ETV Bharat / sports

BAN vs PAK: ବିଜୟଧାରାକୁ ଫେରିଲା ପାକିସ୍ତାନ; ୭ ୱିକେଟରେ ଜିତିଲା ମ୍ୟାଚ୍‌, ସପ୍ତମରୁ ୫ମ ସ୍ଥାନକୁ ଉଠିଲା - ଆଇସିସି ବିଶ୍ବକପ ୨୦୨୩

କ୍ରମାଗତ ୪ଟି ହାର ପରେ ବିଜୟଧାରାକୁ ଫେରିଲା ପାକିସ୍ତାନ । ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୭ ୱିକେଟରେ ଜିତିଲା ମ୍ୟାଚ୍‌ । ଅଧିକ ପଢନ୍ତୁ

Pakistan beat Bangladesh
Pakistan beat Bangladesh
author img

By ETV Bharat Odisha Team

Published : Oct 31, 2023, 8:44 PM IST

Updated : Oct 31, 2023, 8:57 PM IST

କୋଲକାତା: ବିଜୟଧାରାକୁ ଫେରିଲା ପାକିସ୍ତାନ । ଆଇସିସି ବିଶ୍ବକପ୍‌ ୨୦୨୩ର ୩୧ତମ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କଲା 'ମେନ ଇନ୍‌ ଗ୍ରୀନ୍‌' । ୨ ଓପନର୍‌ ଅବଦୁଲ୍ଲା ଶାଫିକ ଓ ଫଖର ଜମାନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଏହି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ପାକିସ୍ତାନ । କ୍ରମାଗତ ୪ଟି ମ୍ୟାଚ୍‌ ହାରି ଆସୁଥିବା ପାକିସ୍ତାନ ଏହି ମ୍ୟାଚ୍‌ ଜିତି ଆତ୍ମସନ୍ତୋଷ ଲାଭ କରିଥିବା ବେଳେ ପାକିସ୍ତାନୀ ପ୍ରଶଂସକଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ପ୍ରଥମ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବାଂଲାଦେଶ ପାକିସ୍ତାନୀ ବୋଲର୍‌ଙ୍କ ଘାତକ ବୋଲିଂରେ ମାଟି କାମୁଡିଥିଲା । ଦଳ ୪୫ ଓଭର ସୁଦ୍ଧା ୨୦୪ରେ ଅଲଆଉଟ୍‌ ହୋଇଥିଲା । ଏହାପରେ ପାକିସ୍ତାନ ୨୦୫ ରନ୍‌ ପିଛା କରି ୩୩ ଓଭର ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି ।

  • " class="align-text-top noRightClick twitterSection" data="">

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନର ଉଭୟ ବୋଲିଂ ଓ ବ୍ୟାଟିଂ ଅର୍ଡର ଦମଦାର ପ୍ରଦର୍ଶନ କରିଛନ୍ତି । ପ୍ରଥମ ଇନିଂସରେ ପାକିସ୍ତାନ ବୋଲର୍‌ ଘାତକ ବୋଲିଂ କରି ୪୫ ଓଭର ସୁଦ୍ଧା ବାଂଲାଦେଶକୁ ୨୦୪ ରନ୍‌ରେ ଅକଟାଇଥିବା ବେଳେ ପାକିସ୍ତାନ ମାତ୍ର ୩୨.୩ ଓଭର ସୁଦ୍ଧା ୨୦୫ ରନ୍‌ କରି ଏହି ମ୍ୟାଚ୍‌ ଜିତି ନେଇଛି । ପାକିସ୍ତାନ ଓପନର୍‌ ଅବଦୁଲ୍ଲା ଶାଫିକ ଓ ଫଖର ଜମାନ ଦମଦାର ଅର୍ଦ୍ଧଶତକ ହାସଲ କରି ଟିମକୁ ମ୍ୟାଚ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଅବଦୁଲ୍ଲା ଶାଫିକ ୬୯ ବଲ୍‌ ଖେଳି ୬୮ ରନ୍‌ କରି ଆଉଟ୍‌ ହୋଇଥିଲେ । ସେପଟେ ଅନ୍ୟତମ ଓପନର୍‌ ଫଖର ଜମାନ ୭୪ ବଲ୍‌ ଖେଳି ୩ଟି ଚୌକା ଓ ୭ଟି ଛକା ସହ ୮୧ ରନ୍‌ କରିଥିଲେ ।

