆଯାଇଥିଲା । ହେଲେ ସେ କେବଳ ୪ ଓଭରରୁ ୫୪ ରନ୍ ବ୍ୟୟ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ତାଙ୍କ ସ୍ଥାନରେ ୱାଶିଂଟନ୍‌ ସୁନ୍ଦରଙ୍କୁ ଏକ ସୁଯୋଗ ଦେଇପାରେ ବୋଲି ଆଶା କରାଯାଉଛି । କାରଣ ସେ ଡାହାଣହାତୀ ସ୍ପିନ୍ ବୋଲିଂ ସହିତ ୮ମ ସ୍ଥାନରେ ଭଲ ବ୍ୟାଟିଂ କରିବାର ବିକଳ୍ପ ମଧ୍ୟ ହୋଇଥାନ୍ତି । ସେହିଭଳି ପ୍ରସିଦ୍ଧ କ୍ରିଷ୍ଣା ସବୁଠାରୁ ମହଙ୍ଗା ବୋଲର ପ୍ରମାଣିତ ହୋଇଥିଲେ । ତେଣୁ ତାଙ୍କ ସ୍ଥାନରେ ଅଭେଶ ଖାନଙ୍କୁ ଏକ ସୁଯୋଗ ଦିଆଯାଇପାରେ ବୋଲି ଆଶା କରାଯାଉଛି । ମୁକେଶ କୁମାର ତାଙ୍କ ବୋଲିଂରେ ବେଶ ପ୍ରଭାବିତ କରିଥିଲେ । ସେହିଭଳି ଦଳରେ ଏକମାତ୍ର ବାମହାତୀ ଦ୍ରୁତ ବୋଲର ହେଉଛନ୍ତି ଅର୍ଶଦୀପ ସିଂହ । ତେଣୁ ଉଭୟଙ୍କୁ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ସୁଯୋଗ ଦିଆଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.