ETV Bharat / sports

ଟ୍ରେଣ୍ଡରେ ଦ୍ରାବିଡ, ସବୁ ଦଳଙ୍କୁ ଷ୍ଟାର ଇଂଲିସ କ୍ରିକେଟରଙ୍କ ସତର୍କବାଣୀ

ପୂର୍ବତନ ଇଂଲଣ୍ଡ କ୍ୟାପଟେନ ମାଇକେଲ ଭନ୍‌ଙ୍କ ଏକ ଟ୍ବିଟ୍‌ ଏବେ ହଇଚଇ ସୃଷ୍ଟି କରିଛି । ଟ୍ବିଟରେ ଭନ୍‌ ଲେଖିଛନ୍ତି, "ଯଦି ଏହା ସତ ଯେ, ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ହେଉଛନ୍ତି, ତେବେ ବିଶ୍ବର ଅବଶିଷ୍ଟ ଟିମ ସତର୍କ ହୋଇଯିବା ଉଚିତ୍‌ ।" ଅଧିକ ପଢନ୍ତୁ...

author img

By

Published : Oct 16, 2021, 7:44 PM IST

'I think the rest of the world better beware': Vaughan reacts to news of Rahul Dravid taking over as India coach
ଟ୍ରେଣ୍ଡ୍‌ରେ ରାହୁଲ ଦ୍ରାବିଡ, ବିଶ୍ବ କ୍ରିକେଟକୁ ବରିଷ୍ଠ ଇଂଲିସ କ୍ରିକେଟରଙ୍କ ସତର୍କବାଣୀ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍‌ ଖବର ନେଇ ସମସ୍ତେ ଉତ୍ସାହିତ । ଟି-୨୦ ବିଶ୍ବକପ ପରେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତାଙ୍କ ସ୍ଥାନରେ ପୂର୍ବତନ ଭାରତୀୟ କ୍ୟାପଟେନ ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବା ଖବର ସାମ୍ନାକୁ ଆସିବା ପରେ ଉତ୍ସାହିତ ହୋଇପଡିଛନ୍ତି ଭାରତୀୟ ଫ୍ୟାନ୍ସ ।

  • If it’s true Rahul Dravid is to be the next Indian coach I think the rest of the world better beware … !

    — Michael Vaughan (@MichaelVaughan) October 15, 2021 " class="align-text-top noRightClick twitterSection" data=" ">

ଏହି ଖବର କେବଳ ଭାରତୀୟଙ୍କୁ ଉତ୍ସାହିତ କରିନି ବରଂ ଇଂଲଣ୍ଡରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପୂର୍ବତନ ଇଂଲଣ୍ଡ କ୍ୟାପଟେନ ମାଇକେଲ ଭନ୍‌ଙ୍କ ଏକ ଟ୍ବିଟ୍‌ ଏବେ ହଇଚଇ ସୃଷ୍ଟି କରିଛି । ଟ୍ବିଟରେ ଭନ୍‌ ଲେଖିଛନ୍ତି, "ଯଦି ଏହା ସତ ଯେ, ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ହେଉଛନ୍ତି, ତେବେ ବିଶ୍ବର ଅବଶିଷ୍ଟ ଟିମ ସତର୍କ ହୋଇଯିବା ଉଚିତ୍‌ ।"

