ETV Bharat / sports

Cricket World Cup 2023: ରିଜ୍‌ୱାନଙ୍କ ନମାଜ ବନାମ ଦର୍ଶକଙ୍କ 'ଜୟ ଶ୍ରୀରାମ' ନାରା, ରାଜନୈତିକ ମହଲରେ ପ୍ରତିକ୍ରିୟା

author img

By ETV Bharat Odisha Team

Published : Oct 16, 2023, 7:56 PM IST

ବଢ଼ିବାରେ ଲାଗିଛି ରିଜ୍‌ୱାନଙ୍କ ନମାଜ ବନାମ ଦର୍ଶକଙ୍କ 'ଜୟ ଶ୍ରୀରାମ' ନାରା ବିବାଦ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ ପରେ ପଡ଼ିଆ ମଝିରେ ପାକିସ୍ତାନୀ ବ୍ୟାଟର ମହମ୍ମଦ ରିଜ୍‌ୱାନଙ୍କ ନମାଜ ପାଠ କରିଥିଲେ । ପରେ ଭାରତ ବିପକ୍ଷ ମ୍ୟାଚ୍‌ରେ ସେ ଆଉଟ୍‌ ହେବାପରେ ଦର୍ଶକ 'ଜୟ ଶ୍ରୀରାମ' ନାରା ଦେଇଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ରିଜ୍‌ୱାନଙ୍କ ନମାଜ ବନାମ ଦର୍ଶକଙ୍କ 'ଜୟ ଶ୍ରୀରାମ' ନାରା

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ରେ ଉଠିଛି ଧାର୍ମିକ ଝଡ଼ । ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ ପରେ ପଡ଼ିଆ ମଝିରେ ପାକିସ୍ତାନୀ ବ୍ୟାଟର ମହମ୍ମଦ ରିଜ୍‌ୱାନଙ୍କ ନମାଜ ପାଠ ଓ ଶନିବାର ଖେଳାଯାଇଥିବା ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ପ୍ରଶଂସକଙ୍କ ଜୟ ଶ୍ରୀରାମ ନାରାକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହାରି ଭିତରେ ୨୦୧୭ ଚମ୍ପିଆନ୍ସ ଟ୍ରଫିରେ ପାକିସ୍ତାନ ଠାରୁ ଭାରତୀୟ କ୍ରିକେଟ ଟିମ୍‌ ପରାଜୟ ପରେ ପାକିସ୍ତାନୀ ପ୍ରଶଂସକଙ୍କ ବ୍ୟବହାରକୁ ମନେ ପକାଇଛନ୍ତି ନେଟିଜେନ୍ସ । ଏନେଇ ରାଜନୈତିକ ମହଲରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବରୁ ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିବା ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ସମେତ ତୃଣମୂଳ କଂଗ୍ରେସ ଓ ବିଜେପିର କିଛି ନେତା ମଧ୍ୟ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

  • India is renowned for its sportsmanship and hospitality. However, the treatment meted out to Pakistan players at Narendra Modi Stadium in Ahmedabad is unacceptable and a new low. Sports should be a unifying force between countries, fostering true brotherhood. Using it as a tool… pic.twitter.com/MJnPJsERyK

    — Udhay (@Udhaystalin) October 14, 2023 " class="align-text-top noRightClick twitterSection" data=" ">

'ରିଜ୍‌ୱାନଙ୍କ ନମାଜ ବନାମ ଦର୍ଶକଙ୍କ ଜୟ ଶ୍ରୀରାମ': ହାଇଦ୍ରାବାଦରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଧୂଆଁଧାର ପାଳି ଖେଳି ଶତକ ହାସଲ କରିଥିଲେ ପାକିସ୍ତାନୀ ବ୍ୟାଟର ମହମ୍ମଦ ରିଜ୍‌ୱାନ । ଏହାପରେ ସେ ପଡ଼ିଆ ମଝିରେ ହିଁ ଚିରାଚରିତ ଭାବେ ନମାଜ ପଢ଼ି ସେଲିବ୍ରେସନ କରିଥିଲେ । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ୟୁଜର୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଏହାପରେ ଭାରତ ବିପକ୍ଷ ମ୍ୟାଚ୍‌ରେ ରିଜ୍‌ୱାନ ୬୯ ବଲରେ ୪୯ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଯଶପ୍ରୀତ ବୁମରାଙ୍କ ବଲରେ କ୍ଲିନ୍‌ବୋଲ୍ଡ ହୋଇ ରିଜ୍‌ୱାନ ପାଭିଲିଅନ୍ ଫେରିବାବେଳେ ଉପସ୍ଥିତ ଦର୍ଶକ 'ଜୟ ଶ୍ରୀରାମ' ନାରା ଦେଇଥିଲେ । ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ଏବେ ମଧ୍ୟ ବେଶ ଭାଇରାଲ୍ ହେଉଛି । ତେବେ ଦର୍ଶକଙ୍କର ଏପରି ବ୍ୟବହାରକୁ କେହି କେହି ସମର୍ଥନ କରିଥିବାବେଳେ ପୂର୍ବରୁ ହିନ୍ଦୁ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ ଏହାକୁ ଅଗ୍ରାହ୍ୟ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

