ETV Bharat / sports

Cricket World Cup 2023: ଭାରତ ଆସିବେ PCB ମୁଖ୍ୟ ଜାକା ଅସ୍ରଫ, ପାକିସ୍ତାନୀ ସାମ୍ବାଦିକଙ୍କୁ ଭିସା ଅନୁମତି ପରେ ନେଲେ ନିଷ୍ପତ୍ତି

author img

By ETV Bharat Odisha Team

Published : Oct 11, 2023, 8:35 PM IST

ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ଏହାର ଦଦାର ପ୍ରଦର୍ଶନ ଜାରି ରଖିଛି । ଏହାରି ମଧ୍ୟରେ ଆସନ୍ତା ୧୪ ତାରିଖରେ ଭାରତକୁ ଭେଟିବ ପାକ୍‌ ଦଳ । ଏହା ପୂର୍ବରୁ ଭାରତ ଗସ୍ତରେ ଆସୁଛନ୍ତି ପିସିବି ମୁଖ୍ୟ ଜାକା ଅସ୍ରଫ । ପାକିସ୍ତାନୀ ସାମ୍ବାଦିକଙ୍କୁ ଭିସା ଅନୁମତି ମିଳିବା ପରେ ସେ ଏନେଇ ସ୍ପଷ୍ଟ କରିଛନ୍ତି । ଅଧିକ ପଢ଼ନ୍ତୁ

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ଆସିବେ ପିସିବି ମୁଖ୍ୟ ଜାକା ଅସ୍ରଫ

ହାଇଦ୍ରାବାଦ: ଗୁରୁବାର ଭାରତ ଆସୁଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଜାକା ଆସ୍ରଫ । ଅକ୍ଟୋବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ବହୁ ପ୍ରତିକ୍ଷୀତ ବିଶ୍ବକପ୍‌ ଫାଇଟ୍‌ ଦେଖିବାକୁ ଆସନ୍ତାକାଲି ଅହମ୍ମଦାବାଦ୍‌ରେ ପହଞ୍ଚିବେ ଜାକା ଅସ୍ରଫ । ଏହି ହାଇପ୍ରୋଫାଇଲ ମ୍ୟାଚ୍‌ ପାଇଁ ଭାରତ ଆସିବାକୁ ପାକିସ୍ତାନୀ ସାମ୍ବାଦିକଙ୍କୁ ଭିସା କ୍ରୟ ପାଇଁ ସେମାନଙ୍କ ପାସପୋର୍ଟ ଦାଖଲ କରିବାକୁ ଅନୁମତି ଦିଆଯିବା ପରେ ଯାଇ ଭାରତ ଆସିବା ନେଇ ସ୍ପଷ୍ଟ କରିଛନ୍ତି ପିସିବି ମୁଖ୍ୟ । ପ୍ରାୟ ୬୦ ଜଣ ପାକିସ୍ତାନୀ ସାମ୍ବାଦିକ ଭିସା ପାଇଁ ଆବେଦନ କରିଛନ୍ତି ।

ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଦ୍ବାରା ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଅସ୍ରଫ କହିଛନ୍ତି, "ଭାରତ ଗସ୍ତରେ ମୁଁ ବିଳମ୍ବ କରିଥିଲି । ଭିସା ପାଇଁ ପାକିସ୍ତାନର ସାମ୍ବାଦିକମାନଙ୍କୁ ସେମାନଙ୍କ ପାସପୋର୍ଟ ଦାଖଲ କରିବାକୁ କୁହାଯାଇଛି ବୋଲି ନିଶ୍ଚିତ ହେବା ପରେ ମୁଁ ଆସନ୍ତାକାଲି (ଗୁରୁବାର) ଭାରତ ଗସ୍ତ କରୁଛି । ମୁଁ ଖୁସି ଯେ ଭିସା ବିଳମ୍ବକୁ ନେଇ ବିଦେଶ କାର୍ଯ୍ୟାଳୟ ସହିତ ମୋର ଆଲୋଚନା ସଫଳ ହୋଇଛି ।" ରିପୋର୍ଟ ଅନୁଯାୟୀ ପାକିସ୍ତାନର ୬୦ରୁ ଅଧିକ ସାମ୍ବାଦିକଙ୍କୁ ଭାରତ ପାଇଁ ଭିସା ମିଳିଛି । ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ହାଇପ୍ରୋଫାଇଲ ମ୍ୟାଚକୁ ପାକିସ୍ତାନ ସାମ୍ବାଦିକମାନେ କଭର୍‌ କରିବେ । ୧୪ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: 'ହାଇଦ୍ରାବାଦରେ ଖେଳିବାର ଅନୁଭବ ରାୱଲପିଣ୍ଡି ଭଳି', ଶ୍ରୀଲଙ୍କା ବିଜୟ ପରେ ଏମିତି କହିଲେ ରିଜ୍‌ୱାନ

ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ଏପର୍ଯ୍ୟନ୍ତ ନିଜର ବିଜୟଧାରା ଜାରି ରଖିଛି । ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କା ବିପକ୍ଷରେ ଦଳର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପିସିବି ମୁଖ୍ୟ ଅସ୍ରଫ । ସେ କହିଛନ୍ତି, "ଉଭୟ ମ୍ୟାଚ୍ ଜିତି ବିଶ୍ବକପ୍‌ ୨୦୨୩ରେ ଆମ ଦଳର ଖେଳାଳିମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଭଳି ପ୍ରଦର୍ଶନ ଜାରି ରଖିଛନ୍ତି ମୁଁ ସେଥିରେ ଅତ୍ୟନ୍ତ ଖୁସି । ଚାଲିଥିବା ବିଶ୍ବକପ୍‌ରେ ସଫଳ ଅଭିଯାନ ପାଇଁ ପିସିବି ପରିଚାଳନା କମିଟି ଏବଂ ସମଗ୍ର ଦେଶ ଖେଳାଳିଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି । ପାକିସ୍ତାନ ଦଳକୁ ନିର୍ଭୀକ କ୍ରିକେଟ୍ ଖେଳିବା ଆବଶ୍ୟକ । ଦଳକୁ ଉତ୍ସାହିତ କରିବା ପାଇଁ ମୁଁ ଭାରତ ଗସ୍ତ କରୁଛି । ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେମାନଙ୍କୁ ମୋର ବାର୍ତ୍ତା ହେଉଛି, ନିର୍ଭୟରେ ଖେଳନ୍ତୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.