ETV Bharat / sports

ICC Womens T20 World Cup: ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

author img

By

Published : Feb 23, 2023, 7:34 AM IST

ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମଟି ଭାରତ ଓ ଅଷ୍ଟ୍ରଲିଆ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ବିତୀୟଟି ଇଂଲଣ୍ଡ ଓ ଘରୋଇ ଦକ୍ଷିଣ ଅଫ୍ରିକା ମଧ୍ୟରେ ଆସନ୍ତାକାଲି (ଶୁକ୍ରବାର) ଖେଳାଯିବ । ଅଧିକ ପଢନ୍ତୁ

ଭାରତ ଅଷ୍ଟ୍ରେଲିଆ ସେମିଫାଇନାଲ
ICC Womens T20 World Cup

କେପଟାଉନ: ସମୟ ଧାର୍ଯ୍ୟ, ମଇଦାନ ବି ପ୍ରସ୍ତୁତ କେବଳ ଅପେକ୍ଷା ବିଜୟକୁ । ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଅନ୍ତିମ ଚରଣରେ ପହଞ୍ଚିଛି । ସମସ୍ତ ଲିଗ ମ୍ୟାଚ ପରେ ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଅଷ୍ଟମ ସଂସ୍କରଣ ପ୍ରଥମ ସେମି ଫାଇନାଲ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ ।

କ୍ରମାଗତ 3ଟି ସଂସ୍କରଣରେ ସେମିରେ ପ୍ରବେଶ କରିଥିବା ଭାରତ ଆଜି ଫାଇନାଲ ଟିକେଟ ପାଇଁ ଅଷ୍ଟ୍ରେଲିଆକୁ ଭେଟିବ । କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ ସନ୍ଧ୍ୟା 6ଟା30ରୁ ମ୍ୟାଚ ଆରମ୍ଭ ହେବ । ଦ୍ବିତୀୟ ସେମିଫାଇନାଲରେ ଘରୋଇ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି (ଶୁକ୍ରବାର) ମୁକାବିଲା ଅନୁଷ୍ଠିତ ହେବ ।

ଆଜିର ସେମି ଫାଇନାଲ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ସବୁ ବିଭାଗରେ ଭାରତ ଭଲ ପ୍ରଦର୍ଶନ କଲେ ବିଜୟ ସହଜ ହେବ । ଭାରତ ବିଶ୍ବକପରେ ସେମିରେ ପ୍ରବେଶ କରିଥିଲେ ମଧ୍ୟ କେଉଁ ଲିଗ ମ୍ୟାଚରେ ବୋଲିଂରେ ଭଲ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂରେ ବିଫଳ ହୋଇଥିଲା ତ ପୁଣି କେଉଁ ମ୍ୟାଚରେ ବୋଲିଂରେ ବିଫଳ ହୋଇଥିଲା । ଫାଇନାଲ ଟିକେଟ ହାତେଇବାକୁ ହେଲେ ଟିମ ଇଣ୍ଡିଆକୁ ଆଜି ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ନଚେତ ଅଷ୍ଟ୍ରେଲିଆକୁ ହରାଇବା କଷ୍ଟକର ହେବ ।

