ETV Bharat / sports

Cricket World Cup 2023: ସୁସ୍ଥ ହେଲେଣି ଗିଲ୍‌, ଆଇସିସି ଦେଲା ବଡ଼ ପୁରସ୍କାର

author img

By ETV Bharat Odisha Team

Published : Oct 13, 2023, 9:47 PM IST

ଡେଙ୍ଗୁରୁ ସୁସ୍ଥ ହେବାପରେ ଭାରତର ଷ୍ଟାର ଓପନର ଶୁଭମନ ଗିଲ୍‌ଙ୍କୁ ଆଇସିସି ବଡ଼ ପୁରସ୍କାର ଦେଇଛି । ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ଗିଲ୍‌ଙ୍କୁ ବିବେଚିତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଅଧିକ ପଢ଼ନ୍ତୁ

ଶୁଭମନ ଗିଲ୍‌ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି

ଦୁବାଇ: ବିଶ୍ବକପ୍‌ ୨୦୨୩ ଆରମ୍ଭରୁ ଭାରତୀୟ କ୍ରିକେଟ ଦଳକୁ ଲାଗିଥିଲା ବଡ଼ ଝଟ୍‌କା । ଡେଙ୍ଗୁରେ ପୀଡ଼ିତ ହୋଇ ଭାରତ ପାଇଁ ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ପାରିନଥିଲେ ଦଳର ଯୁବ ଓପନର ଶୁଭମନ ଗିଲ୍‌ । ହେଲେ ଏବେ ସେ ଡେଙ୍ଗୁରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ଦଳରେ ଯୋଗ ମଧ୍ୟ ଦେଇସାରିଛନ୍ତି । ଏପରିକି ଏହି ମ୍ୟାଚ୍‌ ସେ ଖେଳିବାର ୯୯ ପ୍ରତିଶତ ସମ୍ଭାବନା ରହିଥିବା ଦଳର ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗିଲ୍‌ଙ୍କୁ ମିଳିଛି ବଡ଼ ପୁରସ୍କାର । ତାଙ୍କୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରିଛି ଆଇସିସିର । ଶୁକ୍ରବାର ଆଇସିସି ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ରେସ୍‌ରେ ଶୁଭମନ ଗିଲ୍‌ଙ୍କ ବ୍ୟତୀତ ଭାରତର ଷ୍ଟାର ପେସର୍‌ ମହମ୍ମଦ ସିରାଜ ଓ ଇଂଲଣ୍ଡର ଓପନର ଡେଭିଡ୍‌ ମଲାନ ରହିଥିଲେ । ହେଲେ ସମସ୍ତଙ୍କୁ ପଛରେ ପକାଇ ଗିଲ୍‌ ବାଜି ମାରି ନେଇଛନ୍ତି । ସେପ୍ଟେମ୍ବର ମାସରେ ସେ ଦିନିକିଆରେ ଭାରତ ପାଇଁ ୮୦ ହାରରେ ୪୮୦ ରନ୍‌ ସଂଗ୍ରହ କରିଛନ୍ତି । ସେଥିପାଇଁ ତାଙ୍କୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି । ଏସିଆ କପ୍‌ରେ ଗିଲ୍‌ ୭୫.୫ ହାରରେ ୩୦୨ ରନ୍‌ ସଂଗ୍ରହ କରିଥିଲେ । ଏସିଆ କପ୍‌ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ୧୨୧ ରନର ପାଳି ଖେଳିଥିଲେ । ବିଶ୍ବକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଦିନିକିଆରେ ସେ ଧୂଆଁଧାର ବ୍ୟାଟିଂ କରି ୧୭୮ ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆରେ ତାଙ୍କ ବ୍ୟାଟରୁ ଏକ ଦମଦାର ଶତକ ମଧ୍ୟ ଦେଖିବାକୁ ମିଳିଥିଲା । ସେପ୍ଟେମ୍ବର ମାସରେ ତାଙ୍କ ବ୍ୟାଟରୁ ୨ଟି ଶତକ ଓ ୩ଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଅହମ୍ମଦାବାଦରେ ନେଟ ପ୍ରାକ୍ଟିସ କଲେ ଗିଲ୍‌, ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ନେଇ ଚର୍ଚ୍ଚା

୨୪ ବର୍ଷୀୟ ଏହି ଷ୍ଟାର ଓପନର ଆଇସିସି ବ୍ୟାଟିଂ ରାଙ୍କିଂର ଦ୍ବିତୀୟ ସ୍ଥାନରେ ଅଛନ୍ତି । ଦିନିକିଆରେ ୩୫ଟି ଇନିଂସ ଖେଳି ସେ ୧୦୨.୮୪ ଷ୍ଟ୍ରାଇକ ରେଟ୍‌ରେ ସମୁଦାୟ ୧୯୧୭ ରନ କରିଛନ୍ତି । ଗିଲ୍‌ଙ୍କ ଉପରେ କେବଳ ପାକିସ୍ତାନ ଅଧିନାୟକ ବାବର ଆଜମ ରହିଛନ୍ତି । ଉଭୟଙ୍କ ମଧ୍ୟରେ କେବଳ ଅଳ୍ପ କିଛି ପଏଣ୍ଟ୍ସର ଅନ୍ତର ରହିଛି । ଏଥର ବିଶ୍ବକପ୍‌ରେ ପ୍ରଥମରୁ ଦୁଇଟି ମ୍ୟାଚ୍‌ରୁ ବାଦ ପଡ଼ିଥିବା ଗିଲ୍‌ ବାକି ସମସ୍ତ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଲେ ଆଇସିସି ରାଙ୍କିଂରେ ଶୀର୍ଷକୁ ଉନ୍ନୀତ ହୋଇଯିବେ ବୋଲି ମଧ୍ୟ କ୍ରିକେଟ ସମୀକ୍ଷକମାନେ ଆଶା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.