ETV Bharat / sports

ICC ODI Rankings: ବ୍ୟାଟିଂରେ ପଞ୍ଚମ ସ୍ଥାନକୁ ଉଠିଲେ ଗିଲ, ବୋଲିଂରେ 10ମ ସ୍ଥାନରେ ସାର୍ଦୁଲ ଠାକୁର - ଆଇଆଇସି ଦ୍ବାରା ପ୍ରକାଶିତ ଦିନିକିଆ ବ୍ୟାଟିଂ ମାନ୍ୟତା

ଆଇଆଇସି ଦ୍ବାରା ପ୍ରକାଶିତ ଦିନିକିଆ ବ୍ୟାଟିଂ ମାନ୍ୟତାରେ ଉପରୁ ଉଠିଲେ ଗିଲ । ବୋଲିଂ ମାନ୍ୟତାରେ ଟପ 10ରେ ସାର୍ଦୁଲ ଠାକୁର । ଅଧିକ ପଢନ୍ତୁ

icc announced odi ranking
icc announced odi ranking
author img

By

Published : Aug 10, 2023, 10:50 AM IST

ହାଇଦ୍ରବାଦ: ଆଇସିସି ଦିନିକିଆ ବ୍ୟାଟିଂ ଓ ବୋଲିଂ ମାନ୍ୟତା ପ୍ରକାଶ ପାଇଛି । ବ୍ୟାଟିଂରେ ଭାରତୀୟ ବ୍ୟାଟର ଶୁବମନ ଗିଲଙ୍କ ଉନ୍ନତି ହୋଇଛି । ଗତ ସପ୍ତାହରେ ସେ ସପ୍ତମ ସ୍ଥାନରେ ରହିଥିବା ବେଳେ ଏବେ ପଞ୍ଚମ ସ୍ଥାନକୁ ଉଠିଛନ୍ତି । ସେହିପରି ଇଶାନ କିଶନ 9ଟି ସ୍ଥାନ ଉପରୁ ଉଠି 36 ନମ୍ବରରେ ରହିଛନ୍ତି । ଏହି ଦୁଇ ଖେଳାଳି ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ସିରିଜରେ ଭଲ ପ୍ରଦର୍ଶନ କରିଥିବାରୁ ଆଇସିସି ମାନ୍ୟତା ବୃଦ୍ଧିରେ ସହାୟକ ହୋଇଛି । ସେହିପରି ବିରାଟ କୋହଲି ଓ ରୋହିତ ଶର୍ମା ସ୍ଥାନ ବଜାୟ ରଖିଛନ୍ତି । କୋହଲି ଓ ରୋହିତ 11 ନମ୍ବର ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ICC World Cup: 9ଟି ମ୍ୟାଚ ଖେଳସୂଚୀରେ ପରିବର୍ତ୍ତନ, ଅଗଷ୍ଟ 25ରୁ ଟିକେଟ୍‌ ବିକ୍ରି

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ପ୍ରଥମ ସ୍ଥାନରେ ରହିଛନ୍ତି ପାକିସ୍ତାନର ବାବର ଆଜମ, ଦ୍ବିତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ରାଶି ଭାନ ଡର ଡୁସେନ, ତୃତୀୟ ସ୍ଥାନରେ ପାକିସ୍ତାନର ଫଖାର ଜମାନ ଓ ଚତୁର୍ଥ ସ୍ଥାନରେ ଇମାମ ଉଲ ହକ । ଷଷ୍ଠ ସ୍ଥାନରେ ଡେଭିଡ ୱାର୍ଣ୍ଣର, ସପ୍ତମ ସ୍ଥାନରେ ଆୟରଲାଣ୍ଡର ହେରି ଟେକ୍ଟର ରହିଛନ୍ତି ।

ସେହିପରି ଦିନିକିଆ ବୋଲିଂ ମାନ୍ୟତାରେ ସାର୍ଦୁଲ ଠାକୁର ଓ କୁଲଦୀପ ଯାଦବଙ୍କ ଉନ୍ନତି ହୋଇଛି । କୁଲଦୀପ 4ଟି ସ୍ଥାନ ଉପରକୁ ଉଠି 10ମ ସ୍ଥାନରେ ରହିଛନ୍ତି ସାର୍ଦୁଲ ଠାକୁର 30କୁ ଉଠିଛନ୍ତି । ମହମ୍ମଦ ସିରାଜ ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି । ପ୍ରଥମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ଜୋସ ହାଜେଲଡଡ । ଅଲରାଉଣ୍ଡର ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟା 11 ତମ ସ୍ଥାନକୁ ଉଠିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ACT Hockey 2023: ପାକିସ୍ତାନକୁ ହରାଇ ସେମିରେ ଭାରତ, ଅଧିନାୟକ ହର୍ମନପ୍ରୀତଙ୍କ ଡବଲ ଗୋଲ

ମେ 2 ତାରିଖରେ ଆଇସିସି ଦ୍ବାରା ଜାରି ହୋଇଥିଲା ଟେଷ୍ଟ ରାଙ୍କିଂ । ଏହା ରାଙ୍କରେ ଭାରତ ବିଶ୍ବରେ ନମ୍ବନ ୱାନ ଟେଷ୍ଟ ଦଳ ହୋଇଥିଲା । ଅଷ୍ଟ୍ରେଲିଆକୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହୋଇଥିଲା ଟିମ ଇଣ୍ଡିଆ । ଏହା ସହିତ ଅନ୍ତର୍ଜାତୀୟ ଟି 20ରେ ମଧ୍ୟ ଦଳ ପ୍ରଥମ ସ୍ଥାନ ବଜାୟ ରଖିଥିଲା ।

ବର୍ତ୍ତମାନ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜାରି ରହିଛି । 3ଟି ମ୍ୟାଚ ଶେଷ ହୋଇଛି । 2ଟିରେ ୱେଷ୍ଟଇଣ୍ଡିଜ ବିଜୟୀ ହୋଇଥିବା ବେଳେ ଗୋଟିଏରେ ଭାରତ ବିଜୟୀ ହୋଇଛି । ସିରିଜ ହାତେଇବାକୁ ହେଲେ ଭାରତ ଏହି ଦୁଇ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଆବଶ୍ୟକ । ଏହା ପୂର୍ବରୁ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.