ETV Bharat / sports

Women's T20 World Cup: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଫାଇନାଲ ଫାଇଟ

author img

By

Published : Feb 26, 2023, 8:43 AM IST

ଆଜି ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯିବ । ଘରୋଇ ଦକ୍ଷିଣ ଆଫ୍ରକା ଓ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ରଫି ଟକ୍କର ହେବ । ଅଧିକ ପଢନ୍ତୁ

Womens T20 World Cup final
South africa Australia Womens T20 World Cup final

କେପଟାଉନ: ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପର ଅଷ୍ଟମ ସଂସ୍କରଣ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି (ରବିବାର) ମହିଳା ଟି ଟ୍ବେଣ୍ଟି ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯିବ । ଘରୋଇ ଦକ୍ଷିଣ ଆଫ୍ରିକା ଓ ଡିଫେଣ୍ଡିଂ ଚମ୍ପିଅନ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ । 5ମ ଥର ଟାଇଟଲ ହାସଲ କରିଥିବା ଅଷ୍ଟ୍ରେଲିଆ ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ଥିବାବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ରଫି ହାସଲ ଲକ୍ଷ୍ୟରେ ରହିଛି । ଅଷ୍ଟ୍ରେଲିଆ ପ୍ରଥମ ସେମି ଫାଇନାଲରେ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ବିତୀୟ ସେମି ସମରରେ ଇଂଲଣ୍ଡକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ସ୍ଥାନ ପକ୍କା କରିଥିଲା । ସନ୍ଧ୍ୟା 6ଟା 30ରୁ ଆରମ୍ଭ ହେବ ଫାଇନାଲ ଫାଇଟ ।

ଅଷ୍ଟ୍ରେଲିଆ ଭାରତକୁ 5 ରନରେ ପରାସ୍ତ କରି ସପ୍ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ମହିଳା ଟି ଟ୍ବେଣ୍ଟିରେ ଅଷ୍ଟ୍ରେଲିଆ ସବୁଠୁ ସଫଳ ଦଳ । ପ୍ରଥମ ସଂସ୍କରଣକୁ ଛାଡି ବାକି 6ଟି ସଂସ୍କରଣରେ ଫାଇନାଲ ଖେଳିଛି ଅଷ୍ଟ୍ରେଲିଆ । 2010, 2012, 2014ରେ କ୍ରମାଗତ 3 ଥର ଚମ୍ପିଅନ ହୋଇଥିଲା । 2016ରେ ୱେଷ୍ଟଇଣ୍ଡିଜଠୁ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା । 2018 ଓ 2020ରେ ଟାଇଟଲ ହାସଲ କରିଥିଲା । ଫାଇନାଲ ମୁକାବିଲାରେ ଆସଲି ଗାର୍ଡନର, ବେଥ ମୁନି ଓ ଅଧିନାୟିତକା ମେଗ ଲାନିଂଙ୍କ ଉପରେ ନଜର ରହିବ ।

ଦ୍ବିତୀୟ ସେମି ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ 6 ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଟାଇଟଲ ବିଜୟ ସହ ଘରୋଇ ମାଟିରେ କଙ୍ଗାରୁ ଦଳକୁ ମାତ ଦେବାକୁ ଲକ୍ଷ୍ୟ ରହିଛି ସାଉଥ ଆଫ୍ରିକା । ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଘରୋଇ ଗ୍ରାଉଣ୍ଡରେ ସମର୍ଥକଙ୍କ ଗହଣରେ ଅଷ୍ଟ୍ରେଲିଆ ବିଜୟଧାରାରେ ବ୍ରେକ ଦେବା ଲକ୍ଷ୍ୟରେ ରହିଛି । ଦଳର ଷ୍ଟାର ଓପନର ଲାଓର ଉଲଭାର୍ଟ, ତାଜମିନ ବ୍ରିଟ୍ସ ଓ ପେସ ବୋଲର ସବନିମଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଫାଇନାଲ ଫାଇଟ ରୋମାଞ୍ଚକର ହେବ ।

ଏହା ବି ପଢନ୍ତୁ...Shardul Thakur Wedding: ଆସନ୍ତା ୨୭ରେ ବିବାହ କରିବେ ଭାରତୀୟ କ୍ରିକେଟର ଶାର୍ଦ୍ଦୁଳ

ହେଡ ଟୁ ହେଡ ରେକର୍ଡ: ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ 6ଟି ଟ୍ବେଣ୍ଟି ମୁକାବିଲା ଖେଳାଯାଇଛି । ଯେଉଁଥିରେ ଅଷ୍ଟ୍ରେଲିଆ ଅଧିକ ବିଜୟ ହାସଲ କରିଛି । ଦୁଇ ଦଳ ମଧ୍ୟରେ 15ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ସେଥିରୁ ଅଷ୍ଟ୍ରେଲିଆ 14ଟି ମ୍ୟାଚ ଜିତିଛି । ଚଳିତ ଟି ଟ୍ବେଣ୍ଟି ମୁକାବିଲାର ଲିଗ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ତାର ସମସ୍ତ 5 ମ୍ୟାଚ ଜିତି ଅପରାଜେୟ ରହିଛି । ଦକ୍ଷିଣ ଆଫ୍ରିକା 3ଟି ମ୍ୟାଚ ଜିତି ଥିବାବେଳେ ଦୁଇଟିରେ ପରାସ୍ତ ହୋଇଥିଲା । ରେକର୍ଡ ଅନୁସାରେ ଅଷ୍ଟ୍ରେଲିଆ ପଲ୍ଲା ଭାରି ରହିଛି । ଫାଇନାଲ ମ୍ୟାଚ ବିଜୟ ଶତକଡା 100ରୁ ଅଷ୍ଟ୍ରେଲିଆ ସପକ୍ଷରେ 84 ପ୍ରତିଶତ ଥିବାବେଳେ ଦକ୍ଷିଣ ଆଫ୍ରିକାକୁ 16 ପ୍ରତିଶତ ମିଳିଛି । ତେଣୁ ଡିଫେଣ୍ଡିଂ ଚମ୍ପିଅନକୁ ହରାଇ ଇତିହାସ ରଚିବାର ସୁଯୋଗ ଦକ୍ଷିଣ ଆଫ୍ରିକା ପାଖରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.