5 ବର୍ଷ ଭିତରେ ଭାରତ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦଳ ହୋଇଥିଲେ ସୁଦ୍ଧା କୌଣସି ବଡ ଟ୍ରଫି ହାସଲ କରିନାହିଁ । ଏଥର ଭାରତ ସେହି ସ୍ବପ୍ନ ପୂରଣ କରିବା ଲକ୍ଷ୍ୟରେ ରହିଛି । ଗତ ଟି-20 ବିଶ୍ବକପ ଓ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା । ଏଥର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ହର୍ମନପ୍ରୀତବାହିନୀ। ପୂର୍ବ ତ୍ରୃଟିକୁ ସୁଧାରି ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ଭାରତର ବୋଲିଂ ବିଭାଗ ସନ୍ତୁଳିତ ରହିଛି ବିଶେଷ କରି ବ୍ୟାଟିଂ ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ । ବ୍ୟାଟର ସ୍ମୃତି ମାନ୍ଧନାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଅନ୍ୟପଟେ ଡିଫେଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ମଧ୍ୟ ବିଜୟ ପାଇଁ ଜୋରଦାର ପ୍ରସ୍ତୁତି କରିଛି । ଦଳର ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛି । ଆଲିଶା ହିଲ ଫିଟ ହେବା ପରେ ଦଳର ଶକ୍ତି ବଢିଛି । ମାତ୍ର ଭାରତକୁ ନେଇ ଦଳ ସତର୍କ ରହିଛି । 2021 ପରଠୁ ଅଷ୍ଟ୍ରେଲିଆ କେବଳ 2ଟି ମ୍ୟାଚ ହାରିଛି । ତାହା ପୁଣି ଭାରତଠୁ । ତେଣୁ ଅଷ୍ଟ୍ରେଲିଆକୁ ହରାଇବା କ୍ଷମତା ଭାରତ ପାଖରେ ରହିଛି । ଏସ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଭାରତ-ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ବିଶ୍ବକପ ରେକର୍ଡ: 2010 ଟି-ଟ୍ବେଣ୍ଟି ବିଶ୍ବକପ ସେମିଫାଇନାଲ ମ୍ୟାଚରେ ପ୍ରଥମ ଥର ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଏଥିଲେ ଅଷ୍ଟ୍ରେଲିଆ ଭାରତକୁ 7 ୱିକେଟରେ ପରାସ୍ତ କରିଥିଲା । ଫାଇନାଲରେ ମଧ୍ୟ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ଟି-ଟ୍ବେଣ୍ଟି ବିଶ୍ବକପ 2012-13 ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ 8 ୱିକେଟରେ ପରାସ୍ତ କରିଥିଲା । ଏଥର ବି ଅଷ୍ଟ୍ରେଲିଆ ଚମ୍ପିଅନ ହୋଇଥିଲା । 2018-19 ଟି-ଟ୍ବେଣ୍ଟି ବିଶ୍ବକପ ଗ୍ରୁପ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ 48ରନରେ ପରାସ୍ତ କରିଥିଲା ।

ସେମିଫାଇନାଲରେ ଇଂଲଣ୍ଡଠୁ ଭାରତ 8 ୱିକେଟରେ ପରାସ୍ତ ହୋଇ ଫାଇନାଲରୁ ବଞ୍ଚିତ ହୋଇଥିଲା । ସେହି ବର୍ଷ ମଧ୍ୟ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିଲା । 2019-20ରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-ଟ୍ବେଣ୍ଟି ବିଶ୍ବକପରେ ପ୍ରଥମ ଗ୍ରୁପ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ 17ରନରେ ପରାସ୍ତ କରିଥିଲା । ଫାଇନାଲ ମ୍ୟାଚରେ ଭାରତକୁ 85ରନ ବଡ ବ୍ୟବଧାନରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ରେକର୍ଡ ଦେଖିଲେ ଅଷ୍ଟ୍ରେଲିଆ ପଲ୍ଲା ଭାରି ରହିଛି । ଭାରତକୁ ଆଜି ସବୁ ରେକର୍ଡକୁ ଭୁଲ ପ୍ରମାଣିତ କରି ବିରାଟ ପରିବର୍ତ୍ତନ ଆଣିବାକୁ ହେବ ।

ପ୍ରକାଶ ଥାଉକି, ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଲିଗ ମ୍ୟାଚରେ ଭାରତ ତାର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଏହା ପରେ ଦ୍ବିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ତୃତୀୟ ଲିଗ ମ୍ୟାଚରେ ଭାରତ ଇଂଲଣ୍ଡଠୁ 11ରନରେ ପରାସ୍ତ ହୋଇଥିଲା । ମାତ୍ର ଚତୁର୍ଥ ମ୍ୟାଚରେ ଆୟର୍ଲାଣ୍ଡକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.