ETV Bharat / sports

ICC ODI Ranking: ଉଠିଲେ ମିତାଲି, ତାଲିକାର ଦ୍ବିତୀୟ ସ୍ଥାନରେ ଅଧିନାୟିକା

ଆଇସିସି ପକ୍ଷରୁ ପ୍ରକାଶ ପାଇଛି ସଦ୍ୟ ମହିଳା ଦିନିକିଆ କ୍ରିକେଟ ବ୍ୟାଟିଂ ମାନ୍ୟତା ତାଲିକା । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ ।

ଉଠିଲେ ମିତାଲି, ତାଲିକାର ଦ୍ବିତୀୟ ସ୍ଥାନରେ ଅଧିନାୟିକା

author img

By

Published : Feb 2, 2022, 9:15 AM IST

ଦୁବାଇ: ଆଇସିସି ପକ୍ଷରୁ ପ୍ରକାଶ ପାଇଛି ସଦ୍ୟ ମହିଳା ଦିନିକିଆ କ୍ରିକେଟ ବ୍ୟାଟିଂ ମାନ୍ୟତା ତାଲିକା । ଏଥିରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ । ବ୍ୟାଟିଂ ମାନ୍ୟତାରେ ମିତାଲି ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ମିତାଲିଙ୍କ ବାଦ ବୋଲିଂ ମାନ୍ୟତାରେ ବରିଷ୍ଠ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ପୂର୍ବ ପରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡର ମାନ୍ୟତାରେ ଭାରତର ଦିପ୍ତୀ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ରହିଛନ୍ତି । ମିତାଲି ମୋଟ ୭୩୮ ପଏଣ୍ଟ ସହ ବ୍ୟାଟିଂ ମାନ୍ୟତା ପାଇଥିବା ବେଳେ ଶୀର୍ଷ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆର ଆଲିସା ହିଲି ୭୫୦ ପଏଣ୍ଟ ପାଇଛନ୍ତି । ସ୍ମୃତି ମାନ୍ଧାନା ୭୧୦ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଜେସ ଜୋନସେନ ୭୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବାବେଳେ ଝୁଲଣ ଗୋସ୍ବାମୀ ୭୧୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଅଲରାଉଣ୍ଡର ମାନ୍ୟତାରେ ଇଂଲଣ୍ଡର ନାଟାଲି ସ୍କିଭର ୩୭୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆର ଏଲିସ ପେରି ୩୬୫ ପଏଣ୍ଟ ସହ ଦ୍ବିତୀୟ ଓ ଦକ୍ଷିଣ ଆଫ୍ରିକାର ମାରିଜେନ କାପ ୩୫୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ପ୍ରକାଶ ଥାଉ କି, ୨୦୨୧ ସେପ୍ଟେମ୍ବରେ ପ୍ରକାଶ ପାଇଥିବା ICC ମହିଳା ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନ ହରାଇଥିଲେ ଭାରତୀୟ କ୍ୟାପଟେନ୍‌ ମିତାଲି ରାଜ । ତୃତୀୟ ସ୍ଥାନକୁ ଖସି ଯାଇଥିଲେ ମିତାଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.