ETV Bharat / sports

ଦିନିକିଆ ବିଶ୍ବକପରେ ଖେଳିବେ 14 ଟିମ, ପ୍ରତି ଦୁଇବର୍ଷରେ ଟି20 ବିଶ୍ବକପ

author img

By

Published : Jun 1, 2021, 10:40 PM IST

Updated : Jun 1, 2021, 10:47 PM IST

ଆଗାମୀ 8 ବର୍ଷର ଫ୍ୟୁଚର ଟୁର ଓ ପ୍ରୋଗ୍ରାମ(FTP) ଘୋଷଣା କରିଛି ଆଇସିସି । ଅଧିକ ପଢନ୍ତୁ...

ICC to expand 50 over World Cup to 14 teams; hold World T20 every two years in next cycle
ଦିନିକିଆ ବିଶ୍ବକପରେ ଖେଳିବେ 14 ଟିମ, ପ୍ରତି ଦୁଇବର୍ଷରେ ଟି20 ବିଶ୍ବକପ

ଦୁବାଇ: ଆଗାମୀ 8 ବର୍ଷର ଫ୍ୟୁଚର ଟୁର ଓ ପ୍ରୋଗ୍ରାମ(FTP) ଘୋଷଣା କରିଛି ଆଇସିସି । ଏଣିକି ପ୍ରତି ଦୁଇବର୍ଷ ବ୍ୟବଧାନରେ ଖେଳାଯିବ ଟି20 ବିଶ୍ବକପ । 2017 ସଂସ୍କରଣର ବିଶ୍ବକପରେ 14ଟି ଅଂଶଗ୍ରହଣ କରିବେ । ଏନେଇ ମଙ୍ଗଳବାର କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ ଆଇସିସି ଘୋଷଣା କରିଛି ।

ଏଥିସହ ଦୁଇଟି ଚମ୍ପିଆନ୍ସ ଟ୍ରଫି ସହ ବିଶ୍ବ ଟେଷ୍ଟ ଚମ୍ପିଆନସିପର 4ଟି ସଂସ୍କରଣ ଖେଳାଯିବ ।

2024ରୁ 2031 ପର୍ଯ୍ୟନ୍ତ ଆଇସିସି ଇଭେଣ୍ଟ ସୂଚୀ ସ୍ପଷ୍ଟ କରିଛି ଆଇସିସି ବୋର୍ଡ । ଉଭୟ ପୁରୁଷ କ୍ରିକେଟ ବିଶ୍ବକପ ଓ ପୁରୁଷ ଟି20 ବିଶ୍ବକପକୁ ସଂପ୍ରସାରଣ କରାଯାଇଛି ଓ ପୁରୁଷ ଚମ୍ପିଆନ୍ସ ଟ୍ରଫିର ସଂସ୍କରଣକୁ ବୃଦ୍ଧି କରାଯାଇଛି ।

2027 ଓ 2031 ସଂସ୍କରଣ ପୁରୁଷ କ୍ରିକେଟ ବିଶ୍ବକପରେ 14ଟି ଟିମ ରହିବେ ଓ 54ଟି ମ୍ୟାଚ ଖେଳାଯିବ । ସେହିପରି 2024, 2026, 2028 ଓ 2030 ପୁରୁଷ ଟି20 ବିଶ୍ବକପରେ 20ଟି ଟିମ ଅଂଶଗ୍ରହଣ କରିବ ଓ 55ଟି ମ୍ୟାଚ ଖେଳାଯିବ ।

ବର୍ତ୍ତମାନ 50 ଓଭର ଫର୍ମାଟରେ 10ଟି ଟିମ ଖେଳୁଛନ୍ତି ଓ 16ଟି ଟିମ ଟି20 ବିଶ୍ବକପରେ ଖେଳୁଛନ୍ତି ।

2025 ଓ 2029ରେ ଚମ୍ପିଆନ୍ସ ଟ୍ରଫିର ଆୟୋଜନ ହେବ ଓ 8ଟି ଟିମ ଭାଗନେବେ । ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ 2025, 2027 ଓ 2029ରେ ଆୟୋଜିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2021, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.