ETV Bharat / sports

ଜାଣନ୍ତୁ, କେବେ ଆରମ୍ଭ ହୋଇଥିଲା ବୋର୍ଡର ଗାଭାସ୍କର ଟ୍ରଫି

author img

By

Published : Feb 4, 2023, 10:31 AM IST

ବୋର୍ଡର ଗାଭାସ୍କର ଟ୍ରଫି ସିରିଜର ନାମ ଦୁଇ ମହାନ ଟେଷ୍ଟ କ୍ରିକେଟରଙ୍କ ନାମରେ ରଖାଯାଇଛି । ଅଷ୍ଟ୍ରେଲିଆର ଏଲନ ବୋର୍ଡର ଏବଂ ଭାରତର ସୁନୀଲ ଗାଭାସ୍କର ନାମରେ ଏହି ବୋର୍ଡର ଗାଭାସ୍କର ଟ୍ରଫିର ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ

ସୁନୀଲ ଗାଭାସ୍କର ଓ  ଏଲନ ବୋର୍ଡର
ସୁନୀଲ ଗାଭାସ୍କର ଓ ଏଲନ ବୋର୍ଡର

ହାଇଦ୍ରାବାଦ: ୨୭ ବର୍ଷ ଧରି ଖେଳାଯାଉଛି ଏହି ବୋର୍ଡର ଗାଭାସ୍କର ଟ୍ରଫି । ଏହି ସିରିଜର ନାମ ଦୁଇ ମହାନ ଟେଷ୍ଟ କ୍ରିକେଟରଙ୍କ ନାମରେ ରଖାଯାଇଛି । ଅଷ୍ଟ୍ରେଲିଆର ଏଲନ ବୋର୍ଡର ଏବଂ ଭାରତର ସୁନୀଲ ଗାଭାସ୍କର ନାମରେ ଏହି ବୋର୍ଡର ଗାଭାସ୍କର ଟ୍ରଫିର ଆରମ୍ଭ ହୋଇଥିଲା । ଏହି ଦୁଇ କ୍ରିକେଟ କିମ୍ବଦନ୍ତୀ ବୋର୍ଡର ଏବଂ ଗାଭାସ୍କର ଟେଷ୍ଟ କ୍ରିକେଟ ଇତିହାସରେ ଏକ ମାଇଲଷ୍ଟୋନ ସୃଷ୍ଟି କରିଛନ୍ତି ।

ଯିଏ କି ନିଜର ଟେଷ୍ଟ କ୍ରିକେଟ କ୍ୟାରିୟରରେ ୧୦,୦୦୦ ରୁ ଅଧିକ ରନ ସଂଗ୍ରହ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ତେବେ ଏହି ବୋର୍ଡର ଗାଭାସ୍କର ଟ୍ରଫି ଅଧିକ ରନ ସଂଗ୍ରହ କରିଥିବା କ୍ରିକେଟ ହେଉଛନ୍ତି ସଚିନ ତେନ୍ଦୁଲକର, ରିକି ପଣ୍ଟିଂ ଏବଂ ଭିଭିଏସ ଲକ୍ଷ୍ମଣ । ସଚିନ ତେନ୍ଦୁଲକର ବୋର୍ଡର ଗାଭାସ୍କର ଟ୍ରଫିରେ ୩୨୬୨ ରନ ସଂଗ୍ରହ କରିଛନ୍ତି । ରିକି ପଣ୍ଟିଂ ବୋର୍ଡର ଗାଭାସ୍କର ଟ୍ରଫିରେ ୨୫୫୫ ରନ ସଂଗ୍ରହ କରିଛନ୍ତି । ଭିଭିଏସ ଲକ୍ଷ୍ମଣ ବୋର୍ଡର ଗାଭାସ୍କର ଟ୍ରଫିରେ ୨୪୩୪ ରନ ସଂଗ୍ରହ କରିଛନ୍ତି ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ କ୍ରିକେଟ ୧୯୪୭ ମସିହାରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆର ଏଲନ ବୋର୍ଡର ଏବଂ ଭାରତର ସୁନୀଲ ଗାଭାସ୍କରଙ୍କ ଟେଷ୍ଟ କ୍ରିକେଟରେ ଉଚ୍ଚକୋଟୀର ପ୍ରଦର୍ଶନ ନେଇ ଏହି ଟ୍ରଫିର ଆରମ୍ଭ ହୋଇଥିଲା । ବର୍ଷ ୧୯୯୬ରେ ଏହି ଦୁଇ କିମ୍ବଦନ୍ତୀ କ୍ରିକେଟର କ୍ରିକେଟ ଦୁନିଆରୁ ସନ୍ନ୍ୟାସ ନେଇଥିଲେ । ଏହାପରେ କ୍ରିକେଟ ଅଷ୍ଟ୍ରେଲିଆ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସହମତି କ୍ରମେ ଏହି ବୋର୍ଡର ଗାଭାସ୍କର ଟ୍ରଫିର ଆରମ୍ଭ ହୋଇଥିଲା ।