ଏହା ବି ପଢନ୍ତୁ- BAN Vs PAK: ଶାହିନ-ୱାସିମଙ୍କ ଆକ୍ରମଣାତ୍ମକ ବୋଲିଂ, ୨୦୪ରେ ଅଲଆଉଟ ବାଂଲାଦେଶ

ତେବେ ଆଜି ବି ଅଧିନାୟକ ବାବର ଆଜମ ଖରାପ ପ୍ରଦର୍ଶନ କରିଥିଲେ । ବାବର ଆଜି ମାତ୍ର ୯ ରନ୍‌ କରି କ୍ୟାଚ ଆଉଟ୍‌ ହୋଇଥିଲେ । ଏହାପରେ ମହମ୍ମଦ ରିଜୱାନ ଓ ଇଫ୍ତିଖାର ଅହମ୍ମଦ ଅପରାଜିତ ରହି ଟିମକୁ ବିଜୟ ଆଡ଼କୁ ନେଇଥିଲେ । ମହମ୍ମଦ ରିଜୱାନ ୨୧ ବଲ୍‌ ଖେଳି ୪ଟି ଚୌକା ସହ ୨୬ ରନ୍‌ କରିଥିବା ବେଳେ ଇଫ୍ତିଖାର ଅହମ୍ମଦ ୧୭ ରନ୍‌ କରି ଟାର୍ଗେଟ ପୂରଣ କରିବାରେ ସଫଳ ହୋଇଥିଲେ । ଏହାପରେ ପାକିସ୍ତାନ ସପ୍ତମ ମ୍ୟାଚ୍‌ ଖେଳି ପୁନଃ ବିଜୟଧାରାକୁ ଫେରିଥିବା ବେଳେ ବାଂଲାଦେଶକୁ ପରାସ୍ତ କରିଛି । ଏହି ବିଜୟ ସହିତ ପାକିସ୍ତାନ ପଏଣ୍ଟ ଟେବୁଲର ସପ୍ତମରୁ ପଞ୍ଚମ ସ୍ଥାନକୁ ଉଠିଛି ।

ଏହା ବି ପଢନ୍ତୁ- World Cup 2023: ଆଜି ବାଂଲାଦେଶ-ପାକିସ୍ତାନ ଫାଇଟ, ଜଟିଳ ସ୍ଥିତିରେ ବାବରବାହିନୀ

ମ୍ୟାଚ୍‌ର ଦ୍ବିତୀୟ ପାଳିରେ ବାଂଲାଦେଶ ବୋଲର ମେହିଦି ହାସନଙ୍କୁ ୩ଟି ଯାକ ୱିକେଟ ମିଳିଛି । ସେ ୯ ଓଭର ବୋଲିଂ କରି ୬୦ ରନ୍‌ ଦେବା ସହ ୩ ୱିକେଟ ନେଇଥିଲେ । ତସକିନ ଅହମ୍ମଦ ୬ ଓଭର ବୋଲିଂ କରି ୩୬ ରନ୍‌ ଦେଇଥିବା ବେଳେ ଗୋଟିଏ ବି ୱିକେଟ ନେଇପାରିନଥିଲେ । ବାଂଲାଦେଶର ଅନ୍ୟ ସମସ୍ତ ବୋଲରଙ୍କୁ ଆଜି ଏହି ମ୍ୟାଚ୍‌ରେ ନିରାଶ ହେବାକୁ ପଡ଼ିଛି । ବ୍ୟାଟିଂ ପରେ ବୋଲିଂ ବିପର୍ଯ୍ୟୟ ଯୋଗୁଁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ହାରିଛି ବାଂଲାଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 31, 2023, 8:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.