ETV Bharat / sports

World Cup 2023: ଅହମ୍ମଦାବାଦରେ ନେଟ ପ୍ରାକ୍ଟିସ କଲେ ଗିଲ୍‌, ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ନେଇ ଚର୍ଚ୍ଚା

author img

By ETV Bharat Odisha Team

Published : Oct 12, 2023, 9:13 PM IST

ଅହମ୍ମଦାବାଦରେ ନେଟ ପ୍ରାକ୍ଟିସ କଲେ ଡେଙ୍ଗୁରୁ ସୁସ୍ଥ ହୋଇଥିବା ଭାରତୀୟ ଓପନର୍‌ ଶୁବମନ ଗିଲ୍‌ । ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ନେଇ ବଢିଲା ଚର୍ଚ୍ଚା । ଅଧିକ ପଢନ୍ତୁ

Shubman Gill
Shubman Gill

ଗାନ୍ଧୀନଗର: ଆସନ୍ତା ୧୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ବହୁ ପ୍ରତିକ୍ଷିତ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଆଜି ନେଟ ପ୍ରାକ୍ଟିସ କରିଛନ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଭାରତୀୟ ଓପନର୍‌ ଶୁବମନ ଗିଲ୍‌ । ବୁଧବାର ଗିଲ୍‌ ଅହମ୍ମଦାବାଦରେ ପହଞ୍ଚିଥିବା ବେଳେ ଆଜି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଲାଗି ସେ ଅଭ୍ୟାସ କରିଛନ୍ତି । ଏହି ଖବର ଆସିବା ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଗିଲ୍‌ ଖେଳିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ପାକିସ୍ତାନ ବିପକ୍ଷ ମ୍ୟାଚରେ ଏକାଦଶ ଟିମରେ ୨୪ ବର୍ଷୀୟ ଯୁବ କ୍ରିକେଟର ଶୁବମନ ଗିଲ୍‌ ସ୍ଥାନ ପାଇବେ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ତାଙ୍କୁ ଆଜି ନେଟ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଗିଲ୍‌ ବିଶ୍ବକପ୍‌ର ପ୍ରଥମ ୨ଟି ମ୍ୟାଚ୍‌ରୁ ବାଦ ପଡ଼ିଥିଲେ । ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଚେନ୍ନାଇ ଚେପକ୍‌ ଷ୍ଟାଡିୟମରେ ଖେଳିଥିବା ବେଳେ ୨ୟ ମ୍ୟାଚ୍‌ ଗତକାଲି ନୂଆଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲା । ଉଭୟ ମ୍ୟାଚ୍‌ରେ ଭାରତ ବିଜୟ ଲାଭ କରିଛି ।

ଏହା ବି ପଢନ୍ତୁ- Cricket World Cup 2023: ଅହମ୍ମଦାବାଦରେ ପହଞ୍ଚିଲେ ଗିଲ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ?

ଚେନ୍ନାଇ କାବେରୀ ହସ୍ପିଟାଲରେ ଗିଲ୍‌ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ସେ ଡେଙ୍ଗୁ ପଜିଟିଭ ଥିବା ଜଣାପଡ଼ିଥିଲା । ଏହାପରେ ସେଠାରେ ସେ ଚିକିତ୍ସିତ ହୋଇଥିଲେ । ହସ୍ପିଟାଲରେ ଗୋଟିଏ ରାତି ରହିବା ପରେ ଗିଲ୍‌ ହୋଟେଲକୁ ଫେରିଥିଲେ । ସେଠାରୁ ବୁଧବାର ରାତିରେ ସେ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଆଜି ଗିଲ୍‌ ପ୍ରାୟ ୧ ଘଣ୍ଟା ଧରି ନେଟ୍‌ ପ୍ରାକ୍ଟିସ କରିଥିଲେ । ଗିଲ୍‌ ଡେଙ୍ଗୁରୁ ଖୁବଶୀଘ୍ର ସୁସ୍ଥ ହୋଇଛନ୍ତି । ସେ ସୋମବାର ରାତିରେ ହିଁ କାବେରୀ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ପ୍ଲେଟଲେଟ କାଉଣ୍ଟ କମିବା ପରେ ରବିବାର ଗିଲ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢନ୍ତୁ- World Cup 2023: ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବେ ଟାଇଗର, ଫ୍ୟାନ୍ସଙ୍କୁ ଏହି ବାର୍ତ୍ତା ପଠାଇଲେ ସଲମାନ

ଏହାପରେ ଡକ୍ଟର ରିଜୱାନଙ୍କ ନେତୃତ୍ବାଧୀନ ଏକ ଟିମ ନିରୀକ୍ଷଣରେ ରହିଥିଲେ ଗିଲ୍‌ । ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି । ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ରୋଗୀଙ୍କୁ ଥକ୍କା ଲାଗିଥିବା ଦେଖାଯାଏ । ହେଲେ ଗିଲ୍‌ ସୁସ୍ଥ ହୋଇ ଆଜି ନେଟ୍‌ ପ୍ରାକ୍ଟିସ କରିବା ପରେ ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ଗିଲ୍‌ ଅକ୍ଟୋବର ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଖେଳିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.