ETV Bharat / sports

ଭାରତୀୟ ଦଳର ପାକ୍ ଗସ୍ତ ନେଇ ନିଷ୍ପତ୍ତି ନେବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ: କେନ୍ଦ୍ର କ୍ରୀଡାମନ୍ତ୍ରୀ - କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର

ପାକିସ୍ତାନରେ ହେବାକୁ ଥିବା 2023 ଏସିଆ କପକୁ ନେଇ ଭାରତୀୟ ଦଳର ପାକ ଗସ୍ତକୁ ନେଇ ବିବାଦ ଦେଖିବାକୁ ମିଳିଛି । ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ସେ ନିଷ୍ପତ୍ତି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନେବ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ

anurag thakur reaction on india travel to pakistan
ଭାରତୀୟ ଦଳର ପାକ୍ ଗସ୍ତ ନେଇ ନିଷ୍ପତ୍ତି ନେବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
author img

By

Published : Oct 21, 2022, 7:58 AM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଏସିଆ କପ ଖେଳିବାକୁ ଟିମ ଇଣ୍ଡିଆ ଯିବ କି ନାହିଁ ତାହାକୁ ନେଇ ବିବାଦ ଦେଖାଯାଇଛି । ଏହାରି ଭିତରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଏସିଆ କପ ଖେଳିବା ଲାଗି ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଯିବ କି ନାହିଁ ତାହା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସ୍ଥିର କରିବ । ଖେଳାଳିମାନେ ସୀମା ଆରପଟକୁ ଯିବା ସମ୍ଭାବନା କମ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଜାନୁଆରୀ 31ରୁ ଫେବ୍ରୁଆରୀ 11 ଯାଏ ମଧ୍ୟପ୍ରଦେଶରେ ଖେଲୋ ଇଣ୍ଡିଆ ପଞ୍ଚମ ସଂସ୍କରଣ ହେବା ନେଇ ଘୋଷଣା କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ।

ଅନ୍ୟପଟେ ଆସନ୍ତା ବର୍ଷ 50 ଓଭର ବିଶିଷ୍ଟ ବିଶ୍ବକପ ଖେଳିବା ପାଇଁ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ଆଶା କରିଛନ୍ତି । ବିସିସିଆଇ ସମ୍ପାଦକ ଜୟ ଶାହ ମଙ୍ଗଳବାର କହିଥିଲେ ଯେ, ମହାଦେଶୀୟ କ୍ରିକେଟ ଇଭେଣ୍ଟର ଅଂଶଗ୍ରହଣ ଲାଗି ଭାରତୀୟ ଟିମ୍ ପାକିସ୍ତାନ ଯିବ ନାହିଁ । ପ୍ରତିଯୋଗିତା ଯଦି ଏକ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରାଯାଏ ତେବେ ଏଥିରେ ଭାଗ ନେବା ନେଲେ କୌଣସି ଅସୁବିଧା ନାହିଁ । ଜୟ ଶାହଙ୍କ ଏହି ବିବୃତି ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭାରତ ଯଦି ଏଭଳି ନିଷ୍ପତ୍ତି ନିଏ ତେବେ ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ବିଶ୍ବକପରେ ପାକିସ୍ତାନ ଭାଗ ନେଇ ନପାରେ ବୋଲି ଧମକ ଦେଇଥିଲା ପିସିବି ।

କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେଉଁ ଦଳ ବିଶ୍ବକର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କୁ ପ୍ରତିଯୋଗିତା ପାଇଁ ଆମନ୍ତ୍ରଣ କରାଯାଇଛି । ପାକିସ୍ତାନ ମଧ୍ୟ ଅନେକ ଥର ଭାରତ ଆସି ପ୍ରତିଯୋଗିତାରେ ଭାଗ ନେଇଛି ତେଣୁ ବିସିବି ସେପରି କିଛି ନିଷ୍ପତ୍ତି ନେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ । ଏସିଆ କପ ପାଇଁ ଭାରତର ପାକ୍ ଗସ୍ତ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ଏହାଛଡା ଖେଳାଳିଙ୍କ ସୁରକ୍ଷା ଓ ନରାପଦାକୁ ପ୍ରଥମେ ଗୁରୁତ୍ବ ଦିଆଯିବ । ଜୟ ଶାହଙ୍କ ବିବୃତ୍ତି ପରେ ବିବାଦ ଉପୁଜିବାରୁ ଗଣମାଧ୍ୟମଙ୍କ ପ୍ରଶ୍ନରେ ଏହି ପ୍ରତିକ୍ରିୟା ରଖଛନ୍ତି ଅନୁରାଗ ଠାକୁର ।

ଏହା ବି ପଢନ୍ତୁ...Khelo India Youth Games: ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେବ ପଞ୍ଚମ ସଂସ୍କରଣ

ସେହିପରି ଏସିଆ କପ୍ 2023 ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନବନିର୍ବାଚିତ ବିସିସିଆଇ ସଭାପତି ରୋଜର ବିନ୍ନି । ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ବିସିସିଆଇର ନିଷ୍ପତ୍ତି ଉପରେ ନିର୍ଭର କରୁନାହିଁ । ଏ ବିଷୟରେ ଭାରତ ସରକାର ଯାହା ନିଷ୍ପତ୍ତି ନେବେ । ସରକାରଙ୍କ ଅନୁମତି ମିଳିଲେ ଆମେ ପାକ ଗସ୍ତ କରିବୁ ବୋଲି କହିଛନ୍ତି ବିସିସିଆଇ ବସ୍ ରୋଜର ବିନ୍ନି ।

ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.