ETV Bharat / sports

ICC Test Ranking: ଅଷ୍ଟ୍ରେଲିଆ ବ୍ୟାଟରଙ୍କ ସଫଳତା, ଟପ୍‌ 3ରେ ଏହି ଖେଳାଳି

author img

By

Published : Jun 15, 2023, 2:52 PM IST

ICC ଟେଷ୍ଟ ମାନ୍ୟତା ତାଲିକାରେ ଅଷ୍ଟ୍ରେଲୀୟ ବ୍ୟାଟରଙ୍କ ସଫଳତା ଦେଖିବାକୁ ମିିଳିଛି । ପ୍ରଥମ 3 ସ୍ଥାନରେ ରହିଛନ୍ତି ଲାବୁସାନ, ସ୍ମିଥ୍‌ ଓ ଟ୍ରେଭିସ ହେଡ୍‌ । ଅଧିକ ପଢନ୍ତୁ

ICC Test Ranking
ICC Test Ranking

ନୂଆଦିଲ୍ଲୀ: ICCର ସଦ୍ୟ ଘୋଷିତ ଟେଷ୍ଟ ମାନ୍ୟତା ତାଲିକାରେ ଆଷ୍ଟ୍ରେଲିଆ ବ୍ୟାଟର ସଫଳତା ହାସଲ କରିଛନ୍ତି । ବ୍ୟାଟିଂ ମାନ୍ୟତାରେ ଶ୍ରେଷ୍ଠ 3ରେ ତିନିଜଣ ଅଷ୍ଟ୍ରେଲିଆ ବ୍ୟାଟର ସ୍ଥାନ ପାଇଛନ୍ତି । ମାର୍ନସ ଲାବୁସାନ(903 ପଏଣ୍ଟ) ପାଇ ଶୀର୍ଷ ସ୍ଥାନରେ ରହିଥିବା ବେଳେ 885 ପଏଣ୍ଟ ପାଇ ସ୍ମିଥ ଦ୍ବିତୀୟ ଓ 883 ପଏଣ୍ଟ୍‌ ପାଇ ଟ୍ରେଭିସ ହେଡ୍‌ ତୃତୀୟ ସ୍ଥାନରେ ରହିଛନ୍ତି । 39 ବର୍ଷ ପରେ ବ୍ୟାଟିଂ ତାଲିକାରେ ଏଭିଳ ବିରଳ ପରିବର୍ତ୍ତନ ହୋଇଛି । 1984ରେ ୱେଷ୍ଟଇଣ୍ଡିଜ୍‌ର 3 ଜଣ ବ୍ୟାଟର ପ୍ରଥମରୁ ତୃତୀୟ ସ୍ଥାନ ଅଳଙ୍କୃତ କରିଥିଲେ ।

ଏହା ବି ପଢନ୍ତୁ...Intercontinental Cup: ଆଜି ଭାରତ-ଲେବାନନ ମୁକାବିଲା

ଭାରତ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲେର ସ୍ମିଥ 121ରନ ଓ ହେଡ 163 ରନ୍‌ ଶତକୀୟ ପାଳି ଖେଳି ଦଳ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ସେହି ପ୍ରଦର୍ଶନ ବଳରେ ସ୍ମିଥ୍‌ ଗୋଟିଏ ସ୍ଥାନ ଏବଂ ହେଡ୍‌ 3ଟି ସ୍ଥାନ ଉନ୍ନତି ଘଟାଇଥିଲେ । ଏହାପୂର୍ବରୁ ୱେଷ୍ଟଇଣ୍ଡିଜର ଗର୍ଡନ ଗ୍ରୀନିଜ, ଲୟଡ ଓ ଲାରୀ ଗୋମ୍ସ ପ୍ରଥମରୁ ତୃତୀୟ ସ୍ଥାନ ଖସିଥିଲେ । ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଭାରତୀୟ ମଧ୍ୟକ୍ରମ ଅନୁଭବୀ ବ୍ୟାଟର ଆଜିଙ୍କ୍ୟ ରାହେଣେ ଓ ଦ୍ରୁତ ବୋଲର ସାର୍ଦୁଲ ଠାକୁରଙ୍କ ରାଙ୍କ୍‌ରେ ଉନ୍ନତି ହୋଇଛି । ଆଜିଙ୍କ୍ୟ ରାହାଣେ 37ତମ ଏବଂ ସାର୍ଦୁଳ ଠାକୁର 94ତମ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ବିଶ୍ବ ଟେଷ୍ଟ ଚମ୍ପଆନସିପ୍‌ ଫାଇନାଲେରେ ରାହାଣେ 89 ଓ 46 ରନ କରି ଭାରତୀୟ ଦଳର ଆଶା ଉଜ୍ଜୀବିତ କରିଥିଲେ ଯାହାର ଫାଇଦା ରାହଣେଙ୍କୁ ଟେଷ୍ଟ ରାଙ୍କିଂରେ ମିଳିଛି ।

ଏହା ବି ପଢନ୍ତୁ...Archery World Cup: ଅଦିତି ଗୋପିଚାନ୍ଦଙ୍କ ବିଶ୍ବ ରେକର୍ଡ

ସେହିପରି ଭାରତୀୟ ଖେଳାଳିଙ୍କ ମଧ୍ୟରେ ବୋଲରଙ୍କ ତାଲିକାରେ ଅଶ୍ବିନୀ ଅଲରାଉଣ୍ଡର ତାଲିକାରେ ଜାଡେଜା ଶୀର୍ଷରେ ରହିଛନ୍ତି । ବୋଲରଙ୍କ ତାଲିକାରେ ଅଶ୍ବିନୀ 860 ପଏଣ୍ଟ ଏବଂ ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା 434 ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛନ୍ତି । ଆହତ ସମସ୍ୟା ଦେଇ ଗତି କରୁଥିବା ଯଶପ୍ରୀତ ବୁମ୍‌ରା ଅଷ୍ଟମ ସ୍ଥାନକୁ ଖସି ଆସିଛନ୍ତି । ଜାଡେଜା ନବମ ସ୍ଥାନ ବଜାୟ ରଖିଛନ୍ତି । ଅଲରାଉଣ୍ଡର ତାଲିକାରେ ଅଶ୍ବିନୀ ଦ୍ବିତୀୟ ଓ ଅକ୍ଷର ପଟେଲଙ୍କ ଚତୁର୍ଥ ସ୍ଥାନ ଅପରିବର୍ତ୍ତିତ ରହିଛି । ଋଷବ ପନ୍ତ ଦଶମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ସ୍ପିନର ନାଥନ ଲାଏନ ଷଷ୍ଠ ସ୍ଥାନରେ ରହିଛନ୍ତି । ଷ୍ଟାର୍କ୍‌ ବୋଲରଙ୍କ ଲିଷ୍ଟରେ ପଞ୍ଚମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.