ETV Bharat / sports

'ଇଂଲଣ୍ଡରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ନ ଖେଳାଯାଉ'

author img

By

Published : Jun 21, 2021, 9:06 PM IST

ଗୁରୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଗୁଡ଼ିକ ଇଂଲଣ୍ଡରେ ଆୟୋଜନ ନ ହେବା ଉଚିତ । ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସନ । ଅଧିକ ପଢ଼ନ୍ତୁ...

wtc final petersen statement
wtc final petersen statement

ନୂଆଦିଲ୍ଲୀ: ଗୁରୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଗୁଡ଼ିକ ଇଂଲଣ୍ଡରେ ଆୟୋଜନ ନ ହେବା ଉଚିତ । ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସନ । ବର୍ଷା ଯୋଗୁଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ବାରମ୍ବାର ବାଧାପ୍ରାପ୍ତ ହୋଇଛି । ଏହାପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପିଟରସନ ।

ବର୍ଷା ଯୋଗୁଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ପ୍ରଥମ ଦିନ ଖେଳ ବାତିଲ ହୋଇଥିଲା । ଏହାପରେ ପୁନଃ ସୋମବାର ବର୍ଷା ଯୋଗୁଁ ଚତୁର୍ଥ ଦିନ ଖେଳ ବାତିଲ ହୋଇଛି । ବର୍ଷା ଯୋଗୁଁ ମ୍ୟାଚ ବାରମ୍ବାର ବାଧାପ୍ରାପ୍ତ ହେବା ପରେ ଉଭୟ ଖେଳାଳି ଓ ଫ୍ୟାନମାନଙ୍କ ମନରେ ନିରାଶା ଦେଖା ଦେଇଛି । ସମୟ ଅତିବାହିତ କରିବା ପାଇଁ ଇଲଂଣ୍ଡ ଖେଳାଳି ଟେବୁଲ ଟେନିସ ଖେଳୁଥିବା ଦେଖା ଦେଇଛି ।

ଏହାକୁ ନେଇ କେଭିନ ପିଟରସନ ଟ୍ୱିଟ୍ କରି କହିଛନ୍ତି ଯେ, “ଏହା କହିବାକୁ ମୋତେ ଦୁଃଖ ଲାଗୁଛି । କିନ୍ତୁ ଅତି ଗୁରୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଇଂଲଣ୍ଡରେ ଆୟୋଜନ ନହେବା ଉଚିତ ।”

ବର୍ଷା ଯୋଗୁଁ ପ୍ରଥମ ଦିନ ଖେଳ ବାତିଲ ହେବାପରେ ଦ୍ୱିତୀୟ ଦିନ ମଧ୍ୟ ଖରାପ ଆଲୁଅ ଯୋଗୁଁ ଶୀଘ୍ର ପଡ଼ିଆରୁ ଫେରି ଯାଇଥିଲେ ଖେଳାଳି । ବର୍ତ୍ତମାନ ସୁଦ୍ଧା ମ୍ୟାଚରେ ମଜବୁତ ସ୍ଥିତିରେ ରହିଛି ନ୍ୟୁଜିଲାଣ୍ଡ ଦଳ । ନ୍ୟୁଜିଲାଣ୍ଡ ଫାଷ୍ଟ ବୋଲର କାଇଲ ଜେମିସନ 5ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇ ଭାରତକୁ ଧରାଶାୟୀ କରିଛନ୍ତି ।

ଭାରତର ପ୍ରଥମ ଇଂନିସରେ 217 ରନ କରିଛି । ଜବାବରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇଂନିସରେ ଦୁଇ ୱିକେଟ ହରାଇ 101 କରି ମ୍ୟାଚରେ ଭଲ ସ୍ଥିତିରେ ରହିଛି । ଅଧିନାୟକ କେନ ୱିଲିୟମସନ 12 ରନ୍‌ କରି ଅପରାଜିତ ରହିଛନ୍ତି । ଡେଭନ କନୱେଙ୍କ 54 ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳି ନିଜ ୱିକେଟ ହରାଇଛନ୍ତି । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଓ ରବି ଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.