ETV Bharat / sports

World Cup 2023: ସେମି ଫାଇନାଲ ପାଇଁ ଲଢିବେ ନ୍ୟୁଜିଲାଣ୍ଡ-ପାକିସ୍ତାନ, ଅପରାହ୍ନରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମୁକାବିଲା

ଆଉ କିଛି ସମୟ ପରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଯିବ ମ୍ୟାଚ । ଅପରାହ୍ନରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 4, 2023, 10:27 AM IST

icc world cup
icc world cup

ହାଇଦ୍ରାବାଦ: ଆଜି ଆଇସିସି ପୁରୁଷ ବିଶ୍ବକପରେ ରହିଛି ଦୁଇଟି ମ୍ୟାଚ । ପ୍ରଥମେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ । ଏମ ଚିନ୍ନା ସ୍ବାମୀ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବ । ସେମି ଫାଇନାଲର ନିକଟତର ହେବା ପାଇଁ ଆଜି ଜୋରଦାର ପ୍ରୟାସ କରିବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ନ୍ୟୁଜିଲାଣ୍ଡ ବିଶ୍ବକପରେ ବର୍ତ୍ତମାନ ସୁଦ୍ଧା 7ଟି ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲରର ଚତୁର୍ଥ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ଯଦି ଦଳ ବିଜୟୀ ହୁଏ ତେବେ ତୃତୀୟ ସ୍ଥାନକୁ ଉଠିବ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ଟିମ ଇଣ୍ଡିଆକୁ ଝଟକା, ବିଶ୍ବକପ୍‌ରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ସେହିପରି ପାକିସ୍ତାନ ବିଶ୍ବକପରେ ବର୍ତ୍ତମାନ ସୁଦ୍ଧା ମୋଟ 7ଟି ମ୍ୟାଚ ଖେଳି 3ଟିରେ ବିଜୟୀ ହୋଇଛି । ଫଳରେ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ପାକ ଟିମ । ଲଗାତାର 4ଟି ମ୍ୟାଚରେ ପରାଜୟ ପରେ ପୁଣି ବିଜୟର ସ୍ବାଦ ଚାଖିବାକୁ ଦଳ ବ୍ୟାକୁଳ ଅଛି । ଆଜିର ମ୍ୟାଚ ପାକିସ୍ତାନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାହିଁକି ଆଜିର ମ୍ୟାଚରେ ବିଜୟୀ ହେଲେ ଦଳ ସେମିଫାଇନାଲରେ ପହଞ୍ଚିବାର ଆଶା ଉଜ୍ଜିବିତ ହେବ ନ ହେଲେ ମଉଳିବ । ତେଣୁ ଆଜିର ମ୍ୟାଚ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସଦୃଶ ରହିଛି । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିଶ୍ବକପରେ ପରସ୍ପରକୁ 9 ଥର ଭେଟିଛନ୍ତି । ପାକିସ୍ତାନ 7ଟି ମ୍ୟାଚ ଜିତିଥିବା ବେଳେ 2ଟିରେ ନ୍ୟୁଜଲାଣ୍ଡର ବିଜୟୀ ହୋଇଛି । ତେଣୁ ପୂର୍ବ ରେକର୍ଡ ଅନୁଯାୟୀ ପାକର ପଲ୍ଲା ଭାରୀ ରହିଛି ।

ଦ୍ବିତୀୟ ମ୍ୟାଚ ଅପରାହ୍ନରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚ ଜିତିଲେ ଅଷ୍ଟ୍ରେଲିଆ ସେମିରେ ପହଞ୍ଚିବା ଆଶା ଉଜ୍ଜିବୀତ ହେବ । ଅନ୍ୟପଟେ ଇଂଲଣ୍ଡ ଏହି ମ୍ୟାଚରେ ଜିତିଲେ ମଧ୍ୟ କୌଣସି ଫରକ ପଡିବ ନାହିଁ । କାହିଁକିନା ସେମି ରେସରୁ ବାଦ ପଡିଛି ଇଂଲଣ୍ଡ । ବର୍ତ୍ତମାନ ସୁଦ୍ଧା 6ଟି ମ୍ୟାଚ ଖେଳି ମାତ୍ର ଗୋଟିଏରେ ବିଜୟୀ ହୋଇଛି ଦଳ। ଫଳରେ ପଏଣ୍ଟ ଟେବୁଲର ଶେଷରେ ରହିଛି । କିନ୍ତୁ ତଥାପି ଅଷ୍ଟ୍ରେଲିଆର ସେମିରେ ପହଞ୍ଚିବାର ରାସ୍ତାରେ କଣ୍ଟା ହେବାକୁ ଜୋରଦାର ପ୍ରୟାସ କରିବ ଇଂଲଣ୍ଡ । ଅଷ୍ଟ୍ରେଲିଆ ବିଶ୍ବକପରେ ବର୍ତ୍ତମାନ ସୁଦ୍ଧା ମୋଟ 6ଟି ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ସେମିରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆ ଆଜି ଇଂଲଣ୍ଡକୁ ମାତ ଦେବାକୁ ଚେଷ୍ଟା କରିବ । ଉଭୟ ଦଳ ବଶ୍ବକପରେ ପରସ୍ପରକୁ 9 ଥର ଭେଟିଛନ୍ତି । ଅଷ୍ଟ୍ରେଲିଆ 6ଟି ମ୍ୟାଚରେ ବିଜୟୀ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.