ETV Bharat / sports

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ପ୍ରଥମ ଭାରତୀୟ ମହିଳା, କହିଲେ ମହିଳା କ୍ରିକେଟ୍‌ ପାଇଁ ଗର୍ବର କ୍ଷଣ - ମହିଳା କ୍ରିକେଟ୍‌ ପାଇଁ ଗର୍ବର କ୍ଷଣ

ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଡାଏନା ଏଡୁଲଜୀ । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ବନ୍ଧୁ, ପରିବାରବର୍ଗ ଓ ବିସିସିଆଇକୁ ବଡ଼ ସମ୍ମାନ ଉତ୍ସର୍ଗ କଲେ । ଅଧିକ ପଢ଼ନ୍ତୁ

Diana Edulji
ଡାଏନା ଏଡୁଲଜୀ
author img

By ETV Bharat Odisha Team

Published : Nov 13, 2023, 9:27 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଛନ୍ତି ୨ ଭାରତୀୟ କ୍ରିକେଟର । ବୀରେନ୍ଦ୍ର ସେହୱାଗ ଓ ଡାଏନା ଏଡୁଲଜୀଙ୍କୁ ଆଇସିସି ହଲ୍‌ ଅଫ୍‌ ଫେମ୍‌ ଭାବେ ଘୋଷଣା କରିଛି । ଏହା ସହିତ ଶ୍ରୀଲଙ୍କାର ଅରବିନ୍ଦ ଡି ସିଲ୍‌ଭା ମଧ୍ୟ ଏହି ସୂଚୀରେ ସାମିଲ ହୋଇଛନ୍ତି । ତେବେ ଡାଏନା ଏଡୁଲଜୀ ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବାର ଗୌରବ ଅର୍ଜନ କରିଛନ୍ତି । ୩ଟି ଆଇସିସି ମହିଳା କ୍ରିକେଟ୍‌ ବିଶ୍ବକପ୍‌ରେ ସେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିଲେ । ୧୯୭୮ ଏବଂ ୧୯୯୩ ବିଶ୍ବକପ୍‌ରେ ସେ ଭାରତର ନେତୃତ୍ବ ମଧ୍ୟ ନେଇଥିଲେ । କ୍ରିକେଟ୍‌କୁ ଡାଏନାଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ନେଇ ଆଇସିସି ତାଙ୍କୁ ଏହି ମହାନ ସୂଚୀରେ ସାମିଲ କରିଛି । ଏହାପରେ ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ସେ ଏହି ତାଙ୍କ ବନ୍ଧୁ, ପରିବାରବର୍ଗ ଓ ବିସିସିଆଇ ନିକଟରୁ ମିଳିଥିବା ସହଯୋଗକୁ ମନେ ପକାଇଛନ୍ତି ।

ଡାଏନା ଏଡୁଲଜୀ ନିଜ କ୍ୟାରିୟରର ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାର ୮ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟ୍‌ ସଫଳତା ନେବାର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । କ୍ରିକେଟ୍‌ ପାଇଁ ଏଡୁଲଜୀଙ୍କ ଅବଦାନ ସମ୍ପର୍କରେ ଘୋଷଣା କରି ଆଇସିସି କହିଛି, "ତାଙ୍କର ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଏବଂ ଭାରତୀୟ ମହିଳା କ୍ରିକେଟ୍‌ ଇତିହାସରେ ସବୁଠାରୁ ସଫଳ ଘରୋଇ ଟିମ୍‌ ଗଠନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ଏହି କାରଣରୁ ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଡାଏନା ଏଡୁଲଜୀ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଛନ୍ତି ।"

  • A momentous day for Indian cricket as the swashbuckling maestro @virendersehwag and the trailblazing @DEdulji script history by being inducted into the @ICC Hall of Fame. Sehwag's fearless and explosive batting enthralled fans worldwide, while Edulji's pioneering contributions as… pic.twitter.com/nXFHgfdGMz

    — Jay Shah (@JayShah) November 13, 2023 " class="align-text-top noRightClick twitterSection" data=" ">

