ETV Bharat / sports

Cricket World Cup 2023: ଆଫଗାନିସ୍ତାନର ଲଢ଼ୁଆ ବ୍ୟାଟିଂ, ଇଂଲଣ୍ଡ ଆଗରେ ୨୮୫ ଟାର୍ଗେଟ୍‌

author img

By ETV Bharat Odisha Team

Published : Oct 15, 2023, 6:16 PM IST

ବିଶ୍ବକପ୍‌ ୨୦୨୩ରେ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମଠାରେ ଆଫଗାନିସ୍ତାନ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୪୯.୫ ଓଭରରେ ୨୮୫ ରନରେ ସମସ୍ତ ୱିକେଟ ହରାଇଛି । ବିଜୟ ପାଇଁ ଇଂଲଣ୍ଡକୁ ୨୮୫ ରନର ଆବଶ୍ୟକତା ରହିଛି । ଅଧିକ ପଢ଼ନ୍ତୁ

England need 285 runs to win
ଇଂଲଣ୍ଡ ଆଗରେ ୨୮୫ ଟାର୍ଗେଟ୍‌

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ରେ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ଠାରେ ମୁହାଁମୁହିଁ ହୋଇଛନ୍ତି ଆଫଗାନିସ୍ତାନ ଓ ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଓପନର ରେହମାନୁଲ୍ଲା ଗୁର୍‌ବାଜଙ୍କ ୮୦ ରନ୍‌ର ଧୂଆଁଧାର ପାଳି ଓ ଇକ୍ରାମ ଅଲିଖିଲଙ୍କ ୫୮ ରନ୍‌ର ମହତ୍ବପୂର୍ଣ୍ଣ ପାଳି ବଳରେ ଦଳ ଇଂଲଣ୍ଡ ଆଗରେ ୨୮୫ ରନର ଲଢ଼ୁଆ ଟାର୍ଗେଟ ରଖିଛି । ଇଂଲଣ୍ଡର ଘାତକ ବୋଲିଂ ଆଟାକ୍‌ ଆଫଗାନିସ୍ତାନକୁ ୪୯.୫ ଓଭରରେ ୨୮୪ ରନ୍‌ରେ ଅଲ୍‌ଆଉଟ୍‌ କରିବାରେ ସକ୍ଷମ ହୋଇଛି । ତୃତୀୟ ବିଜୟ ସନ୍ଧାନରେ ରହିଥିବା ଇଂଲଣ୍ଡକୁ ୨୮୫ ରନର ଆବଶ୍ୟକତା ରହିଛି ।

ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ଜୋଶ ବଟଲର୍‌ । ଆଫଗାନିସ୍ତାନ ପାଇଁ ପାଳି ଆରମ୍ଭ କରିଥିବା ରେହମାନୁଲ୍ଲା ଗୁର୍‌ବାଜ ଓ ଇବ୍ରାହିମ୍ ଜଦରାନ ଦଳ ପାଇଁ ବିସ୍ଫୋରକ ଆରମ୍ଭ କରିଥିଲେ । ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ଉଭୟ ୧୧୪ ରନ୍‌ ଯୋଡ଼ିଥିଲେ । ଏହାପରେ ଜଦରାନ ୨୮ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଯାଇଥିଲେ । ଗୋଟିଏ ପଟେ ଗୁର୍‌ବାଜ ଦଳୀୟ ସ୍କୋରବୋର୍ଡକୁ ଗତି ଦେଉଥିବା ବେଳେ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟ ଘଟି ଚାଲିଥିଲା । ଏହାପରେ ୫୭ ବଲରେ ୮୦ ରନ୍‌ କରି ଗୁର୍‌ବାଜ ଆଉଟ୍‌ ହୋଇଥିଲେ । ତାଙ୍କ ପାଳିରେ ସେ ୮ ଚୌକା ଓ ୪ ଛକା ମଧ୍ୟ ମାରିଥିଲେ । ଏହାପରେ ଇବ୍ରାହିମ ଅଲିଖିଲ୍ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେ ୫୮ ରନ କରି ଆଉଟ ହୋଇଥିଲେ । ସେହିପରି ରସିଦ ଖାନ (୨୩) ଓ ମୁଜିବୁର ରେହମାନ (୨୮) ଉପଯୋଗୀ ପାଳି ଖେଳି ସ୍କୋରକୁ ଆଗେଇ ନେଇଥିଲେ । ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ଅସମର୍ଥ ରହିଥିଲେ । ଫଳରେ ଆଫଗାନିସ୍ତାନ ୪୯.୫ ଓଭରରେ ୨୮୪ ରନ କରି ସମସ୍ତ ୱିକେଟ୍‌ ହରାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଇଂଲଣ୍ଡ-ଆଫଗାନିସ୍ତାନ ଭେଟ, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ବଟଲର ବାହିନୀ

ସେପଟେ ଇଂଲଣ୍ଡ ପକ୍ଷରୁ ଆଦିଲ୍‌ ରସିଦ୍‌ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ମାର୍କ ଉଡ୍‌ ୯ ଓଭର ବୋଲିଂ କରି ୫୦ ରନ ବ୍ୟୟରେ ୨ଟି ୱିକେଟ ନେଇଥିଲେ । ସେହିପରି ଜୋ ରୁଟ, ଲିଆମ ଲିଭିଙ୍ଗଷ୍ଟୋନ ଓ ରିସି ଟପ୍‌ଲି ଦଳକୁ ଗୋଟିଏ ଲେଖାଏଁ ସଫଳତା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.