ନିଜର ନିଆରା ଅନ୍ଦାଜର ଟ୍ବିଟ୍‌ ପାଇଁ ଚର୍ଚ୍ଚାରେ ଥିବା ପୂର୍ବତନ ଭାରତୀୟ ଓପନର ୱାସିମ ଜାଫର ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଟ୍ବିଟ୍‌ରେ ଜାଫର ଲେଖିଛନ୍ତି, "ଗତକାଲି ପର୍ଯ୍ୟନ୍ତ ଦ୍ରାବିଡ, ଜାତୀୟ କ୍ରିକେଟ ଏକାଡେମୀ(NCA)ର ମୁଖ୍ୟ ଭାବେ ରହିବାକୁ ଚାହାଁନ୍ତି ବୋଲି ରିପୋର୍ଟ ରହିଥିଲା । ମାତ୍ର ଶନିବାର ସକାଳୁ ଦ୍ରାବିଡ ଟିମ ଇଣ୍ଡିଆ ନୂଆ ମୁଖ୍ୟ କୋଚ୍‌ ହେବାନେଇ ଖବର ଆସିଲା । ଗୋଟିଏ ରାତି ଭିତରେ ଏପରି କ'ଣ ଘଟିଗଲା ? ବୋଧହୁଏ ଲର୍ଡ ଶାର୍ଦ୍ଦୁଳ ଜନ୍ମଦିନର କେକ୍‌ କାଟିବା ସହ କ୍ୟାଣ୍ଡେଲ ଲିଭାଇ ରାହୁଲ ଭାଇଙ୍କୁ କୋଚ୍‌ ହେବାନେଇ ପ୍ରାର୍ଥନା କରିଛନ୍ତି ।"

  • Till yesterday news reports were saying Rahul Dravid was going to stay at the NCA. Yet early morning news broke of him becoming India coach. So what happened around midnight? My best guess is Lord Shardul blew candles on his birthday cake wishing to be coached by Rahul bhai 😊

    — Wasim Jaffer (@WasimJaffer14) October 16, 2021 " class="align-text-top noRightClick twitterSection" data=" ">

ଏହା ଜଣାପଡିବା ପରେ ସୋସିଆଲ ମିଡିଆ ସମେତ ପ୍ରମୁଖ ଗଣମାଧ୍ୟମ ଗୁଡିକରେ ଏହା ଖବରର ଶୀରୋନାମାରେ ରହିଛି । ଏପରିକି ଟ୍ବିଟରରେ ଦୀର୍ଘ ସମୟ ଧରି ରାହୁଲ ଦ୍ରାବିଡ ଟ୍ରେଣ୍ଡ୍‌ କରୁଥିବା ଦେଖାଯାଇଛି ।

ତେବେ ଦ୍ରାବିଡ ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍‌ ହେବାନେଇ BCCI ପକ୍ଷରୁ ଔପଚାରିକ ଘୋଷଣା ହୋଇନଥିଲେ ମଧ୍ୟ ପୂର୍ବରୁ ଏହି ଦାୟିତ୍ବ ପାଇଁ ଅରାଜି ଥିବା 'ଦ ୱାଲ୍‌' ରାଜି ହୋଇଥିବା କୁହାଯାଉଛି । ଦୁବାଇରେ ଦ୍ରାବିଡଙ୍କୁ ମନାଇବାରେ BCCI ସଭାପତି ସୌରଭ ଗାଙ୍ଗୁଲି ଓ ଜୟ ଶାହ ସଫଳ ହୋଇଥିବା କୁହାଯାଉଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ବକପ ପରେ ଜାତୀୟ ଟିମରେ ଦ୍ରାବିଡଙ୍କ କୋଚ୍‌ କାର୍ଯ୍ୟକାଳ ଆରମ୍ଭ ହେବ ଓ ୨୦୨୩ ଦିନିକିଆ ବିଶ୍ବକପ ପର୍ଯ୍ୟନ୍ତ ସେ ଦାୟିତ୍ବରେ ରହିବେ । ପୂର୍ବରୁ ଦ୍ରାବିଡ NCA ରେ ରହି ଭବିଷ୍ୟତର ଭାରତୀୟ କ୍ରିକେଟରଙ୍କୁ ପ୍ରସ୍ତୁତ କରିବେ ବୋଲି ଇଚ୍ଛା ଜାହିର କରିଥିଲେ ।

ତେବେ ଶ୍ରୀଲଙ୍କା ଗସ୍ତରେ ମୁଖ୍ୟ କୋଚେ୍‌ ଭାବେ ଟିମ ଇଣ୍ଡିଆର ସୀମିତ ଓଭର ଟିମ ସହ ଗସ୍ତ କରିବା ପରେ ପୂର୍ଣ୍ଣକାଳୀନ କୋଚ୍‌ ଦାୟିତ୍ବ ଦ୍ରାବିଡ ସମ୍ଭାଳନ୍ତୁ ବୋଲି ଦାବି ହୋଇଆସୁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.