ଦୁବାଇ: ଦିନିକିଆ ବିଶ୍ବକପ୍ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ଏଥର ବିଶ୍ବକପ୍ ଟ୍ରଫି ପାଇଁ କେଉଁ ଦଳ ଦାବିଦାର, ସେନେଇ ପୂର୍ବତନ କ୍ରିକେଟର ତଥା କ୍ରିକେଟ ବିଶେଷଜ୍ଞମାନେ ନିଜ ନିଜର ଆକଳନ କରିବାରେ ଲାଗିଛନ୍ତି । ତେବେ ପ୍ରାୟ ସମସ୍ତଙ୍କ ଆକଳନରେ ଏଥର ବିଶ୍ବକପ୍ରେ ଟିମ୍ ଇଣ୍ଡିଆର ବଡ଼ ପ୍ରତିଦ୍ବନ୍ଦ୍ବୀ ହେଉଛି ଅଷ୍ଟ୍ରେଲିଆ । ଏହାରି ଭିତରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ରମାଗତ ବିଜୟ ପରେ ଟିମ୍ ଇଣ୍ଡିଆକୁ ଏକ କଡ଼ା ଚେତାବନୀ ଦେଇଛି କଙ୍ଗାରୁ ଦଳ । ଆଇସିସି ଦିନିକିଆ ରାଙ୍କିଙ୍ଗ୍ ତାଲିକାରେ ପାକିସ୍ତାନକୁ ହଟାଇ ପୁଣି ପ୍ରଥମ ସ୍ଥାନ ଅଧିକାର କରିଛି ଅଷ୍ଟ୍ରେଲିଆ ।
-
We have a new team at the 🔝 of the @MRFWorldwide ICC Men's ODI Rankings 🙌
— ICC (@ICC) September 9, 2023 " class="align-text-top noRightClick twitterSection" data="
Details 👇https://t.co/1KobAJHjX2
">We have a new team at the 🔝 of the @MRFWorldwide ICC Men's ODI Rankings 🙌
— ICC (@ICC) September 9, 2023
Details 👇https://t.co/1KobAJHjX2We have a new team at the 🔝 of the @MRFWorldwide ICC Men's ODI Rankings 🙌
— ICC (@ICC) September 9, 2023
Details 👇https://t.co/1KobAJHjX2
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେଭିଡ୍ ୱାର୍ନର ଓ ମାର୍ନସ ଲବୁସେନ୍ଙ୍କ ଚମତ୍କାର ଡବଲ୍ ଶତକ ବଳରେ ଶନିବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ୧୨୩ ରନ୍ରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ଏଥିସହିତ ଦଳ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ଲାଭ କରିଥିଲା । ଏହି ମ୍ୟାଚ୍ରେ ଆହୁରି ମଧ୍ୟ ଏକ ରେକର୍ଡ କରିଥିଲା କଙ୍ଗାରୁ ଦଳ । ଅନ୍ତର୍ଜାତୀୟ ଦିନିକିଆରେ ତୃତୀୟ ସର୍ବାଧିକ ସ୍କୋର୍ (୩୯୨) କରିଥିଲା ଅଷ୍ଟ୍ରେଲିଆ । ଜବାବରେ ଦକ୍ଷିଣ ଆଫ୍ରିକା ୪୧.୫ ଓଭରରେ ୨୬୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ICC ODI Ranking: ଭାରତ ରାସ୍ତାରେ କଣ୍ଟା ସାଜିବ ପାକିସ୍ତାନ ! ଆଇସିସି ଦିନିକିଆ ମାନ୍ୟତାରେ No.1
ଭ୍ରମଣକାରୀ ଦଳ ଗୁରୁବାର ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟ୍ରେ ପରାସ୍ତ କରିଥିଲା । ଫଳରେ ଲଗାତାର ଦ୍ବିତୀୟ ବିଜୟ ସହ ଏହି ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଛି ଅଷ୍ଟ୍ରେଲିଆ । ମଙ୍ଗଳବାର ସମାନ ଭେନ୍ୟୁରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆରେ ଯଦି ଅଷ୍ଟ୍ରେଲିଆ ବିଜୟ ଲାଭ କରେ, ତେବେ ଦଳ ଆଗୁଆ ସିରିଜ କବ୍ଜା କରିନେବ । ତେବେ ଦ୍ବିତୀୟ ବିଜୟ ପରେ ଅଷ୍ଟ୍ରେଲିଆ ୧୨୧ ରେଟିଂ ପଏଣ୍ଟ୍ ସହ ପାକିସ୍ତାନଠାରୁ ଗୋଟିଏ ପଏଣ୍ଟ ଆଗରେ ରହି ପ୍ରଥମ ସ୍ଥାନକୁ ଉନ୍ନିତ ହୋଇଛି । ୧୨୦ ରେଟିଂ ପଏଣ୍ଟ ସହ ପାକିସ୍ତାନ ଦ୍ବିତୀୟରେ ରହିଥିବା ବେଳେ ୧୧୪ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନ ବଜାୟ ରଖିଛି ଭାରତ ।
ତେବେ ଆଗକୁ ବିଶ୍ବକପ୍ ଥିବାରୁ ବିଶ୍ବର ନଂ୧ ମାନ୍ୟତା ପାଇବା ଅଷ୍ଟ୍ରେଲିଆ ଟିମ୍ର ମନୋବଳକୁ ଦୃଢ଼ କରାଇବ । ସେହିପରି ଟିମ୍ ଇଣ୍ଡିଆ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । କାରଣ ଦ୍ବିତୀୟରେ ରହିଥିବା ପାକ୍ ଟିମ୍ ମଧ୍ୟ ଏବେ ଭଲ ଫର୍ମରେ ରହିଛି । ଏସିଆ କପ୍ ପୂର୍ବରୁ ପାକିସ୍ତାନ ନିଜର ଶେଷ ୪ଟି ଦିନିକିଆ ସିରିଜ୍ ଜିତିଛି । ଏଭଳି ସ୍ଥଳେ ଅଷ୍ଟ୍ରେଲିଆ ଦଳ ମଧ୍ୟ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବଜାୟ ରଖିଛି । ସେପଟେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡର ଫର୍ମ ମଧ୍ୟ ସେତେ ଖରାପ ନାହିଁ । ଯାହା ବିଶ୍ବକପ୍ରେ ଭାରତୀୟ ଦଳକୁ ଏକ କଡ଼ା ସନ୍ଦେଶ ଦେଇଥିବା କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