ETV Bharat / sports

BCCIକୁ ରମିଜଙ୍କ ଧମକ: ଭାରତ ନ ଆସିଲେ, ବିଶ୍ବକପ ଖେଳିବାକୁ ଯିବନି ପାକିସ୍ତାନ

author img

By

Published : Nov 26, 2022, 5:02 PM IST

ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ୨୦୨୩କୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ(PCB chief Ramiz Raja) ଅଧ୍ୟକ୍ଷ ରମିଜ ରାଜାଙ୍କ ବଡ ବୟାନ । ଯଦି ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ନ ଆସେ, ତେବେ ଭାରତରେ ହେବାକୁ ଥିବା ୨୦୨୩ ପୁରୁଷ ଦିନିକିଆ ବିଶ୍ବକପ(2023 ODI WC) ଖେଳିବାକୁ ଯିବନି ପାକିସ୍ତାନ ଟିମ । ଅଧିକ ପଢନ୍ତୁ

Etv BharatIf India does not come for Asia Cup, Pakistan will not go for 2023 WC: PCB chief Ramiz Raja
Ramiz raja file pic

ଇସଲାମାବାଦ(ପାକିସ୍ତାନ): ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ୨୦୨୩କୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ(PCB chief Ramiz Raja) ଅଧ୍ୟକ୍ଷ ରମିଜ ରାଜାଙ୍କ ବଡ ବୟାନ । ଯଦି ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ନ ଯାଏ, ତେବେ ଭାରତରେ ହେବାକୁ ଥିବା ୨୦୨୩ ପୁରୁଷ ଦିନିକିଆ ବିଶ୍ବକପ(2023 ODI WC) ଖେଳିବାକୁ ଆସିବନି ପାକିସ୍ତାନ ଟିମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ବିସିସିଆଇ ଉଦ୍ଦେଶ୍ୟରେ ଏପରି କିଛି ଧମକପୂର୍ଣ୍ଣ କଥା କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ।

ପୂର୍ବରୁ ଅକ୍ଟୋବରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସମ୍ପାଦକ ଜୟ ଶାହ ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ସ୍ପଷ୍ଟ କରିଥିଲେ ଯେ, ଭାରତୀୟ ଟିମ ପାକିସ୍ତାନ ଯିବ ନାହିଁ । ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ(Asia Cup) ଏକ ନ୍ୟୁଟ୍ରାଲ୍‌ ଭେନ୍ୟୁରେ ହେବ । ବିସିସିଆଇର ଏହି ସ୍ପଷ୍ଟୀକରଣ ପରେ ରାଜା ଭାରତକୁ କଟାକ୍ଷ କରିଥିଲେ ଓ କହିଥିଲେ ବିଲିଅନ ଡଲାର ଅର୍ଥନୀତିର ବୋର୍ଡକୁ ଗୋଟିଏ ବର୍ଷ ମଧ୍ୟରେ ଦୁଇଥର ହରାଇଛୁ । ୨୦୨୧ ଟି୨୦ ବିଶ୍ବକପ ଓ ଚଲିତ ବର୍ଷ ଏସିଆ କପ୍‌ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ଠାରୁ ଟିମ ଇଣ୍ଡିଆର ପରାଜୟ ଆଧାରରେ ଏପରି କଟାକ୍ଷ କରିଥିଲେ ରାଜା ।

