ETV Bharat / sports

ଯଦି ଅଶ୍ୱିନ ଟେଷ୍ଟରୁ ବାଦ ପଡୁଛନ୍ତି ତାହେଲେ ବିରାଟଙ୍କୁ ମଧ୍ୟ ବାଦ ଦିଆଯାଉ: କପିଲ ଦେବ - ରବିଚନ୍ଦ୍ରନ ଅଶ୍ବିନୀ

୧୯୮୩ ମସିହାର ବିଶ୍ବକପ ବିଜେତା ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଲ ଦେବଙ୍କ ମତାମତ ହେଉଛି ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଯଦି ଦଳରେ ସ୍ଥାନ ମିଳୁନି ତାଙ୍କୁ ବିଶ୍ରାମ ମିଳୁଛି ତାହେଲେ ବିରାଟ କୋହଲିଙ୍କୁ ମଧ୍ୟ ଦଳରେ ସ୍ଥାନ ନ ଦେଇ ବିଶ୍ରାମ ଦେବା ଦରକାର । ଅଧିକ ପଢନ୍ତୁ

ଯଦି ଅଶ୍ବିନୀ ଖେଳରୁ ବାଦ ପଡୁଛନ୍ତି ତାହେଲେ ବିରାଟଙ୍କୁ ମଧ୍ୟ ବାଦ ଦେବା ଦରକାର : କପିଲ ଦେବ

author img

By

Published : Jul 9, 2022, 9:34 PM IST

ହାଇଦ୍ରାବାଦ: 2019 ମସିହା ନଭେମ୍ବର ପରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିନାହାଁନ୍ତି । ଏହା ସହିତ ସେ ଏବେ ଭଲ ଫର୍ମରେ ମଧ୍ୟ ନାହାଁନ୍ତି । ୧୯୮୩ ମସିହାର ବିଶ୍ବକପ ବିଜେତା ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଲ ଦେବଙ୍କ ମତାମତ ହେଉଛି ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ଯଦି ଟେଷ୍ଟ ଦଳରେ ସ୍ଥାନ ମିଳୁନି ତାଙ୍କୁ ବିଶ୍ରାମ ମିଳୁଛି ତାହେଲେ ବିରାଟ କୋହଲିଙ୍କୁ ମଧ୍ୟ ଦଳରେ ସ୍ଥାନ ନ ଦେଇ ବିଶ୍ରାମ ଦେବା ଦରକାର । ଏହା ସହିତ କପିଲ ଦେବ କହିଛନ୍ତି, "ଯଦି ବିଶ୍ବର ୨ ନମ୍ବର ବୋଲର ବାଦ ପଡୁଛନ୍ତି ତ ବିଶ୍ବର ୧ ନମ୍ବର ବ୍ୟାଟରଙ୍କୁ ମଧ୍ୟ ଦଳରେ ସ୍ଥାନ ନ ଦେବା ଦରକାର ।"

ବିରାଟ କୋହଲି ଜଣେ ଦକ୍ଷ ଖେଳାଳି । ହେଲେ ଏବେ ସେ ଭଲ ଫର୍ମରେ ନାହାଁନ୍ତି । ଏହାର ମାନେ ନୁହଁ ଯେ ସେ ଆଗକୁ ଭଲ ଖେଳିବେ ନାହିଁ । ଏହି ଖେଳ ମାଧ୍ୟମରେ ସେ ତାଙ୍କ ପୂର୍ବ ସ୍ଥିତିକୁ ଫେରି ଆସିବେ । ଯେତେବେଳେ ସେ ତାଙ୍କ ଫର୍ମରେ ରହିବେ ସେତେବେଳେ ତାଙ୍କୁ ଆଉ ଦଳରୁ ବାଦ ଦେଇ ହେବ ନାହିଁ । ଯଦି ଫର୍ମରେ ନ ଥାଇ ବିରାଟଙ୍କୁ ସ୍ଥାନ ମିଳୁଛି ତାହେଲେ ଅଶ୍ବିନଙ୍କୁ କଣ ପାଇଁ ସ୍ଥାନ ମିଳୁନି ।

ବିରାଟ କୋହଲିଙ୍କ ବର୍ତ୍ତମାନ ପ୍ରଦର୍ଶନ ଏବଂ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କପିଲ ଦେବ କହିଛନ୍ତି ବିରାଟ କୋହଲି ନିଜ ପରିଶ୍ରମ ଓ ସଂଘର୍ଷରେ ତାଙ୍କ ନାମ କମାଇଛନ୍ତି । ହେଲେ ବିରାଟଙ୍କୁ ଏବେ ସେମିତି ଫର୍ମ ତଥା ବିରାଟଙ୍କର ଏବେ ପୂର୍ବ ପ୍ରଦର୍ଶନ ଦେଖିବାକୁ ମିଳିୁନି ଯେଉଁ ପ୍ରଦର୍ଶନ ଆଗରୁ ଦେଖିବାକୁ ମିଳୁଥିଲା ।

ଯୁବ ଖେଳାଳି ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଜୋରଦାର ଲଢେଇ ଜାରି ରହୁ । ଯୁବ ଖେଳାଳି ଏମିତି ପ୍ରଦର୍ଶନ ଜାରି ରଖନ୍ତୁ ଯେମିତି ବିରାଟଙ୍କୁ ଦଳରେ ସ୍ଥାନ ନ ମିଳୁ । ସେହିପରି ବିରାଟ କୋହଲି ଏମିତି ପ୍ରଦର୍ଶନ କରନ୍ତୁ ଯାହା ସେ ଆଗରୁ ଏକ ନମ୍ବର ବ୍ୟାଟର ଭାବରେ ପ୍ରଦର୍ଶନ ଜାରି ରଖିଥିଲେ । ଖେଳାଳିଙ୍କୁ ବିନା କାରଣରେ ବିଶ୍ରାମ ଦେବା କିମ୍ବଦନ୍ତୀ ଅଲରାଉଣ୍ଡର କପିଲ ଦେବଙ୍କୁ ପସନ୍ଦ ନଥିଲା । ତେଣୁ କପିଲ ଦେବ ଖେଳାଳିଙ୍କୁ ବିଶ୍ରାମ ଦେବା ପଛରେ ତର୍କ କରିବାକୁ ଚାହୁଁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.