ଏହି ସମ୍ମାନ ସମ୍ପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ଥିଲା ବୋଲି ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଡାଏନା ଏଡୁଲଜୀ କହିଛନ୍ତି । ସେ କହିଛନ୍ତି, "ଏହା କେବଳ ମୋ ପାଇଁ ନୁହେଁ, ଭାରତୀୟ ମହିଳା କ୍ରିକେଟ୍‌ ଏବଂ ବିସିସିଆଇ ପାଇଁ ମଧ୍ୟ ଏକ ବଡ଼ ସମ୍ମାନ । ଏହି ସଫଳତା ପାଇଁ ମୁଁ ଆଇସିସି ଏବଂ ହଲ୍‌ ଅଫ୍‌ ଫେମ୍‌ ଭୋଟିଂ କମିଟିକୁ କୃତଜ୍ଞତା ଜଣାଉଛି । ଏହା ସଂପୂର୍ଣ୍ଣ ଭାବରେ ଅପ୍ରତ୍ୟାଶିତ ଥିଲା ଏବଂ ଏହାକୁ ସେମାନଙ୍କ ପାଇଁ ଉତ୍ସର୍ଗ କରୁଛି, ଯେଉଁମାନେ ମୋତେ ସହଯୋଗ କରିଥିଲେ ଏବଂ ମୋତେ ମାର୍ଗଦର୍ଶନ ଦେଇଥିଲେ । ୨୦୧୭ରେ ବିସିସିଆଇ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟି ଅଫ୍ ଆଡମିନିଷ୍ଟ୍ରେଟ୍‌ର ଏକ ଅଂଶ ଥିଲେ ଏଡୁଲଜୀ ।

ଏହା ମଧ୍ୟ ପଢ଼ନ୍ତୁ...2 ଭାରତୀୟଙ୍କୁ ICC ହଲ ଅଫ୍ ଫେମ ସମ୍ମାନ, ଜାଣନ୍ତୁ କିଏ

ନିଜ କ୍ରିକେଟ୍‌ ଯାତ୍ରା ସମୟରେ ସେ ସାମ୍ନା କରିଥିବା କଠିନ ସମୟକୁ ମନେ ପକାଇ ଏଡୁଲଜୀ କହିଛନ୍ତି, "ଆମକୁ ସେ ସମୟ ମଧ୍ୟରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେତେବେଳେ ମିଡିଆ କଭରେଜ୍‌ ମଧ୍ୟ ଏପରି ନଥିଲା । ତଥାପି ଆମ ପାଖରେ ଆମ ଦେଶ ଏବଂ କ୍ରିକେଟ୍‌ ପାଇଁ ସବୁକିଛି କରିବାର ଉତ୍ସାହ ଥିଲା । ବର୍ତ୍ତମାନ ଆଇସିସିରୁ ମିଳିଥିବା ସମ୍ମାନ ଦେଶର ସମଗ୍ର ମହିଳା କ୍ରିକେଟ୍‌ ପାଇଁ ଏକ ଗର୍ବର ମୁହୂର୍ତ୍ତ । ବିଶ୍ବସ୍ତରରେ ମହିଳା କ୍ରିକେଟର ଅଗ୍ରଗତି ଦେଖି ପୂର୍ବତନ ଭାରତୀୟ କ୍ରିକେଟର ଖୁସି ବ୍ୟକ୍ତ କରିଥିଲେ । କ୍ରିକେଟ୍‌ ଜଗତକୁ ନୂଆ କରି ଆସିଥିବା ଯୁବ ମହିଳା କ୍ରିକେଟରଙ୍କ ଉଦ୍ଦେଶ୍ୟରେ ଏଡୁଲଜୀ କହିଛନ୍ତି, "ବର୍ତ୍ତମାନ ମହିଳାମାନେ କ୍ରିକେଟ୍‌କୁ ନିଜ କ୍ୟାରିୟର୍‌ ମଧ୍ୟ କରିପାରିବେ । ପୁରୁଷଙ୍କ ପରି ଆଗକୁ ବଢ଼ି ଭାରତକୁ ଅଧିକ ଗୌରବ ଆଣିବା ପାଇଁ ସେମାନଙ୍କ ପାଇଁ ଏକ ମଞ୍ଚ ସ୍ଥିର ହୋଇଛି । ନିଜ ପାଖରେ ଦୃଢ଼ତା ଏବଂ ଆବଶ୍ୟକ ଆତ୍ମବିଶ୍ବାସ ରଖନ୍ତୁ, ଆପଣଙ୍କୁ କେହି ଅଟକାଇ ପାରିବେନି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.