ETV Bharat / sports

ବିରାଟଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, BCCI ସମ୍ମାନ କରେ: ସୌରଭ ଗାଙ୍ଗୁଲି

author img

By

Published : Jan 16, 2022, 7:35 PM IST

କୋହଲିଙ୍କ ନେତୃତ୍ବରେ ଭାରତ ୬୮ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବାବେଳେ ସେଥିମଧ୍ୟରୁ ୪୦ଟିରେ ଟିମକୁ ବିଜୟ ମିଳିଛି । ଏହାମଧ୍ୟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ସ୍ମରଣୀୟ ବିଜୟ ସାମିଲ ରହିଛି । ଅଧିକ ପଢନ୍ତୁ

His decision is personal, BCCI respects it: Ganguly
ବିରାଟଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, BCCI ସମ୍ମାନ କରେ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ବିରାଟ କୋହଲିଙ୍କୁ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସା । ବିରାଟ ନିଜର ଅଧିନାୟକତ୍ବ କାର୍ଯ୍ୟକାଳରେ ଆକ୍ରମଣାତ୍ମକ ରଣନୀତିରେ କ୍ରିକେଟର ସମସ୍ତ ଫର୍ମାଟରେ ଟିମକୁ ସଫଳତାର ନୂଆ ଶିଖରକୁ ନେଇଥିବା କହିଛନ୍ତି ଗାଙ୍ଗୁଲି । ତେବେ ଅଧିନାୟକ ପଦ ଛାଡିବା ନିଷ୍ପତ୍ତି ବିରାଟଙ୍କ ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି BCCI ବସ୍‌ କହିଛନ୍ତି ।

  • Under Virats leadership Indian cricket has made rapid strides in all formats of the game ..his decision is a personal one and bcci respects it immensely ..he will be an important member to take this team to newer heights in the future.A great player.well done ..@BCCI @imVkohli

    — Sourav Ganguly (@SGanguly99) January 15, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: ଟେଷ୍ଟ କ୍ୟାପଟେନ ପଦ ଛାଡିଲେ କୋହଲି

ଶନିବାର କୋହଲି, ଭାରତର ସଫଳତମ ଟେଷ୍ଟ ଅଧିନାୟକ ଭାବେ ନିଜର ୭ ବର୍ଷର ଅଧିନାୟକତ୍ବରେ ବିରାମ ନେଇ ଘୋଷଣା କରିଥିଲେ । ଦକ୍ଷିଣ ଆଫ୍ରିକା ଠାରୁ ୧-୨ରେ ଟେଷ୍ଟ ସିରିଜ ପରାଜୟର ଦିନକ ପରେ ଏହି ଘୋଷଣା କରିଥିଲେ । କୋହଲିଙ୍କ ନେତୃତ୍ବରେ ଭାରତ ୬୮ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବାବେଳେ ସେଥିମଧ୍ୟରୁ ୪୦ଟିରେ ଟିମକୁ ବିଜୟ ମିଳିଛି । ଏହାମଧ୍ୟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ସ୍ମରଣୀୟ ବିଜୟ ସାମିଲ ରହିଛି ।

ଗାଙ୍ଗୁଲି ଟ୍ବିଟ୍‌ କରି ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି,"ବିରାଟଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ସମସ୍ତ ଫର୍ମାଟରେ ସଫଳତାର ଶିଖର ଛୁଇଁଛି, ତେବେ ତାଙ୍କର ଅଧିନାୟକ ପଦ ଛାଡିବା ନିଷ୍ପତ୍ତି ସଂପୂର୍ଣ୍ଣ ବ୍ୟକ୍ତିଗତ, ଭବିଷ୍ୟତରେ ଟିମକୁ ଆହୁରି ସଫଳତାର ଉଚ୍ଚତାକୁ ନେଇଯିବାକୁ ତାଙ୍କର ପ୍ରମୁଖ ଭୂମିକା ରହିବ । ସେ ଜଣେ ମହାନ ଖେଳାଳି ।"

ଭାରତର ସଫଳତମ ଟେଷ୍ଟ ଅଧିନାୟକ ତାଲିକାରେ ବିରାଟ କୋହଲି ପ୍ରଥମରେ ରହିଥିବାବେଳେ, ମହେନ୍ଦ୍ର ସିଂହ ଧୋନି ୬୦ଟି ମ୍ୟାଚ୍‌ରୁ ୨୭ଟି ବିଜୟ ସହ ଦ୍ବିତୀୟରେ ରହିଛନ୍ତି । ଗାଙ୍ଗୁଲି ଏହି ତାଲିକାରେ ୨୧ଟି ବିଜୟ ସହ ତୃତୀୟରେ ରହିଛନ୍ତି । ଭାରତୀୟ ଟେଷ୍ଟ ଟିମର ଜଣେ ଅଧିନାୟକ ଭାବେ ସର୍ବାଧିକ ୬୮ଟି ମ୍ୟାଚ୍‌ ଖେଳିଛନ୍ତି ବିରାଟ । କେବଳ ସେତିକି ନୁହେଁ, ୪୦ଟି ଟେଷ୍ଟ ବିଜୟ ସହ ବିରାଟଙ୍କ ନାମରେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ବିଜୟର ରେକର୍ଡ ମଧ୍ୟ ରହିଛି । ଟେଷ୍ଟ କ୍ରିକେଟ ଇତିହାସରେ କେବଳ ଗ୍ରେମ ସ୍ମିଥ୍‌(୫୩), ରିକି ପଣ୍ଟିଂ(୪୮) ଓ ଷ୍ଟିଭ୍‌ ୱ(୪୧), ଅଧିନାୟକ ଭାବେ କୋହଲିଙ୍କ ଠାରୁ ଅଧିକ ସଂଖ୍ୟକ ମ୍ୟାଚ୍‌ ଜିତିଛନ୍ତି ।

୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ମଝିରେ ଧୋନି ଟେଷ୍ଟ ଅଧିନାୟକ ପଦ ଛାଡିବାପରେ କୋହଲିଙ୍କୁ ଟେଷ୍ଟ ଟିମର ନେତୃତ୍ବ ଭାର ମିଳିଥିଲା । ପୂର୍ବରୁ ଟି୨୦ ଅଧିନାୟକ ପଦ ଛାଡିସାରିଥିବାବେଳେ, BCCI ସହିତ ବିବାଦ ପରେ ତାଙ୍କୁ ODI ଟିମର ଅଧିନାୟକ ପଦରୁ ହଟାଯାଇଥିଲା । ଟି-୨୦ ଅଧିନାୟକ ନ ଛାଡିବା ପାଇଁ କେହି କହିନଥିଲେ ବୋଲି ବିରାଟଙ୍କ ବୟାନ ସହ BCCI ସଭାପତି ସୌରଭ ଗାଙ୍ଗୁଲି ଓ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ବୟାନ ମେଳ ଖାଇନଥିଲା । ଫଳରେ ଦେଶରେ ବିବାଦୀୟ ପରିସ୍ଥିତି ଉପୁଜୁଥିଲା ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.