ETV Bharat / sports

ଶ୍ରୀଲଙ୍କା ଗସ୍ତ ପୂର୍ବରୁ କ୍ୟାପଟେନିଂ ନେଇ କ’ଣ କହିଲେ ଧାଓ୍ବନ ? - ଭାରତର ଶ୍ରୀଲଙ୍କା ଗସ୍ତ

ଜୁଲାଇ 13ରୁ ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋରେ ଭାରତ 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଓ 3 ଟିକିଆ ଟି-20 ସିରିଜ ଖେଳିବ । ତେବେ ଆଗାମୀ ଶ୍ରୀଲଙ୍କା ଗସ୍ତ ନେଇ ଜାତୀୟ ଟିମର ଅଧିନାୟକ ନିଯୁକ୍ତ ହେବା ସମ୍ମାନର କଥା ବୋଲି କହିଛନ୍ତି ଧାଓ୍ବନ । ଅଧିକ ପଢନ୍ତୁ...

Humbled to lead my country: Dhawan
ଜାତୀୟ ଟିମର ନେତୃତ୍ବ ନେବା ସମ୍ମାନର କଥା: ଧାୱନ
author img

By

Published : Jun 11, 2021, 7:39 PM IST

ନୂଆଦିଲ୍ଲୀ: ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଓପନର ଶିଖର ଧାୱନଙ୍କୁ ଭାରତୀୟ ଟିମର ନେତୃତ୍ବ ଭାର ମିଳିଛି । ଏହାପରେ ଧାୱନ ଶୁକ୍ରବାର କହିଛନ୍ତି, ଜାତୀୟ ଟିମର ଅଧିନାୟକ ନିଯୁକ୍ତ ହେବା ସମ୍ମାନର କଥା । ଜୁଲାଇ 13ରୁ ଶ୍ରୀଲଙ୍କା ବିପକ୍ଷରେ କଲମ୍ବୋରେ ଭାରତ 3 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଓ 3 ଟିକିଆ ଟି-20 ସିରିଜ ଖେଳିବ ।

ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବିରାଟ କୋହଲିଙ୍କ ନେତୃତ୍ବରେ ମୁଖ୍ୟ ଟିମ ଇଂଲଣ୍ଡ ଗସ୍ତରେ ରହିଛି । ଫଳରେ ଗୁରୁବାର ଚୟନକର୍ତ୍ତା ଶ୍ରୀଲଙ୍କା ଗସ୍ତରେ ଏକାଧିକ ଯୁବ ଚେହେରାଙ୍କୁ ସ୍କ୍ବାଡରେ ସାମିଲ କରିଛନ୍ତି । ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କୁ ଉପ-ଅଧିନାୟକ ଦାୟିତ୍ବ ମିଳିଛି ।

ଦେଶର ନେତୃତ୍ବ ନେବାକୁ ସୁଯୋଗ ମିଳିଥିବାରୁ କୃତଜ୍ଞ ବୋଲି ଟ୍ବିଟ କରିଛନ୍ତି ଧାୱନ । 35 ବର୍ଷୀୟ ଧାୱନ ଏଯାବତ 34 ଟେଷ୍ଟ, 145ଟି ଅନ୍ତର୍ଜାତୀୟ ଦିନିକିଆ ଓ 65ଟି ଟି-20 ମ୍ୟାଚ୍‌ ଖେଳିଛନ୍ତି । କେ ଗୌତମ, ଦେବଦତ୍ତ ପାଦିକ୍କଲ ଓ ନୀତିଶ ରାଣା, ଋତୁରାଜ ଗାଏକ୍ବାଡ ଓ ଚେତନ ସକାରିୟାଙ୍କ ଭାବରେ 5ଜଣ ଖେଳାଳିଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରୁ ଡାକରା ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.