ETV Bharat / sports

ICC T20 WC: ଜିତିଲା ନାମିବ୍ୟା, ନାମ ୟାଦ୍‌ ରଖନା ଟ୍ବିଟ କଲେ ମାଷ୍ଟରବ୍ଲାଷ୍ଟର

author img

By

Published : Oct 17, 2022, 9:26 AM IST

ଆରମ୍ଭ ହୋଇଯାଇଛି ଟି୨୦ ବିଶ୍ବକପ ମହାସମର । ପ୍ରଥମ ମ୍ୟାଚରେ ଗ୍ରୁପ ମ୍ୟାଚରେ ଶ୍ରୀଲଙ୍କାକୁ ୫୫ ରନରେ ହରାଇ ନାମିବ୍ୟା ବିଜୟ ଅଭିଯାନ ଆରମ୍ଭ କରିଛି । ନାମିବ୍ୟାର ଏହି ବିଜୟ ଅଭିଯାନକୁ ପ୍ରଶଂସା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଅଧିକ ପଢନ୍ତୁ

ICC T20 WC: ନାମିବ୍ୟାର ବିଜୟ ଅଭିଯାନକୁ ଟ୍ବିଟ କଲେ ସଚିନ

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ଟି୨୦ ବିଶ୍ବକପ ମହାସମର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଶ୍ରୀଲଙ୍କା ବନାମ ନାମିବ୍ୟା । ଗ୍ରୁପ ମ୍ୟାଚରେ ଶ୍ରୀଲଙ୍କାକୁ ୫୫ ରନରେ ହରାଇ ନାମିବ୍ୟା ବିଜୟ ଅଭିଯାନ ଆରମ୍ଭ କରିଛି । ତେବେ ନାମିବ୍ୟାର ଏହି ବିଜୟ ଅଭିଯାନକୁ ପ୍ରଶଂସା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସଚିନ ତେନ୍ଦୁଲକର ଟ୍ବିଟ କରି ଲେଖିଛନ୍ତି "ନାମିବ୍ୟା ଦଳ କ୍ରିକେଟ ଦୁନିଆକୁ ଏହା ଜଣାଇଛି କି "ନାମ" ମନେରଖିଥିବ ।

  • Namibia 🇳🇦 has told the cricketing world today… “Nam” yaad rakhna! 👏🏻

    — Sachin Tendulkar (@sachin_rt) October 16, 2022 " class="align-text-top noRightClick twitterSection" data=" ">

ପ୍ରଥମ ଗ୍ରୁପ ମ୍ୟାଚରେ ନାମିବ୍ୟା ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୧୫ ଓଭରରେ ନାମିବ୍ୟା ୯୫ ରନ କରି ୬ ଟି ୱିକେଟ ହରାଇସାରିଥିଲା । ହେଲେ ଶେଷ ୫ ଓଭରରେ ୬୮ ରନ କରି ନାମିବ୍ୟା ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲା । ଜାନ ଫ୍ରିଲିଙ୍କ ସର୍ବାଧିକ ୪୪ ରନର ଇନିଂସ ବଳରେ ନାମିବ୍ୟା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୩ ରନ କରିଥଲା । ଜେଜେ ସ୍ମିଟ ୧୬ ବଲରୁ ୩୧ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ଶ୍ରୀଲଙ୍କାର ପ୍ରମୋଦ ମଦୁଶାନ ଦୁଇଟି ୱିକେଟ ନେଇଥିଲେ । ସେହିପରି ମହେଶ ଥିକଶାନା, ଦୁଷ୍ମନ୍ଥା ଚମିରା, ଚମିକା କରୁଣାରତ୍ନେ ଓ ୱନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ନେଇଥିଲେ ।

୧୬୪ ରନର ଟାର୍ଗେଟ ନେଇ ବ୍ୟାଟିଂ ପାଇଁ ଓହ୍ଳାଇଥିଲା ଶ୍ରୀଲଙ୍କା । ହେଲେ ନାମିବ୍ୟାର ବୋଲିଂ ଓ ଫିଲ୍ଡିଂ ଆଗରେ ହାର ମାନିଥିଲା ଶ୍ରୀଲଙ୍କା । ଶ୍ରୀଲଙ୍କା ୧୯ ଓଭରରେ ୧୦୮ ରନ କରି ଅଲଆଉଟ ହୋଇଥିଲା । ଅଧିନାୟକ ଦାସୁନ ସନକା ସର୍ବାଧିକ ୨୯ ରନ କରିଥିଲେ । ସେହିପରି ଭାନୁକା ରାଜପକ୍ଷେ ୨୦ ରନ ଏବଂ ଧନଞ୍ଜୟ ୧୨ ରନ କରିଥିଲେ । ନାମିବ୍ୟାର ଡେଭିଡ ୱାଇଜ, ବେରନାର୍ଡ ସ୍କୋଲଟଜ, ବେନ ସିକାଗୋ ଏବଂ ଜାନ ଫ୍ରିଲିଙ୍କ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଜେଜେ ସ୍ମିଟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ସେହିପରି ଜାନ ଫ୍ରିଲିଙ୍କ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.