ETV Bharat / sports

ICC Ranking: କୋହଲିଙ୍କ ନିକଟତର ହେଲେ ରୋହିତ

author img

By

Published : Feb 10, 2022, 9:30 AM IST

Updated : Feb 10, 2022, 12:00 PM IST

ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତୀୟ ଦଳର ଦୁଇ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ସ୍ଥାନ ବଜାୟ ରଖିଛନ୍ତି । ଅଧିକ ପଢନ୍ତୁ

କୋହଲିଙ୍କ ନିକଟତର ହେଲେ ରୋହିତ
କୋହଲିଙ୍କ ନିକଟତର ହେଲେ ରୋହିତ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା (Icc ranking)ତାଲିକାରେ ଭାରତୀୟ ଦଳର ଦୁଇ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ସ୍ଥାନ ବଜାୟ ରଖିଛନ୍ତି । ଭାରତୀୟ କ୍ରିକେଟ ଦଳର ନୂଆ ଧଳା ବଲ ଅଧିନାୟକ ରୋହିତ ଶର୍ମା ଆଇସିସି ଦିନିକିଆ ମାନ୍ୟତାରେ ତୃତୀୟ ସ୍ଥାନ ବଜାୟ ରଖିଥିବାବେଳେ ଦ୍ବିତୀୟ ସ୍ଥାନରେ ଥିବା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନିକଟତର ହୋଇଛନ୍ତି ।

ବୁଧବାର ପ୍ରକାଶିତ ସଦ୍ୟତମ ମାନ୍ୟତା ତାଲିକାରେ କୋହଲି ପୂର୍ବପରି ୨ୟ ସ୍ଥାନରେ ରହିଛନ୍ତି । ରବିବାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦମଦାର ଅର୍ଦ୍ଧଶତକ ହାସଲ କରିବା ପେର ରୋହିତଙ୍କ ରାଙ୍କିଙ୍ଗ ପଏଣ୍ଟରେ ଉନ୍ନତି ଘଟିଛି । ୮୦୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ଥିବାବେଳେ କୋହଲି ୮୨୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

୮୭୩ ପଏଣ୍ଟ ସହ ପାକିସ୍ତାନ ଅଧିନାୟକ ବାବର ଆଜମ ଶୀର୍ଷ ମାନ୍ୟତା ବଜାୟ ରଖିଛନ୍ତି । ଏହା ସହ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଓ ଇଂଲଣ୍ଡର ବରିଷ୍ଠ ବ୍ୟାଟ୍ସମ୍ୟାନ ଜୋ ରୁଟ ଶୀର୍ଷ ୧୦ ସ୍ଥାନକୁ ଫେରିଛନ୍ତି । ରୁଟ ୧୦ ସ୍ଥାନରେ ରହିଥିବାବେଳେ ବାମହାତୀ ଜମାନ ନବମ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି କକ ୪ର୍ଥ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ପଞ୍ଚମରେ ଆରୋନ ଫିଞ୍ଚ ୬ଷ୍ଠରେ ଜନି ବେୟାରଷ୍ଟୋ ରହିଛନ୍ତି । ଡେଭିଡ ୱାର୍ଣ୍ଣର ୭ମ ସ୍ଥାନରେ ରହିଛନ୍ତି । ସେହିପରି ବୋଲିଂ ମାନ୍ୟତା ତାଲିକାରେ ଶୀର୍ଷ ୧୦ରେ ଭାରତର କେବଳ ଯଶପ୍ରୀତ ବୁମରା ସ୍ଥାନ ପାଇଛନ୍ତି । ସପ୍ତମରେ ସ୍ଥାନ ପାଇଛନ୍ତି ବୁମରା ।

Last Updated : Feb 10, 2022, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.