ETV Bharat / sports

ମୁଁ ସର୍ବଦା CSK ପାଇଁ ଖେଳିବାକୁ ଚାହେଁ: ଦୀପକ ଚହର

author img

By

Published : Feb 13, 2022, 12:28 PM IST

୧୦ ଫ୍ରାଞ୍ଚାଇଜ ମୋଟ ୩,୮୮, ୧୦,୦୦,୦୦୦ କୋଟି ଟଙ୍କାରେ ଖେଳାଳିଙ୍କୁ କ୍ରୟ କରିଛନ୍ତି । ଭାରତୀୟ ଅଲରାଉଣ୍ଡର ଦୀପକ ଚହରଙ୍କୁ ୧୪ କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଏହା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁଁ କେବଳ ସିଏସକେ ପାଇଁ ଖେଳିବାକୁ ଚାହେଁ । ଅଧିକ ପଢନ୍ତୁ

Deepak Chahar
Deepak Chahar

ବେଙ୍ଗାଲୁରୁ: ଆଜି ଆଇପିଏଲ ମେଗା ନିଲାମିର ଦ୍ବିତୀୟ ଦିନ । ଗତକାଲି ପ୍ରଥମ ଦିନରେ ମୋଟ ୭୪ ଜଣ ଖେଳାଳି ବିକ୍ରି ହୋଇଛନ୍ତି । ୧୦ ଫ୍ରାଞ୍ଚାଇଜ ମୋଟ ୩,୮୮, ୧୦,୦୦,୦୦୦ କୋଟି ଟଙ୍କାରେ ଖେଳାଳିଙ୍କୁ କ୍ରୟ କରିଛନ୍ତି । ଭାରତୀୟ ଅଲରାଉଣ୍ଡର ଦୀପକ ଚହରଙ୍କୁ ୧୪ କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଏହା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁଁ କେବଳ ସିଏସକେ ପାଇଁ ଖେଳିବାକୁ ଚାହେଁ ।

ଶନିବାର ପ୍ରଥମ ଦିନ ମେଗା ନିଲାମରେ ଚହରଙ୍କୁ ୧୪ କୋଟିରେ କିଣିଛି ଚେନ୍ନାଇ । ସିଏସକେ ଏବଂ ରାଜସ୍ଥାନ ମଧ୍ୟରେ ଚହରଙ୍କୁ ନେଇ ଜୋରଦାର ମୁଲଚାଲ ହୋଇଥିଲା । ଶେଷରେ ଚହରଙ୍କୁ ଚେନ୍ନାଇ କିଣିଥିଲା । ଚେନ୍ନାଇକୁ ଫେରି ଖୁବ ଖୁସି ଥିବା କହିଛନ୍ତି ଚହର । ତାଙ୍କ ଉପରେ ବିଶ୍ବାସ ରଖିଥିବା ନେଇ ଧୋନୀ ଓ ପରିଚାଳକ ଦଳକୁ ଧନ୍ୟବାଦ ଦେଇଛନ୍ତି ଦୀପକ ଚହର । ସେ ଆହୁରି କହିଛନ୍ତି ଆଉ କେଉଁ ଟିମରେ ଖେଳିବାକୁ ମୁଁ କଳ୍ପନାରେ ଭାବିନାହିଁ । ମୁଁ କେବଳ ସିଏସକେ ଟିମରେ ଖେଳିବାକୁ ଚାହେଁ ।

ଏହା ବି ପଢନ୍ତୁ...IPL 2022 Auction: ୧୪ କୋଟିରେ ଚହରଙ୍କୁ ନେଲା ଚେନ୍ନାଇ

ପ୍ରକାଶ ଥାଉ କି ମେଗା ନିଲାମରେ ସବୁଠୁ ଦାମୀ ଖେଳାଳି ଇଶାନ କିଷନ ରହିଛନ୍ତି । ୧୫ କୋଟି ୨୫ ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିୟାନ୍ସ ଇଶାନଙ୍କୁ କ୍ରୟ କରିଛି । ଶ୍ରେୟାସ ଆୟାରଙ୍କୁ ୧୨କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.