ETV Bharat / sports

Cricket World Cup: ଇଂଲଣ୍ଡ ଟିମକୁ ପୁଣି ଝଟକା, ବିଶ୍ବକପ ମଝିରେ ଅବସର ଘୋଷଣା କଲେ ଷ୍ଟାର ବୋଲର

author img

By ETV Bharat Odisha Team

Published : Nov 1, 2023, 10:33 PM IST

ଇଂଲଣ୍ଡ ଟିମକୁ ଲାଗିଲା ବଡ଼ ଝଟକା । ବିଶ୍ବକପ ମଝିରେ ଗତ ଥରର ବିଶ୍ବ ବିଜୟୀ ଦଳର ଷ୍ଟାର ବୋଲର ଡେଭିଡ ଓ୍ବିଲି ଅବସର ଘୋଷଣା । ଅଧିକ ପଢ଼ନ୍ତୁ

ଇଂଲଣ୍ଡ ଟିମକୁ ପୁଣି ଝଟକା
ଇଂଲଣ୍ଡ ଟିମକୁ ପୁଣି ଝଟକା

ହାଇଦ୍ରାବାଦ: ଇଂଲଣ୍ଡ ଟିମକୁ ପୁଣି ଝଟକା । ଚଳିତ ବିଶ୍ବକପରେ ଇଂଲିସ ଟିମର ପ୍ରଦର୍ଶନ ଦିନକୁ ଦିନ ଖରାପ ହେଉଥିବା ବେଳେ ଦଳ ପଏଣ୍ଟ ଟେବୁଲର ଶେଷରେ ରହିଛି । ଦଳ ଗୋଟିଏ ମ୍ୟାଚ ବିଜୟୀ ହୋଇଥିବା ବେଳେ 5 ଟି ମ୍ୟାଚ ହାରିଛି । ତେବେ ବିଶ୍ବକପ ମଝିରେ ଗତ ଥରର ବିଶ୍ବ ବିଜୟୀ ଦଳର ଷ୍ଟାର ବୋଲର ଡେଭିଡ ଓ୍ବିଲି ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏନେଇ ଓ୍ବିଲି ଘୋଷଣା କରିଛନ୍ତି ।

  • " class="align-text-top noRightClick twitterSection" data="">

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଇଂଲଣ୍ଡ ଟିମର ଅଲରାଉଣ୍ଡର ଡେଭିଡ ଓ୍ବିଲି । ବିଶ୍ବକପରେ ଇଂଲଣ୍ଡର ଦୟନୀୟ ପ୍ରଦର୍ଶନ ଜାରି ରହିଥିବା ବେଳେ ଏପଟେ ବୋଝ ଉପରେ ନଳିତା ବିଡା ପରି ଅବସର ଘୋଷଣା କରିଛନ୍ତି ବାମହାତୀ ପେସର ଓ୍ବିଲି ।

ଏହା ମଧ୍ୟ ପଢ଼ନ୍ତୁ.....World Cup 2023: ଇଡେନ ଗାର୍ଡେନରେ ଉଡିଲା ପାଲେଷ୍ଟାଇନ ପତାକା, ଲାଇମ ଲାଇଟରେ ପାକ୍ ଦମ୍ପତି

"ମୁଁ କେବେ ଚାହୁଁନଥିଲି ଏହି ଦିନ ଆସୁ । ପିଲାଦିନକୁ ମୋର ଗୋଟିଏ ସ୍ବପ୍ନ ଥିଲା କି, ଇଂଲଣ୍ଡ ପାଇଁ କ୍ରିକେଟ ହିଁ ଖେଳିବି। ତେବେ ବହୁତ ବିଚାର ଏବଂ ବିମର୍ଶ ପରେ ମେତେ ଘୋଷଣା କରିବାକୁ ପଡୁଛି କି, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ସମୟ ଆସିଯାଇଛି ," ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଓ୍ବିଲି । ତେବେ 33 ବର୍ଷୀୟ ଓ୍ବିଲି 70ଟି ଦିନିକିଆ ଖେଳି 94ଟି ଓ୍ବିକେଟ ନେଇଥିବା ବେଳେ 43 ଟି ଟି-20 ଖେଳି 51ଟି ଓ୍ବିକେଟ ନେଇଛନ୍ତି ।

ତେବେ ଚଳିତ ବିଶ୍ୱକପରେ ଏହା 3ୟ ଖେଳାଳିଙ୍କ ଅବସର ଘୋଷଣା । ପୂର୍ବରୁ ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର କ୍ୱିଣ୍ଟନ ଡିକକ୍ ଅବସର ଘୋଷଣା କରିସାରିଛନ୍ତି । ଚଳିତ ବିଶ୍ୱକପ ପରେ ସେ ଦିନିକିଆ ଫର୍ମାଟକୁ ବାଏ ବାଏ କରିଦେବେ । ସେହିପରି ଇମର୍ଜିଂ ଟିମ୍ ଆଫଗାନିସ୍ତାନର ପେସର ନବୀନ ଉଲ ହକ ମଧ୍ୟ ଅବସର ଘୋଷଣା କରିଛନ୍ତି । ଏହି ବିଶ୍ୱକପ ପରେ 24 ବର୍ଷୀୟ ପେସର ଦିନିକିଆରୁ ଅବସର ଗ୍ରହଣ କରିବେ ।

ତେବେ ବର୍ତ୍ତମାନ ବିଶ୍ୱକପର ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା 12 ପଏଣ୍ଟ ସହିତ ଏକ ନମ୍ବରରେ ଥିବା ବେଳେ ଭାରତ ସମାନ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟରେ ଅଷ୍ଟ୍ରେଲିଆ ରହିଥିବା ବେଳେ 4ର୍ଥରେ ରହିଛି ନ୍ୟୁଜିଲାଣ୍ଡ । ତେବେ ବିଶ୍ୱକପର ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଛି ଇଂଲଣ୍ଡ ଟିମ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.