ETV Bharat / sports

ICC ODI Ranking: ଚତୁର୍ଥ ସ୍ଥାନକୁ ଉନ୍ନୀତ ଶୁଭମନ ଗିଲ, ଜାଣନ୍ତୁ କୋହଲି କେଉଁଠି

author img

By ETV Bharat Odisha Team

Published : Aug 24, 2023, 4:29 PM IST

ଆଇସିସି ପୁରୁଷ ଦିନିକିଆ ମାନ୍ୟତାର ସଦ୍ୟ ତାଲିକା ପ୍ରକାଶ ପାଇଛି । ଭାରତୀୟ ଓପନର ଯୁବ ବ୍ୟାଟର ଶୁଭମନ ଗିଲଙ୍କୁ ସଫଳତା ମିଳିଛି । ଅଧିକ ପଢନ୍ତୁ

ODI Ranking of shubman gill
ICC ODI Ranking

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ ଓପନର ଶୁଭମନ ଗିଲ୍‌ ଅନେକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ତାଙ୍କ ରାଙ୍କିଂରେ ଉନ୍ନତି ଘଟିଛି । ଆଇସିସି ସଦ୍ୟ ଦିନିକିଆ ମାନ୍ୟତା ତାଲିକା ପ୍ରକାଶ କରିଛି । ଆଇସିସି ପୁରୁଷ ଦିନିକିଆ ମାନ୍ୟତାରେ ଭାରତୀୟ ଓପନର ଯୁବ ବ୍ୟାଟର ଶୁଭମନ ଗିଲଙ୍କୁ ସଫଳତା ମିଳିଛି । ତାଲିକାରେ ଶୁଭମନ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଏହା ବି ପଢନ୍ତୁ...ICC ODI Ranking: କ୍ୟାରିଅରର ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ଶୁଭମନ

ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଶୁଭମନ ଗିଲ ତୃତୀୟ ମ୍ୟାଚରେ 85ରନର ଦମଦାର ପାଳି ଖେଳିଥିଲେ । ଏହା ପରେ ଟି-20 ସିରିଜରେ ଚତୁର୍ଥ ମ୍ୟାଚରେ 77ରନ କରିଥିଲେ । ଯାହା ଦିନିକିଆ ରାଙ୍କିଂରେ ଗିଲଙ୍କୁ ଲାଭ ଦେଇଛି । ଆଇସିସିର ସଦ୍ୟ ଦିନିକିଆ ରାଙ୍କିଂରେ ଶୁଭମନଙ୍କୁ ଚତୁର୍ଥ ସ୍ଥାନରେ ପହଞ୍ଚାଇଛି । ଆଇସିସି ବ୍ୟାଟରଙ୍କ ମଧ୍ୟରେ କେବେଳ ବିରାଟ କୋହଲି ଓ ଶୁଭମନ୍‌ ଗିଲ୍‌ ଶ୍ରେଷ୍ଠ 10 ଜଣଙ୍କ ମଧ୍ୟରେ ରହିଛନ୍ତି । ବିରାଟ କୋହଲି 9 ନମ୍ବର ସ୍ଥାନରେ ରହିଛନ୍ତି । ଶୁଭମନଙ୍କୁ 743 ପଏଣ୍ଟ ମିଳିଛି । ପାକିସ୍ତାନର ବାବର ଆଜମ ଟପ୍‌ରେ ରହିଛନ୍ତି ।

ଏହା ବି ପଢନ୍ତୁ...ଶୁଭମନ ଗିଲ ଜାନୁଆରୀର ଶ୍ରେଷ୍ଠ ଖେଳାଳି

ବୋଲିଂରେ ତାଲିକାରେ ଆୟର୍ଲାଣ୍ଡ ବିପକ୍ଷରେ ନେତୃତ୍ବ ନେଇଥିବା ଫାଷ୍ଟ ବୋଲର ଯଶପ୍ରୀତ ବୁମରା 7ଟି ସ୍ଥାନ ଉପରକୁ ଉଠିଛନ୍ତି । ସେ 84ତମ ସ୍ଥାନରେ ରହିଛନ୍ତି । ରବି ବିଷ୍ଣୋଇ 17ଟି ସ୍ଥାନ ଉପରକୁ ଉଠି 65ତମ ସ୍ଥାନରେ ରହିଛନ୍ତି । ଟେଷ୍ଟ ରାଙ୍କିଂରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡେଜା ଯଥାକ୍ରମେ 1 ନମ୍ବର ବୋଲର ଓ ଅଲରାଉଣ୍ଡର ବିବେଚିତ ହୋଇଛନ୍ତି । ଆଗକୁ ଏସିଆ କପ୍‌ ଆରମ୍ଭ ହେବା ସହ ଦିନିକିଆ ମାନ୍ୟତା ତାଲିକାରେ ଉତ୍ଥାନ ପତନ ଜାରି ରହିବ । ଦିନିକିଆ ଟିମ୍‌ ରାଙ୍କିଂରେ ଭାରତ ତୃତୀୟ ସ୍ଥାନରେ ରହିଛି । 113 ପଏଣ୍ଟ ପାଇଛି । ପାକିସ୍ତାନ 116 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଓ ଅଷ୍ଟ୍ରେଲିଆ 118 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଟି-ଟ୍ବେଣ୍ଟି ତାଲିକାରେ ଭାରତ 264 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରିହଛି ।

ଏହା ବି ପଢନ୍ତୁ...Spider-Man Gill: ମୈଦାନ ବାହାରେ ଗିଲଙ୍କ ଯାଦୁ, ଚଳଚ୍ଚିତ୍ର ସ୍ପାଇଡର୍ ମ୍ୟାନ୍‌ରେ ଶୁଭମନଙ୍କ ଭଏସ ଶୁଣିବେ ଫ୍ୟାନ୍ସ

ପ୍ରକାଶଥାଉ କି, ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ଟକ୍କରରେ ଶୁଭମନ ଗିଲ୍‌ ଶତକ ହାସଲ କରିଥିଲେ । ଚଳିତ ବର୍ଷ ଜାନୁଆରୀର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ଶୁଭମନ ଗିଲ । ଆଇସିସି ମାସିକ ପୁରସ୍କାର ହାସଲ କରିଥିଲେ ଶୁଭମନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.