ETV Bharat / sports

ICC Women's T20 World Cup: ଚମକିଲେ ଭାରତର ଝିଅ, ୭ ୱିକେଟରେ ହାରିଲା ପାକିସ୍ତାନ

author img

By

Published : Feb 13, 2023, 7:12 AM IST

ମହିଳା ଟି୨୦ ବିଶ୍ବକପ୍‌ରେ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ । ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା ପାକିସ୍ତାନ ମହିଳା ଦଳ । ଜବାବରେ ୧୯ ଓଭରରେ ୧୫୦ ରନର ବିଜୟ ଲକ୍ଷ୍ୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ
ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକାରେ ଜାରି ରହିଥିବା ମହିଳା ଟି୨୦ ବିଶ୍ବକପ୍‌ରେ ରବିବାର ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ । ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା ପାକିସ୍ତାନ ମହିଳା ଦଳ । ୧୫୦ ରନ ବିଜୟ ଲକ୍ଷ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ ଅପରାଜିତ ରହି ୩୮ଟି ବଲ୍‌ରୁ ୮ଟି ଚୌକା ସହ ସର୍ବାଧିକ ୫୩ ରନ୍‌ ସଂଗ୍ରହ କରିଥିଲେ ।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ପାକିସ୍ତାନ ଅଧିନାୟିକା ବିସମା ମାରୁଫଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୪୯ ରନ୍‌ରେ ପହଞ୍ଚିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୪୯ ରନ୍‌ ସଂଗ୍ରହ କରିଥିଲା ପାକିସ୍ତାନ । ଏହାପରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ପାଳି ଆରମ୍ଭ କରିଥିଲା । ପ୍ରାରମ୍ଭିକ ବ୍ୟାଟର ୟାସ୍ତିକା ଭାଟିଆ ୨୦ ବଲରୁ ୧୭ ରନ୍‌, ଶେଫାଳି ବର୍ମା ୨୫ ବଲରୁ ୩୩ ରନ୍‌ ଓ ଅଧିନାୟିକା ହରମନପ୍ରୀତ କୌର ୧୨ ବଲରୁ ୧୬ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ । ତେବେ ଜେମିମା ଓ ରିଚା ଘୋଷ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତକୁ ବିଜୟ ଉପହାର ଦେଇଥିଲେ ।

ପାକିସ୍ତାନ ପାଇଁ ଅଧିନାୟିକା ବିସମା ମାରୁଫ ସର୍ବାଧିକ ୬୮ ରନ୍‌ ସଂଗ୍ରହ କରିଥିଲେ । ସେ ୫୫ଟି ବଲ୍‌ ଖେଳି ୭ଟି ଚୌକା ସହିତ ଅପରାଜିତ ୬୮ ରନ୍‌ କରିଥିଲେ । ଆୟେସା ନସୀମ ଅପରାଜିତ ୪୩ ରନ୍‌ କରିଥିଲେ । ସେହିପରି ସିଦ୍ରା ଅମିନ ୧୮ ବଲରୁ କେବଳ ୧୧ ରନ୍‌ ସଂଗ୍ରହ କରିପାରିଥିଲେ । ଭାରତ ପକ୍ଷରୁ ଆଜିର ମ୍ୟାଚ୍‌ରେ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା ।

ଦୀପ୍ତି ଶର୍ମା ପ୍ରଥମ ୱିକେଟ୍‌ ନେଇଥିଲେ ।‌‌‌ ସେ ଜାଭିରା ଖାନଙ୍କୁ କେବଳ ୮ ରନ୍‌ କରିଥିବା ବେଳେ ଆଉଟ୍‌ କରିଥିଲେ । ପ୍ରାରମ୍ଭିକ ବ୍ୟାଟର ମୁନିବା ଅଲୀ ରାଧା ଯାଦବଙ୍କ ବଲର ଶିକାର ହୋଇଥିଲେ । ରାଧା ଯାଦବ ସମୁଦାୟ ୪ ଓଭର ବୋଲିଂ କରି ୨୧ ରନ୍‌ ବ୍ୟୟରେ ୨ଟି ୱିକେଟ୍‌ ହାସଲ କରିଥିଲେ । ସେହିପରି ପୂଜା ବସ୍ତ୍ରାକରଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.