ETV Bharat / sports

ICC T20 Ranking: ଏକମାତ୍ର ଭାରତୀୟ ଭାବେ ଟପ୍‌ 10ରେ ଇଶାନ କିଶନ - ଆଇସିସି ମାନ୍ୟତା

ପ୍ରକାଶ ପାଇଛି ସଦ୍ୟତମ ଆଇସିସି ଟି-ଟ୍ବେଣ୍ଟି ମାନ୍ୟତା ତାଲିକା । ଏକମାତ୍ର ଭାରତୀୟ ଭାବେ ଓପନର ଇଶାନ କିଶନ ଶ୍ରେଷ୍ଠ 10ରେ ସ୍ଥାନ ପାଇଛନ୍ତି । ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ଇଶାନ । ଅଧିକ ପଢନ୍ତୁ

ଶ୍ରେଷ୍ଠ 10ରେ ଇଶାନ କିଷନ
ଶ୍ରେଷ୍ଠ 10ରେ ଇଶାନ କିଷନ
author img

By

Published : Jun 16, 2022, 11:49 AM IST

ଦୁବାଇ: ପ୍ରକାଶ ପାଇଛି ଆଇସିସି ଟି-ଟ୍ବେଣ୍ଟି ମାନ୍ୟତା ତାଲିକା । ପ୍ରକାଶିତ ସଦ୍ୟତମ ତାଲିକାରେ ଏକମାତ୍ର ଭାରତୀୟ ଭାବେ ଓପନର ଇଶାନ କିଶନ ଶ୍ରେଷ୍ଠ 10 ମଧ୍ୟରେ ସ୍ଥାନ ପାଇଛନ୍ତି । ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ଇଶାନ । ଏହା ସହିତ ଭୁବନେଶ୍ବର କୁମାର ଓ ୟୁଝବେନ୍ଦ୍ରଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ କିଶନଙ୍କ ପ୍ରଦର୍ଶନ ଭଲ ରହିଛି । ଆକର୍ଷଣୀୟ ବ୍ୟାଟିଂ ଜାରି ରଖି ଏଯାବତ 3ଟି ମ୍ୟାଚ୍‌ରେ କିଶନଙ୍କ ନାମରେ ଦୁଇଟି ଅର୍ଦ୍ଧଶତକ ରହିଛି ।

ସେ ମୋଟ 164 ରନ ସଂଗ୍ରହ କରିଛନ୍ତି । ଫଳରେ ସେ 68ଟି ସ୍ଥାନ ଉପରକୁ ଉଠିଛନ୍ତି କିଷନ । ଅନ୍ୟ ଭାରତୀୟଙ୍କ ମଧ୍ୟରେ ରାହୁଲ ଓ ରୋହିତ ଶର୍ମା ଗୋଟିଏ ଲେଖାଏଁ ସ୍ଥାନ ତଳକୁ ଖସି ଯାଥାକ୍ରମେ 14 ଓ 16ତମ ସ୍ଥାନରେ ରହିଛନ୍ତି । ଶ୍ରେୟାସ ଆୟର 17 ତମ ସ୍ଥାନରେ ରହିଛନ୍ତି । ପ୍ରଥମଥର ପାଇଁ ଶ୍ରେଷ୍ଠ 20 ତାଲିକାରୁ ବାଦ ପଡିଛନ୍ତି ବିରାଟ କୋହଲି । ବିରାଟ 21ତମ ସ୍ଥାନରେ ରହିଛନ୍ତି । ବୋଲିଂ ବିଭାଗରେ ଭୁବନେଶ୍ବର କୁମାର ଓ ୟୁଝବେନ୍ଦ୍ରଙ୍କ ମାନ୍ୟତାରେ ଉନ୍ନତି ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ଭୁବନେଶ୍ବର କୁମାର ଓ ତୃତୀୟ ଟି-ଟ୍ବେଣ୍ଟିରେ ୟୁଜଭେନ୍ଦ୍ରଙ୍କ ପ୍ରଦର୍ଶନ ଭଲ ରହିଥିଲା ।

ଭୁବନେଶ୍ବର କୁମାର 7ଟି ସ୍ଥାନ ଉପରକୁ ଉଠି 11ତମ ସ୍ଥାନ ଏବଂ ଚହର 26 ତମ ସ୍ଥାନରେ ରହିଛନ୍ତି । ଜସ୍‌ ହେଜେଲଉଡ୍‌ ଶୀର୍ଷକୁ ଫେରିଥିବାବେଳେ ଶ୍ରୀଲଙ୍କାର ମହୀଶ ତୀଷଣା ଅଷ୍ଟମ ସ୍ଥାନକୁ ଉତୀନ୍ନ ହୋଇଛନ୍ତି । ସେହିପରି ଟେଷ୍ଟ ବୋଲିଂ ତାଲିକାରେ ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମରା ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ରହିଛନ୍ତି । ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.