ETV Bharat / sports

ବଦଳିଲା ନିୟମ, କ୍ରିକେଟ'ରେ ବ୍ୟବହାର ହେବନି 'ବ୍ୟାଟ୍ସମ୍ୟାନ' ଶବ୍ଦ

'ବ୍ୟାଟ୍ସମ୍ୟାନ' ଶବ୍ଦ ବଦଳରେ ଲିଙ୍ଗ ନିରପେକ୍ଷ ଶବ୍ଦ 'ବ୍ୟାଟର' ସମସ୍ତ ପ୍ରକାର ମ୍ୟାଚ୍‌ରେ ବ୍ୟବହାର ହେବ । ଅଧିକ ପଢନ୍ତୁ...

author img

By

Published : Oct 7, 2021, 9:31 PM IST

ICC to replace 'batsman' with 'batter' with T20 World Cup
ବଦଳିଲା ନିୟମ, କ୍ରିକେଟ'ରେ ବ୍ୟବହାର ହେବନି 'ବ୍ୟାଟ୍ସମ୍ୟାନ' ଶବ୍ଦ

ଦୁବାଇ: ଏଣିକି କ୍ରିକେଟ'ରେ ବ୍ୟବହାର ହେବନି 'ବ୍ୟାଟ୍ସମ୍ୟାନ' ଶବ୍ଦ । ଏହା ବଦଳରେ ଲିଙ୍ଗ ନିରପେକ୍ଷ ଶବ୍ଦ 'ବ୍ୟାଟର' ସମସ୍ତ ପ୍ରକାର ମ୍ୟାଚ୍‌ରେ ବ୍ୟବହାର ହେବ । ଚଳିତ ମାସରେ UAE ଓ ଓମାନରେ ଖେଳାଯିବାକୁ ସୂଚୀ ରହିଥିବା ପୁରୁଷ ଟି-୨୦ ବିଶ୍ବକପରୁ ବ୍ୟାଟ୍ସମ୍ୟାନ ବଦଳରେ ବ୍ୟାଟର ଶବ୍ଦର ବ୍ୟବହାର ଆରମ୍ଭ ହେବ । ଏନେଇ ଗୁରୁବାର ସ୍ପଷ୍ଟ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ।

ସେପ୍ଟେମ୍ବର ମାସରେ ମେରିଲେବୋନ କ୍ରିକେଟ କ୍ଳବ(MCC) କ୍ରିକେଟ ନିୟମରେ ବ୍ୟାଟ୍ସମ୍ୟାନ ପରିବର୍ତ୍ତେ 'ବ୍ୟାଟର' ଶବ୍ଦର ବ୍ୟବହାର କରିବାକୁ ଘୋଷଣା କରିଥିଲା । MCCର ଏହି ନିଷ୍ପତ୍ତିକୁ ICC ସ୍ବାଗତ କରିଥିବା କହିଛନ୍ତି କାର୍ଯ୍ୟକାରୀ ସିଇଓ ଗଫ୍‌ ଆଲାଡିସ୍‌ । ଏବେ ସମସ୍ତ ICC ଅନ୍ତର୍ଭୁକ୍ତ କ୍ରିକେଟ ପରିବେଶରେ ପ୍ରତିଫଳିତ ହେବ । ସମସ୍ତ ଲାଇଭ କମେଣ୍ଟ୍ରୀ ଓ ଆୟୋଜକଙ୍କ ଚ୍ୟାନେଲରେ ବ୍ୟାଟର ଶବ୍ଦ ନିୟମିତ ବ୍ୟବହାର ହେବ ।

ଯେପରି ଫିଲ୍ଡସମ୍ୟାନ ନୁହେଁ ବରଂ ଫିଲ୍ଡର, ବୋଲ୍‌ସମ୍ୟାନ ନୁହେଁ ବୋଲର କୁହାଯାଉଛି, ସେହିପରି ବ୍ୟାଟ୍ସମ୍ୟାନ ପରିବର୍ତ୍ତେ ବ୍ୟାଟର କୁହାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.