ବୋର୍ଡର ଗାଭାସ୍କର ଟ୍ରଫିରେ ପ୍ରଥମେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଏହା ଫିରୋଜ ଶାହା କୋଟଲା ଷ୍ଟାଡିୟମ ତଥା ଏବେର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ଏହି ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଜୟ ହାସଲ କରିଥିଲା । ପ୍ରଥମ ବୋର୍ଡର ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ରହିଥିଲା ଭାରତ । ଭାରତ ଓ ଅଷ୍ଟ୍ରେଲିଆ ୧୫ ଥର ଏହି ଏହି ବୋର୍ଡର ଗାଭାସ୍କର ଟ୍ରଫି ସିରିଜ ଖେଳିଛନ୍ତି ।

ଯେଉଁଥିରେ ଭାରତ ୯ ଥର ଏହି ସିରିଜରେ ବିଜୟ ଲାଭ କରିଛି । ସେହିପରି ଅଷ୍ଟ୍ରେଲିଆ ୫ ଥର ଏହି ସିରିଜରେ ବିଜୟ ଲାଭ କରିଛି । ଉଭୟ ଦଳ ମଧ୍ୟରେ ଗୋଟିଏ ସିରିଜ ଡ୍ର ରହିଛି । ଏହି ଟ୍ରଫିରେ ସବୁଠୁ ଅଧିକ ୱିକେଟ ଅନିଲ କୁମ୍ବଲେ, ହରଭଜନ ସିଂହ, ଏବଂ ନାଥନ ଲିୟୋନ ନେଇଛନ୍ତି । ବୋର୍ଡର ଗାଭାସ୍କର ଟ୍ରଫିରେ ହରଭଜନ ସିଂହ ୯୫ ଟି ୱିକେଟ ନେଇଛନ୍ତି । ସେହିପରି ଅନିଲ କୁମ୍ବଲେ ୧୧୧ଟି ୱିକେଟ ନେଇଥିବା ବେଳେ ନାଥନ ଲିୟୋନ ୯୪ଟି ୱିକେଟ ନେଇଛନ୍ତି ।

ସେପଟେ ବୋର୍ଡର ଗାଭାସ୍କର ଟ୍ରଫି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ପେବୃଆରୀ ୯ ତାରିଖରେ ନାଗପୁରରେ ଆରମ୍ଭ ହେବ । ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଁଞ୍ଚିବାର ପ୍ରବେଶ ଏହି ସିରିଜ ହିଁ ନିର୍ଣ୍ଣୟ କରିବ । ସେହିପରି ୧୯ ବର୍ଷ ଧରି ଭାରରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ଅଷ୍ଟ୍ରେଲିଆ ୨୦୦୪-୦୫ ପରେ ଭାରତରେ କୌଣସି ଟେଷ୍ଟ ସିରିଜ ଜିତି ପାରିନାହିଁ । ତେବେ ଉଭୟ ଟିମ ସିରିଜ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.