ETV Bharat / sports

Cricket World Cup 2023: ପାକ୍‌ ବିଜୟ ପରେ ବୋଲରଙ୍କୁ ପ୍ରଶଂସା କଲେ ରୋହିତ୍‌, ବାବର କହିଲେ ପରାଜୟର କାରଣ - ୭ ୱିକେଟ୍‌ରେ ବିଜୟ ହାସଲ କରିଛି ଭାରତ

ବିଶ୍ବକପ୍‌ ୨୦୨୩ରେ ବହୁ ପ୍ରତିକ୍ଷୀତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୭ ୱିକେଟ୍‌ରେ ବିଜୟ ହାସଲ କରିଛି ଭାରତ । ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣରେ ପାକିସ୍ତାନ କେବଳ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଥିଲା । ଯାହା ଭାରତର ବିଜୟକୁ ସହଜ କରିଥିଲା । ଏନେଇ ବିଜୟର ଶ୍ରେୟ ନିଜ ବୋଲରଙ୍କୁ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢ଼ନ୍ତୁ

ପାକ୍‌ ବିଜୟ ପରେ ବୋଲରଙ୍କୁ ପ୍ରଶଂସା କଲେ ରୋହିତ୍‌

author img

By ETV Bharat Odisha Team

Published : Oct 14, 2023, 10:49 PM IST

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ରେ ଇତିହାସକୁ ପୁଣି ଦୋହରାଇଛି ଭାରତ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ୭ ୱିକେଟ୍‌ରେ ଜିତି ମିଶନ ୮-୦ ସଫଳ କରିଛି ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣରେ ପାକିସ୍ତାନ କେବଳ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଥିଲା । ଏଥିପାଇଁ ମ୍ୟାଚ୍‌ ପରେ ବୋଲରମାନଙ୍କୁ ଏହି ବିଜୟର ଶ୍ରେୟ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା ।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସ୍ପିଡ୍‌ଷ୍ଟାର ବୁମ୍‌ରାଙ୍କ ସମେତ ୫ ଜଣ ବୋଲର ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଫଳରେ ୪୨.୫ ଓଭରରେ ପାକିସ୍ତାନକୁ କେବଳ ୧୯୧ ରନରେ ଅଲ୍‌ଆଉଟ୍‌ କରିବାରେ ସଫଳ ହୋଇଥିଲା ଟିମ୍‌ ଇଣ୍ଡିଆ । ଏନେଇ ଅଧିନାୟକ ରୋହିତ ଶର୍ମା କହିଛନ୍ତି, "ଆମେ ୨୮୦ ଟାର୍ଗେଟ ପାଇଁ ପ୍ରସ୍ତୁତ ହେଉଥିଲୁ । ବାସ୍ତବରେ ଏହା ୧୯୧ ରନ ହେବା ଭଳି ପିଚ୍‌ ନୁହେଁ । ହେଲେ ଆମ ବୋଲରମାନେ ଏହି ମ୍ୟାଚ୍‌କୁ ଆମ ହାତକୁ ଆଣିବାରେ ସଫଳ ହୋଇଥିଲେ । ଅଧିନାୟକ ଭାବେ ମୋର କାମ ହେଉଛି ସଠିକ ସମୟ ପାଇଁ ଉପଯୁକ୍ତ ବୋଲର ଖୋଜିବା । ହେଲେ ଆମେ ୬ ଜଣ ବୋଲରଙ୍କୁ ନେଇ ଖେଳୁଛୁ ଏବଂ ସମସ୍ତେ ବଲ ସହିତ ଦଳକୁ ଠିକ୍‌ ସମୟରେ ସଫଳତା ଦେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