ଶୁକ୍ରବାର ଗଣମାଧ୍ୟମକୁ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି, "ଯଦି ସେମାନେ(ଭାରତୀୟ ଟିମ) ଆସିବେ, ଆମେ ବିଶ୍ବକପ ଖେଳିବାକୁ ଯିବୁ, ମାତ୍ର ଯଦି ସେମାନେ ଆସିବାକୁ ଚାହୁଁନାହାନ୍ତି ନ ଆସନ୍ତୁ । ତାଙ୍କୁ ପାକିସ୍ତାନ ବିନା ଖେଳିବାକୁ ହେବ । ଯଦି ଭାରତରେ ଆୟୋଜିତ ହେବାକୁ ସୂଚୀ ରହିଥିବା ବିଶ୍ବକପରେ ପାକିସ୍ତାନ ଅଂଶଗ୍ରହଣ ନ କରେ, ତେବେ ଏହାକୁ କିଏ ଦେଖିବ ? ଆମେ ଆକ୍ରମଣାତ୍ମଣ ରଣନୀତି ଆପଣାଇବୁ, ଆମର ଟିମ ଭଲ ପ୍ରଦର୍ଶନ କରୁଛି । ଆମେ ବିଶ୍ବର ବଡ ବ୍ୟବସାୟ ଦେଉଥିବା କ୍ରିକେଟ ଟିମକୁ ହରାଇଛୁ, ଆମେ ଟି୨୦ ବିଶ୍ବକପର ଫାଇନାଲ ଖେଳିଛୁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ସବୁବେଳେ କହିଆସିଛି, ଆମେ ପାକିସ୍ତାନ କ୍ରିକେଟର ଅର୍ଥିନୀତିକୁ ସୁଧାରିବାକୁ ଚାହୁଁଛୁ, ଯାହାକି କେବଳ ସମ୍ଭବ ସେତେବେଳେ, ଯେତେବେଳେ ଆମର ଟିମ ଭଲ ପ୍ରଦର୍ଶନ କରିବ । ୨୦୨୧ ଟି୨୦ ବିଶ୍ବକପରେ ଆମେ ଭଲ ପ୍ରଦର୍ଶନ କରିଛୁ । ଆମେ ଭାରତକୁ ହରାଇଛୁ, ଏସିଆ କପ୍‌ରେ ଭାରତକୁ ହରାଇଛୁ, ଯାହାକି ପାକିସ୍ତାନ କ୍ରିକେଟ ଟିମ ଗୋଟିଏ ବର୍ଷ ମଧ୍ୟରେ ବିଲିୟନ ଡଲାର କ୍ରିକେଟ ବୋର୍ଡକୁ ଦୁଇଥର ହରାଇଛି ।"

ନ୍ୟୁଟ୍ରାଲ ଭେନ୍ୟୁରେ ଏସିଆ କପ୍‌ ଆୟୋଜନ ନେଇ ଶାହଙ୍କ ବୟାନ ପରେ, PCB ଏକ ବିବୃତି ଜାରି କରିଥିଲା, ଯେଉଁଥିରେ ଲେଖାଥିଲା, "ଏପରି ବୟାନର ପ୍ରଭାବ ଏସୀୟ ଓ ଅନ୍ତର୍ଜାତୀୟ କ୍ରିକେଟ ସମୁଦାୟ ମଧ୍ୟରେ ଭାଗ ହେବାକୁ ବଳ ଯୋଗାଇବ । ଏଥିସହ ୨୦୨୩ କ୍ରିକେଟ ବିଶ୍ବକପ ପାଇଁ ପାକିସ୍ତାନର ଭାରତ ଗସ୍ତ ଓ ୨୦୨୪-୨୦୩୧ ସାଇକେଲ ମଧ୍ୟରେ ଭାରତରେ ହେବାକୁ ଥିବା ଭବିଷ୍ୟତର ICC ଇଭେଣ୍ଟ ଉପରେ ପଡିବ ।"

PCBର ବିବୃତି ପରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ପ୍ରତିକ୍ରିୟା ରଖିଥିଲେ ଓ କହିଥିଲେ ଭାରତ ସମସ୍ତ ଦେଶକୁ ନେଇ ୨୦୨୩ ବିଶ୍ବକପ ଆୟୋଜନ କରୁଛି । ଅନୁରାଗ ଠାକୁର କହିଥିଲେ, "ଭାରତ କୌଣସି ଧମକକୁ ଡରେ ନାହିଁ କିମ୍ବା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରୁ ବିରତ ରହିବ ନାହିଁ ।"

ଅକ୍ଟୋବର ମାସରେ ଠାକୁର କହିଥିଲେ, "ଏହା ବିସିସିଆଇର ନିଜ ଅନ୍ତରୀଣ ମାମଲା ଓ ଏହି ସମସ୍ୟାକୁ ଅଧିକାରୀ ସଠିକ୍‌ ଭାବେ ସମାଧାନ କରିବେ । ଆମେ ପୂର୍ବରୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନବେଳେ, କୌଣସି ପ୍ରକାର ଭୁଲ୍‌ କରିନାହୁଁ । ପୂର୍ବରୁ ସଫଳତାର ସହ ଆମେ ବିଶ୍ବକପ ଆୟୋଜନ କରିଛୁ ଓ ସମସ୍ତ ଟିମ ଖୁସିର ସହ ଅଂଶଗ୍ରହଣ କରିଛନ୍ତି । ଆସନ୍ତାବର୍ଷ ମଧ୍ୟ ଆମେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛୁ ଯେଉଁଥିରେ ସମସ୍ତ ଟିମ ସାମିଲ ହେବେ ।"

