ETV Bharat / sports

Cricket World Cup 2023: ଭାରତ ବିଜୟର ଶ୍ରେୟ ରୋହିତ ଶର୍ମାଙ୍କୁ ଦେଲେ ପୂର୍ବତନ ପାକ୍‌ ଅଧିନାୟକ ମୁସ୍ତାକ ମହମ୍ମଦ

ଭାରତ ବିପକ୍ଷରେ ଶୋଚନୀୟ ପରାଜୟକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ନିଜ ଦେଶର ଖେଳାଳିଙ୍କ ଉପରେ ଅସନ୍ତୋଷ ଝାଡ଼ିବାରେ ଲାଗିଛନ୍ତି । ଏହାରି ଭିତରେ ପୂର୍ବତନ ପାକ୍‌ ଅଧିନାୟକ ମୁସ୍ତାକ ମହମ୍ମଦ ମଧ୍ୟ ନିଜ ଦେଶର ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ବର୍ଷିଛନ୍ତି । ତେବେ ସେ ଭାରତ ବିଜୟର ଶ୍ରେୟ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଇଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 16, 2023, 9:02 PM IST

ଭାରତ ବିଜୟର ଶ୍ରେୟ ରୋହିତ ଶର୍ମାଙ୍କୁ ଦେଲେ ମୁସ୍ତାକ ମହମ୍ମଦ

କୋଲକାତା: ବିଶ୍ବକପ୍‌ ୨୦୨୩ରେ ଅକ୍ଟୋବର ୧୪ (ଶନିବାର) ଖେଳାଯାଇଥିଲା ହାଇପ୍ରୋଫାଇଲ ମ୍ୟାଚ୍‌ ଭାରତ ବନାମ ପାକିସ୍ତାନ । ହେଲେ ଏହି ମ୍ୟାଚ୍‌କୁ ଏକପାଖିଆ ଭାବେ ଜିତି ନେଇଥିଲା ଭାରତ । ପ୍ରଥମେ ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣରେ ପାକିସ୍ତାନ କେବଳ ୧୯୧ ରନରେ ସମସ୍ତ ୱିକେଟ୍‌ ହରାଇଥିଲା । ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଓ ଶ୍ରେୟସ ଆୟରଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ଭାରତକୁ ବିଜୟୀ କରାଇଥିଲା । ଏହା ସହିତ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ନିଜର ଜୟଯାତ୍ରା ଜାରି ରଖିଥିଲା ଭାରତ । ତେବେ ଏହାକୁ ନେଇ ପାକିସ୍ତାନର ଅନେକ ପୂର୍ବତନ କ୍ରିକେଟରମାନେ ନିଜ ଦେଶର ଖେଳାଳିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବତନ ପାକ୍‌ ଅଧିନାୟକ ମୁସ୍ତାକ ମହମ୍ମଦ ମଧ୍ୟ ଏନେଇ ନିଜ ଦେଶର ଖେଳାଳିଙ୍କୁ ଦୋଷ ଦେଇଛନ୍ତି । ସେହିପରି ଟିମ୍‌ ଇଣ୍ଡିଆର ବଡ଼ ବିଜୟର ଶ୍ରେୟ ସେ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଇଛନ୍ତି ।

୭୯ ବର୍ଷୀୟ ପୂର୍ବତନ ପାକିସ୍ତାନ ଅଧିନାୟକ ମୁସ୍ତାକ ମହମ୍ମଦ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଗତମାସରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅସୁସ୍ଥ ଥାଇ ମଧ୍ୟ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସମ୍ପୂର୍ଣ୍ଣ ମ୍ୟାଚ୍‌କୁ ଟିଭିରେ ଦେଖିଥିଲେ । ନିଶ୍ଚିତ ଭାବେ ସେ ନିଜ ଦେଶର ଖେଳାଳିଙ୍କ ନିକଟରୁ ଭଲ ପ୍ରଦର୍ଶନ ଆଶା କରିଥିଲେ । ହେଲେ ପାକିସ୍ତାନର ଶୋଚନୀୟ ପରାଜୟକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତକୁ ସେ କହିଛନ୍ତି, "ଏଥିରେ କୌଣସି ସନ୍ଦେହ ନାହିଁ ଯେ ଖେଳର ପ୍ରତ୍ୟେକ ବିଭାଗରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି । ଅଧିନାୟକ ଭାବେ ଦାୟିତ୍ବପୂର୍ଣ୍ଣ ପାଳି ଖେଳିଥିବାରୁ ଭାରତ ବିଜୟର ଶ୍ରେୟ ନିଶ୍ଚିତ ଭାବରେ ଅଧିନାୟକ ରୋହିତ ଶର୍ମାଙ୍କ ନିକଟକୁ ଯିବ । ଦୁଃଖର ସହ କହିବି ଯେ, ପାକିସ୍ତାନ ଖେଳାଳିମାନେ ନିଜେ ନିଜକୁ ହରାଇଦେଲେ । କେବଳ ୨ ୱିକେଟ୍‌ ହରାଇ ୧୫୫ ରନ କରିବା ପରେ ସେମାନେ କିଛି ଦାୟିତ୍ବହୀନ ସଟ୍‌ ଖେଳିଥିଲେ । ଫଳରେ ସେମାନେ କେବଳ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲେ ।" ତେବେ କେବଳ ବ୍ୟାଟିଂ ନୁହେଁ, ପାକିସ୍ତାନର ବୋଲିଂ ବିଭାଗକୁ ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଏହି ପୂର୍ବତନ କ୍ରିକେଟର । ସେ କହିଛନ୍ତି, "ବୋଲିଂ ମଧ୍ୟ ଅତି ସାଧାରଣ ଥିଲା । ମୋଟାମୋଟି ଭାବେ ଏହା ଅତି ଖରାପ ପ୍ରଦର୍ଶନ ଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

ତେବେ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢ଼ିବା ପାଇଁ ମଧ୍ୟ ବାବର ବାହିନୀକୁ କିଛି ଉପଦେଶ ଦେଇଛନ୍ତି ଦଳର ପୂର୍ବତନ ଅଧିନାୟକ ମୁସ୍ତାକ ମହମ୍ମଦ । ସେ କହିଛନ୍ତି, "ପାକିସ୍ତାନ ପାଇଁ ବିଶେଷ ଚିନ୍ତା କରିବାର କୌଣସି କାରଣ ନାହିଁ । ସେମାନଙ୍କୁ ନିଜ ତ୍ରୁଟିକୁ ସୁଧାରିବାକୁ ହେବ ଏବଂ ଆଗକୁ ବାକି ରହିଥିବା ୬ ମ୍ୟାଚ୍‌କୁ ଅଧିକ ଆତ୍ମବିଶ୍ବାସର ସହ ଖେଳିବାକୁ ହେବ । ପରବର୍ତ୍ତୀ ସମୟରେ ଭାଗ୍ୟ ସେମାନଙ୍କ ସାଥ୍‌ ଦେବ ।" ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୨୦ (ଶୁକ୍ରବାର) ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ କର ବା ମର ସ୍ଥିତିରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.