କେବଳ ବୋଲର ନୁହଁନ୍ତି, ବ୍ୟାଟରମାନଙ୍କୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ଅଧିନାୟକ । ସେ କହିଛନ୍ତି,"ବିଶ୍ବକପରେ ପ୍ରବେଶ କରିବା ପୂର୍ବରୁ ଆମ ବ୍ୟାଟରମାନେ ବହୁତ ରନ୍‌ ସଂଗ୍ରହ କରିଥିଲେ । ଆମେ କଣ କରିବାକୁ ଚାହୁଁଥିଲୁ ସେନେଇ ସମସ୍ତେ ସ୍ପଷ୍ଟ ଥିଲୁ । କିଏ କେଉଁ ସ୍ଥାନରେ ବ୍ୟାଟିଂ କରିବାକୁ ଯାଉଛି ସେନେଇ ଆମେ ଦ୍ବିମତ ନଥିଲୁ ।" ତେବେ ଦଳକୁ ମିଳିଥିବା ଏହି ଗତିକୁ ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ ବୋଲି ରୋହିତ କହିଛନ୍ତି । ସେ କହିଛନ୍ତି, "ମୁଁ ଅଧିକ କିମ୍ବା କମ ଉତ୍ସାହିତ ହେବାକୁ ଚାହେଁ ନାହିଁ । ଆମେ ସନ୍ତୁଳିତ ଏବଂ ସ୍ଥିର ରହି ଆଗକୁ ବଢ଼ିବାକୁ ଚାହୁଁଛୁ । ଆମ ବିପକ୍ଷରେ ଖେଳୁଥିବା ପ୍ରତ୍ୟେକ ଦଳ ବେଶ ଶକ୍ତିଶାଳୀ । ତେଣୁ ସେମାନଙ୍କ ସହ ଆମକୁ ଭଲ ଖେଳିବାକୁ ପଡିବ, ଏବଂ ଆମେ କେବଳ ସେହି ଉପରେ ଦୃଷ୍ଟି ଦେବାକୁ ଚାହୁଁଛୁ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଘାତକ ବୋଲିଂ ଆଟାକ୍‌ରେ ଘାଇଲା ପାକିସ୍ତାନ, ଭାରତ ଆଗରେ ଟାର୍ଗେଟ୍‌ ୧୯୨

ସେପଟେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିବା ଯଶପ୍ରୀତ ବୁମ୍‌ରା ମଧ୍ୟ ନିଜ ପ୍ରଦର୍ଶନକୁ ନେଇ ଖୁସ ପ୍ରକାଶ କରିଛନ୍ତି । ସେ ଆଜିର ମ୍ୟାଚ୍‌ରେ କେବଳ ୧୯ ରନ ବ୍ୟୟ କରି ୨ ୱିକେଟ୍‌ ଅକ୍ତିଆର କରିଥିଲେ । ସେପଟେ ପାକିସ୍ତାନ ଅଧିନାୟକ ବାବର ଆଜମ ନିଜ ଦଳର ପରାଜୟ ପାଇଁ ଦଳର ବ୍ୟାଟିଂ ବିଭାଗକୁ ଦାୟୀ କରିଛନ୍ତି । ସେ କହିଛନ୍ତି, "ଆମକୁ ଭଲ ଆରମ୍ଭ ମିଳିଥିଲା । ୩୦ ଓଭର ବେଳକୁ କେବଳ ୨ ୱିକେଟ୍‌ ହରାଇ ୧୫୫ ରନ କରି ଭଲ ସ୍ଥିତିରେ ଥିଲୁ । ହେଲେ ହଠାତ ବ୍ୟାଟିଂ ବିପର୍ଯ୍ୟୟ ଘଟିଲା । କେବଳ ୩୬ ରନ ପାଇଁ ଆମେ ୮ ୱିକେଟ୍‌ ହରାଇଲୁ । ରୋହିତ ମଧ୍ୟ ବେଶ ଚମତ୍କାର ପାଳି ଖେଳିଥିଲେ । ଯାହା ତାଙ୍କ ଦଳର ବିଜୟରେ ସହାୟକ ହେଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.