ସେହିପରି ବିସିସିଆଇ ଅଧ୍ୟକ୍ଷ ରୋଜନ ବିନ୍ନି ମଧ୍ୟ ଭାରତୀୟ ଟିମ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଗସ୍ତ ନେଇ ପ୍ରତିକ୍ରିୟା ରଖିଥିଲେ । ବିନ୍ନି କହିଥିଲେ ଭାରତୀୟ ଟିମ ପାକିସ୍ତାନ ଯିବ କି ନାହିଁ ଏହା ବୋର୍ଡ ନିଷ୍ପତ୍ତି ନେବନାହିଁ ବରଂ ଭାରତ ସରକାରଙ୍କ ନିଷ୍ପତି ଉପରେ ନିର୍ଭର କରିବ । ବିନ୍ନି କହିଛନ୍ତି, "ଏହି ନିଷ୍ପତି ଆମେ ନେଇପାରିବୁ ନାହିଁ । ଆମେ କହିପାରିବୁ ନାହିଁ ଯେ ଆମର ଟିମ ଯିବ କି ନାହଁ । ଆମେ ଯେତେବେଳେ ଦେଶ ଛାଡୁଛୁ କିମ୍ବା ଅନ୍ୟ ଦେଶ ଏଠାକୁ ଆସୁଛନ୍ତି ଏଥିପାଇଁ ସରକାରୀ ସୀକୃତି ଆବଶ୍ୟକ ହେବ । ଆମେ ନିଜେ ସେହି ନିଷ୍ପତି ନେଇପାରିବୁ ନାହିଁ, ଆମେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବୁ ।"

୨୦୨୩ କ୍ରିକେଟ ବିଶ୍ବକପ ହେବ ଭାରତ ନିଜେ ଆୟୋଜନ କରିବାକୁ ଯାଉଥିବା ପ୍ରଥମ ମେଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ । ୧୯୮୭ରେ ପାକିସ୍ତାନ ସହ ମିଶି ଓ ୧୯୯୬ ବିଶ୍ବକପ, ପାକିସ୍ତାନ ଓ ଶ୍ରୀଲଙ୍କା ସହ ମିଶି ଆୟୋଜନ କରିଥିଲା ଭାରତ । ସେହିପରି ୨୦୧୧ ବିଶ୍ବକପ ମଧ୍ୟ ବାଂଲାଦେଶ ଓ ଶ୍ରୀଲଙ୍କା ସହ ମିଶି ଆୟୋଜନ କରିଥିଲା ଭାରତ । ଏହି ସଂସ୍କରଣରେ ଭାରତ ଚମ୍ପିଆନ ମଧ୍ୟ ରହିଥିଲା ।

ତେବେ ପାକିସ୍ତାନରେ ୨୦୨୩ ଏସିଆ କପ୍‌ ଓ ୨୦୨୫ ICC ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାନେଇ ସୂଚୀ ରହିଥିବାରୁ ଭାରତକୁ ମଧ୍ୟ ପାକିସ୍ତାନ ଗସ୍ତ ନେଇ ଆଗାମୀ ସମୟରେ କଡା ନିଷ୍ପତି ନେବାକୁ ହେବ । ୨୦୦୯ରେ ଶ୍ରୀଲଙ୍କା ଟିମ ଉପରେ ଆତଙ୍କବାଦୀ ଆକ୍ରମଣ ପରେ କ୍ରିକେଟ ଟିମ ପାକିସ୍ତାନ ଗସ୍ତରେ ଯିବା ଆରମ୍ଭ କରିଛନ୍ତି । ୨୦୧୫ରେ ଦେଶକୁ ଅନ୍ତର୍ଜାତୀୟ ଗସ୍ତ ଆରମ୍ଭ ହୋଇଥିଲା । ଏହାପରଠାରୁ ଜିମ୍ବାୱେ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଟିମ ପାକିସ୍ତାନ ଗସ୍ତ କରିବା ସହ ଦ୍ବିପାକ୍ଷିକ ସିରିଜ ଖେଳିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.