'ଦର୍ଶକଙ୍କ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ': ନିଜ ବ୍ୟକ୍ତିଗତ ଏକ୍ସ ହ୍ୟାଣ୍ଡେଲ୍‌ରେ ଏକ ପୋଷ୍ଟ୍‌ରେ ଉଦୟନିଧି ଲେଖିଛନ୍ତି, "କ୍ରୀଡା କ୍ଷେତ୍ରରେ ଆତିଥ୍ୟତା ପାଇଁ ପ୍ରଶଂସା ସାଉଁଟିଛି ଭାରତ । ତଥାପି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନ ଖେଳାଳିଙ୍କୁ ଦିଆଯାଇଥିବା ଆତିଥ୍ୟ ଗ୍ରହଣୀୟ ନୁହେଁ, ଏହା ଏକ ନିମ୍ନସ୍ତର । କ୍ରୀଡ଼ା ଦୁଇ ଦେଶ ମଧ୍ୟରେ ଏକକୀକରଣକାରୀ ଶକ୍ତି ହେବା ଉଚିତ ଏବଂ ପ୍ରକୃତ ଭାଇଚାରାକୁ ବୃଦ୍ଧି କରିବା ଉଚିତ୍ । ଘୃଣା ସୃଷ୍ଟି କରିବା ପାଇଁ ଏହାକୁ ଏକ ଉପକରଣ ଭାବେ ବ୍ୟବହାର କରିବା ନିନ୍ଦନୀୟ ।" ଉଦୟନିଧିଙ୍କ ଏଭଳି ମନ୍ତବ୍ୟ ପରେ ପୁଣି ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ହେଲେ କେହି କେହି ଏହି ପୋଷ୍ଟକୁ ସମର୍ଥନ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

  • PM Modi desperately wants India to host the 2036 Olympics.

    But if this is what BJP has reduced our audiences to - where they heckle a Pakistani player with chants of Jai Shri Ram - massive doubts remain over whether we’re qualified & sporting enough to host ANY international… pic.twitter.com/8m4BgdAOFn

    — Saket Gokhale (@SaketGokhale) October 15, 2023 " class="align-text-top noRightClick twitterSection" data=" ">

'ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ ପାଇଁ ଆମେ ଯୋଗ୍ୟ ତ ?': ସେହିଭଳି ତୃଣମୂଳ କଂଗ୍ରେସ ସାଂସଦ ସାକେତ ଗୋଖାଲେ ମଧ୍ୟ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି, "ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଚାହୁଁଛନ୍ତି । କିନ୍ତୁ ଯେଉଁଠାରେ ଦର୍ଶକମାନେ ଜୟ ଶ୍ରୀରାମ ନାରା ଦେଇ ଜଣେ ପାକିସ୍ତାନୀ ଖେଳାଳିଙ୍କୁ ବିବ୍ରତ କରୁଛନ୍ତି, ତେବେ କୌଣସି ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବା ପାଇଁ ଆମେ ଯୋଗ୍ୟ ନା ନାହିଁ, ତାହା ଉପରେ ବଡ଼ ସନ୍ଦେହ ଆସୁଛି । ଆଶ୍ଚର୍ଯ୍ୟଜନକ ନୁହେଁ ଯେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହା ଘଟିଥିଲା ।"

  • पूरा स्टेडियम जय श्री राम के मंत्र उच्चारण से मंत्रमुग्ध हो गया
    फिर जो आगे हुआ वो हम सबने देखा #JaiShriRam pic.twitter.com/UGTe8457A5

    — Gaurav Bhatia गौरव भाटिया 🇮🇳 (@gauravbhatiabjp) October 15, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସଫିକ୍‌-ରିଜ୍‌ୱାନଙ୍କ ଶତକୀୟ ପାଳି, ୬ ୱିକେଟ୍‌ରେ ଜିତିଲା ପାକିସ୍ତାନ

ଏମିତି ପ୍ରତିକ୍ରିୟା ଦେଲେ ବିଜେପି ନେତା: ଅନ୍ୟପଟେ ବିଜେପିର କିଛି ନେତା ଦର୍ଶକଙ୍କ ଏଭଳି ବ୍ୟବହାରକୁ ସମର୍ଥନ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜେପି ପ୍ରବକ୍ତା ଗୌରବ ଭାଟିଆ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦର୍ଶକମାନେ ଜୟ ଶ୍ରୀରାମ ନାରା ଦେଉଛନ୍ତି । ସେ ଏଥିରେ ଲେଖିଛନ୍ତି, "ସମ୍ପୂର୍ଣ୍ଣ ଷ୍ଟାଡିୟମ ଜୟ ଶ୍ରୀରାମ ନାରାରେ ମନ୍ତ୍ରମୁଗ୍ଧ ହୋଇଗଲା । ଆଗକୁ ଯାହା ଘଟିଲା, ଆମେ ସମସ୍ତେ ଦେଖିଲେ ।" ସେହିଭଳି ଅନ୍ୟତମ ବିଜେପି ନେତା କପିଲ ମିଶ୍ରା ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି, "ଖୁବ ଭଲ କରିଛ ଅହମ୍ମଦାବାଦ, ତୁମ ସମସ୍ତଙ୍କ ପାଇଁ ଗର୍ବିତ, ଜୟ ଶ୍ରୀରାମ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.