ETV Bharat / sports

କୋଭିଡକୁ ହରାଇ ଦୁବାଇରେ ଟିମ ଇଣ୍ଡିଆ କ୍ୟାମ୍ପ୍‌ରେ କୋଚ୍‌ ଦ୍ରାବିଡ - ଭାରତ ଫେରିଲେ ଭିଭିଏସ୍‌ ଲକ୍ଷ୍ମଣ

କୋରୋନା ସଂକ୍ରମଣରୁ ସୁସ୍ଥ ହେଲେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ Rahul Dravid Recovers From COVID । ଦୁବାଇରେ ଟିମ୍‌ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଲେ । ଅଧିକ ପଢ଼ନ୍ତୁ

ଦୁବାଇରେ ଟିମ ଇଣ୍ଡିଆ ସହ ଯୋଗ ଦେଲେ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ

author img

By

Published : Aug 28, 2022, 4:25 PM IST

Updated : Aug 28, 2022, 6:54 PM IST

ଦୁବାଇ: ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଇଣ୍ଡିଆ ସହ ଯୋଗ ଦେଲେ ମୁଖ୍ୟ କୋଚ ରାହୁଲ ଦ୍ରାବିଡ(Rahul Dravid recovers from COVID ) । କୋରୋନା ସଂକ୍ରମଣରୁ ସୁସ୍ଥ ହେବାପରେ ସେ ଦଳ ସହ ଯୋଗ ଦେଇଛନ୍ତି(Rahul Dravid joins Indian team) । ଦ୍ରାବିଡଙ୍କ ଅନୁପସ୍ଥିତିରେ ଦଳର ଅନ୍ତରୀଣ କୋଚ୍‌ ଦାୟିତ୍ବରେ ଥିବା ଭିଭିଏସ୍‌ ଲକ୍ଷ୍ମଣ ଇଣ୍ଡିଆ ଏ'ର ମ୍ୟାଚ୍‌ ପ୍ରସ୍ତୁତି ପାଇଁ ବେଙ୍ଗାଲୁରୁକୁ ଫେରିଛନ୍ତି । ଏହାକୁ ନେଇ BCCI ପକ୍ଷରୁ ଟ୍ବିଟ୍‌ କରି ସୂଚନା ପ୍ରଦାନ କରାଯାଇଛି ।

ଏସିଆ କପ୍‌ ପାଇଁ ଟିମ୍‌ ଇଣ୍ଡିଆର ଦୁବାଇ ଗସ୍ତ ପୂର୍ବରୁ କୋରୋନାରେ ସଂକ୍ରମିତ ହୋଇଥିଲେ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ । ତାଙ୍କ ସ୍ଥାନରେ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ମୁଖ୍ୟ କୋଚ୍‌ ଦାୟିତ୍ବ ଦିଆଯାଇଥିଲା । ଆଜି ଏସିଆ କପ୍‌ରେ ଭାରତ ତାର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ବିନ୍ଦୀ ପାକିସ୍ତାନ ସହ ଖେଳିବ । ଏହାପୂର୍ବରୁ ଦଳ ସହ ଦ୍ରାବିଡ ଯୋଗ ଦେବା ଖବର ଦଳ ପାଇଁ ଶୁଭଙ୍କର ହେବ ।

ଏହା ବି ପଢ଼ନ୍ତୁ Asia cup 2022, ଆଜି ଭାରତ ପାକିସ୍ତାନ ମହାମୁକାବିଲା

ଏହାକୁ ନେଇ ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, "କୋଭିଡ ୧୯ ସଂକ୍ରମଣରୁ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ସୁସ୍ଥ ହୋଇ ଦୁବାଇରେ ଟିମ୍‌ ସହ ଯୋଗ ଦେଇଛନ୍ତି । ଦ୍ରାବିଡଙ୍କ ଅନୁପସ୍ଥିତିରେ ଏହି ଦାୟିତ୍ବରେ ଥିବା ଭିଭିଏସ୍‌ ଲକ୍ଷ୍ମଣ ଇଣ୍ଡିଆ ଏ'ର ମ୍ୟାଚ୍‌ ପ୍ରସ୍ତୁତି ପାଇଁ ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।"

ଅଗଷ୍ଟ ୨୩ ତାରିଖରେ ରାହୁଲ ଦ୍ରାବିଡଙ୍କ କୋଭିଡ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହାପରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ଦେହରେ କୋଭିଡର ସାମାନ୍ୟ ଲକ୍ଷଣ ଥିଲା । ବିସିସିଆଇର ମେଡିକାଲ ଟିମ୍‌ ତାଙ୍କ ଚିକିତ୍ସାରେ ଲାଗିଥିଲା । ତେବେ ତାଙ୍କ ଦୁଇଟି କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଥିଲା ।

ଏହାକୁ ନେଇ ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, "ଟିମ୍‌ ଇଣ୍ଡିଆର ଦୁବାଇ ଗସ୍ତ ପୂର୍ବରୁ ରୁଟିନ୍‌ ସ୍ବାସ୍ଥ୍ୟ ଯାଞ୍ଚବେଳେ ରାହୁଲ ଦ୍ରାବିଡ କୋରୋନା ସଂକ୍ରମିତ ବୋଲି ଜଣା ପଡ଼ିଥିଲା । ଏହାପରେ ସେ ବିସିସିଆଇର ମେଡିକାଲ୍‌ ଟିମ୍ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲା । ତାଙ୍କ ଦେହରେ ଲକ୍ଷଣ କମ୍‌ ଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଟିମ୍‌ ଇଣ୍ଡିଆ ସହ ଯୋଗ ଦେଇଛନ୍ତି ।"

Last Updated : Aug 28, 2022, 6:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.