ETV Bharat / sports

ICC World Cup 2023: ଆଉ 4 ଲକ୍ଷ ଟିକେଟ ବିକ୍ରି କରିବ BCCI - ବିଶ୍ବକପ ପାଇଁ ବିସିସିଆର ଟିକେଟ ବିକ୍ରି

ଆଇସିସି ଦିନିକିଆ ବିଶ୍ବକପ ପାଇଁ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢୁଛି । ଏହାକୁ ଦେଖି ଦ୍ବିତୀୟ ପର୍ଯ୍ୟାୟରେ ବିସିସିଆଇ ଆଉ 4 ଲକ୍ଷ ଟିକେଟ ବିକ୍ରି କରିବାକୁ ଘୋଷଣା କରିଛି । ଅଧିକ ପଢନ୍ତୁ

ICC World Cup 2023
ଆଉ 4 ଲକ୍ଷ ଟିକେଟ ବିକ୍ରି କରିବ BCCI
author img

By ETV Bharat Odisha Team

Published : Sep 7, 2023, 9:13 AM IST

ନୂଆଦିଲ୍ଲୀ: କ୍ରିକେଟ ମହାସମର ଆଇସିସି ବିଶ୍ବକପ ପାଇଁ ଆଇ ମାତ୍ର 28 ଦିନ । ଦିନ ଯେତିକି ପାଖଉଛି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢୁଛି । ବିଶ୍ବକପକୁ ନେଇ ଦେଶ ଓ ବିଦେଶର କ୍ରିକେଟପ୍ରେମୀଙ୍କ ଦାବିକୁ ଦେଖି ବିସିସିଆଇ ଦ୍ବିତୀୟ ପର୍ଯ୍ୟାୟରେ ଆଉ 4 ଲକ୍ଷ ଟିକେଟ ବିକ୍ରି କରିବାକୁ ଘୋଷଣା କରିଛି । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ (ବିସିସିଆଇ) ଟ୍ବିଟ କରି ସୂଚନା ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଟିକେଟ ବିକ୍ରି ଅଗଷ୍ଟ 24ରୁ ଆରମ୍ଭ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ଟିକେଟ ବିକ୍ରି ଆସନ୍ତାକାଲି(ଶୁକ୍ରବାର)ଠୁ ଅର୍ଥାତ ସେପ୍ଚେମ୍ବର 8 ତାରିଖ ସନ୍ଧ୍ୟା 8ଟାରୁ ଆରମ୍ଭ ହେବ । ସାଇଟରୁ ଟିକେଟ ଖୁବ ଶୀଘ୍ର ସରି ଯିବାରୁ କ୍ରିକେଟପ୍ରେମୀ ନିରାଶ ହୋଇଥିଲା । ତେଣୁ ସେମାନଙ୍କ ଦାବିକୁ ଆଖି ଆଗରେ ରଖି ବିସିସିଆଇ ଦ୍ବିତୀୟ ପର୍ଯ୍ୟାୟରେ ଅନଲାଇନରେ ଆଉ 4 ଲକ୍ଷ ଟିକେଟ ବିକ୍ରି କରିବାକୁ ଘୋଷଣା କରିଛି । ଅଫିସିଆଲ ଟିକେଟିଂ ୱେବସାଇଟ ଟିକେଟ୍ସ.କ୍ରିକେଟୱାର୍ଲ୍ଡକପ.କମରେ ଉପଲବ୍ଧ ହେବ । ଟିକେଟ ବିକ୍ରି ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚାନ ଦିଆଯିବ ବୋଲି କହିଛି ବିସିସିଆଇ ।

ଅଗଷ୍ଟ 24 ତାରିଖଠୁ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ଅଗଷ୍ଟ 31 ତାରିଖରେ ଭାରତ ମ୍ୟାଚର 3ଟି ଭେନ୍ୟୁ ଚେନ୍ନାଇ, ଦିଲ୍ଲୀ ଓ ପୁଣେରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ କଣିଛନ୍ତି କ୍ରିକେଟପ୍ରେମୀ । ସେପ୍ଟେମ୍ବର 1ରୁ 3 ତାରିଖ ଯାଏ ଅନ୍ୟାନ ମ୍ୟାଚ ପାଇଁ ଟିକେଟ ବିକ୍ରି ହୋଇଥିଲା । ସେପ୍ଟେମ୍ବର 15 ତାରିଖରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ଟିକେଟ ବିକ୍ରି ହେବ ।

ଏହା ବି ପଢନ୍ତୁ...ICC World Cup 2023: ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା, ରାହୁଲ ଇନ ସାମସନ ଆଉଟ

ଏହା ବି ପଢନ୍ତୁ...ICC World Cup 2023: 15 ଜଣିଆ ଦଳ ଘୋଷଣା କଲେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା, ବିଶ୍ବକପ ପରେ ଅବସର ନେବେ ଡି'କକ୍

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ ନଭେମ୍ବର 19 ତାରିଖ ଯାଏଁ ଭାରତରେ ICC ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ । ମୋଟ 10ଟି ଦଳକୁ ନେଇ 10ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା । ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଛି ।

ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ ଅକ୍ଟୋବର 8 ତାରିଖରେ 5 ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ । ବିଶ୍ବକପ ଆରମ୍ଭ ପୂର୍ବରୁ ସେପ୍ଟେମ୍ବର 29ରୁ ୱାର୍ମଅପ୍‌ ମ୍ୟାଚ ଖେଳାଯିବ । ଭାରତ ଇଂଲଣ୍ଡ ଓ ନେଦରଲାଣ୍ଡସ ବିପକ୍ଷରେ ଖେଳିବ । ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା ସରିଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.