ETV Bharat / sports

ICC Latest Rankings: ଟିମ୍‌ ଇଣ୍ଡିଆର 'ବିରାଟ' ସଫଳତା, ସମସ୍ତ ଫର୍ମାଟ୍‌ରେ ନମ୍ବର ଓ୍ୱାନ୍

author img

By

Published : Feb 15, 2023, 5:52 PM IST

ଟିମ ଇଣ୍ଡିଆ ଏବେ କ୍ରିକେଟର ୩ଟି ଯାକ ଫର୍ମାଟରେ ୧ ନମ୍ବର ହୋଇଛି । ବୁଧବାର ଆଇସିସି ଦ୍ବାରା ଜାରି ହୋଇଥିବା ଟେଷ୍ଟ ରାଙ୍କିଂ ତାଲିକାରେ ଭାରତ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି । ଦିନିକିଆ ଓ ଟି୨୦ରେ ଦଳ ପୂର୍ବରୁ ଶୀର୍ଷ ସ୍ଥାନ ଅଧିକାର କରିଥିଲା । ଅଧିକ ପଢ଼ନ୍ତୁ

ICC Latest Rankings
ICC Latest Rankings

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷରେ ଫେବୃଆରୀ ୯ ତାରିଖରୁ ଭାରତ ଆରମ୍ଭ କରିଛି ବର୍ଡର ଗାଭାସ୍କର ଟ୍ରଫି ଅଭିଯାନ । ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଇନିଂସ ଓ ୧୩୨ ରନର ବଡ଼ ବ୍ୟବଧାନରେ ବିଜୟ ହାସଲ କରି ଏକ ବିରାଟ ଇତିହାସ ରଚିଛି ଟିମ ଇଣ୍ଡିଆ । ICC (International Cricket Council) ଦ୍ବାରା ବୁଧବାର ଜାରି ହୋଇଥିବା ଟେଷ୍ଟ ରାଙ୍କିଂରେ ଭାରତ ୧ ନମ୍ବରକୁ ଉନ୍ନୀତ ହୋଇଛି । ପୂର୍ବରୁ ଭାରତ ଉଭୟ ଦିନିକିଆ ଓ ଟି୨୦ରେ ପ୍ରଥମରେ ରହିଥିବାରୁ ବର୍ତ୍ତମାନ ୩ଟି ଯାକ ଫର୍ମାଟରେ ଶୀର୍ଷ ସ୍ଥାନ ଅଧିକାର କରିଛି ଦଳ ।

ICC Latest Rankings
ICC Latest Rankings

ଭାରତୀୟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ଘଟିଛି । ପ୍ରଥମ ଥର ପାଇଁ ଟେଷ୍ଟ, ଦିନିକିଆ ଓ ଟି୨୦ ଫର୍ମାଟରେ ଆଇସିସି ରାଙ୍କିଂରେ ଶୀର୍ଷ ସ୍ଥାନରେ ରହିବା ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ । ତେବେ ଅଧିନାୟକ ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଦଳ ଏହି ଇତିହାସ ରଚିଛି । ଟି୨୦ରେ ୨୬୭ ରେଟିଙ୍ଗ୍ସ ସହିତ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦିନିକିଆରେ ୧୧୪ ରେଟିଙ୍ଗ୍ସ ସହିତ ଶୀର୍ଷରେ ରହିଛି ଦଳ । ସେହିଭଳି ବୁଧବାର ରିଲିଜ ହେଇଥିବା ଟେଷ୍ଟ ରାଙ୍କିଂରେ ୧୧୫ ରେଟିଙ୍ଗ୍ସ ଭାରତ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି ।

ICC Latest Rankings
ICC Latest Rankings

ଭାରତୀୟ କ୍ରିକେଟ ଦଳ ପ୍ରଥମ ଥର ପାଇଁ ୧୯୭୩ ମସିହାରେ ଟେଷ୍ଟ ରାଙ୍କିଂରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହାପରେ କିନ୍ତୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଏହି ସ୍ଥାନକୁ ଫେରି ପାରିନଥିଲା । ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଦଳ ୨୦୦୯ ମସିହାରେ ପୁଣିଥରେ ନମ୍ବର ୱାନ ଟେଷ୍ଟ ଟିମ ବନିଥିଲା । ୨୦୧୧ ମସିହା ପର୍ଯ୍ୟନ୍ତ ଏହି ସ୍ଥାନରେ ରହିଥିଲା ଟିମ ଇଣ୍ଡିଆ । ଏହାପରେ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ସମଗ୍ର ବିଶ୍ବରେ ଟେଷ୍ଟ କ୍ରିକେଟରେ ନିଜର ପ୍ରଭାବ ବିସ୍ତାର କରିଥିଲା । ୨୦୧୬ ମସିହାରେ ଟେଷ୍ଟ କ୍ରିକେଟରେ ଭାରତକୁ ପ୍ରଥମ ସ୍ଥାନରେ ପହଞ୍ଚାଇଥିଲେ କିଙ୍ଗ୍‌ କୋହଲି । ୨୦୨୦ ଅପ୍ରେଲ ମାସ ପର୍ଯ୍ୟନ୍ତ ଟେଷ୍ଟରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଥିଲା । ଏହାପର ଠାରୁ ଦଳ ୩ ନମ୍ବରକୁ ଖସି ଆସିଥିଲା । କିନ୍ତୁ ଏବେ ପୁଣିଥରେ ନମ୍ବର ୧ ଟେଷ୍ଟ ଟିମ ବନିଛି ଟିମ୍‌ ଇଣ୍ଡିଆ ।

ICC Latest Rankings
ICC Latest Rankings

ତେବେ କେବଳ ଭାରତୀୟ କ୍ରିକେଟ ଦଳ ନୁହେଁ, ଭାରତୀୟ କ୍ରିକେଟରଙ୍କର ମଧ୍ୟ ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଂରେ ଉନ୍ନତୀ ଘଟିଛି । ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିବା ଅଧିନାୟକ ରୋହିତ ଶର୍ମା ବ୍ୟାଟର ମାନଙ୍କର ରାଙ୍କିଂରେ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ତାଙ୍କ ଛଡ଼ା ଏହି ତାଲିକାରେ ଅନ୍ୟ ଭାରତୀୟ ଖେଳାଳି ଭାବେ ସପ୍ତମରେ ଋଷଭ ପନ୍ତ ସ୍ଥିର ରହି ଟପ୍‌ ୧୦ ବ୍ୟାଟରଙ୍କ ତାଲିକାରେ ସାମିଲ ଅଛନ୍ତି । ବୋଲରଙ୍କ ତାଲିକାରେ ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନକୁ ଆସିଛନ୍ତି । ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ୮ଟି ୱିକେଟ ହାସଲ କରିଥିଲେ । ତାଙ୍କ ବ୍ୟତୀତ ଟପ୍‌ ୧୦ ବୋଲର ତାଲିକାରେ ଯଶପ୍ରୀତ ବୁମ୍‌ରା ପଞ୍ଚମରେ ସ୍ଥିର ରହିଛନ୍ତି । ଅଲରାଉଣ୍ଡର ତାଲିକାରେ ପ୍ରଥମରୁ ହିଁ ରବିନ୍ଦ୍ର ଜାଡ଼େଜା ପ୍ରଥମ ଓ ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ସ୍ଥିର ରହିଛନ୍ତି ।

ICC Latest Rankings
ICC Latest Rankings

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.