ETV Bharat / sports

ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଗିରଫ - cricketer yuvraj singh

ଅନୂସୁଚିତ ଜାତି ବିରୁଦ୍ଧରେ ଅପମାନଜନକ ଟିପ୍ପଣୀ ଯୁବରାଜଙ୍କୁ ପଡିଲା ମହଙ୍ଗା । ଅଧିକ ପଢନ୍ତୁ...

haryana hisar police arrested cricketer yuvraj singh
ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଗିରଫ
author img

By

Published : Oct 17, 2021, 9:46 PM IST

Updated : Oct 17, 2021, 9:57 PM IST

ହିସାର(ହରିୟାଣା): ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଗିରଫ । ଅନୂସୁଚିତ ଜାତି ବିରୁଦ୍ଧରେ ଅପମାନଜନକ ଟିପ୍ପଣୀ ଅଭିଯୋଗ ଆଧାରରେ ହିସାର ପୋଲିସ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଗିରଫ କରିଛି ।

ଗତବର୍ଷ ରୋହିତ ଶର୍ମାଙ୍କ ସହ ଲାଇଭ ଚାଟ୍‌ ସମୟରେ ୟୁଜଭେନ୍ଦ୍ର ଚହଲଙ୍କ ଉପରେ ଅନୂସୁଚିତ ଜାତିଙ୍କ ପ୍ରତି ଅପମାନଜନକ ଟିପ୍ପଣୀ କରିଥିବା ଯୁବରାଜଙ୍କ ଉପରେ ଅଭିଯୋଗ ରହିଛି । ଏହି ମାମଲାରେ ହରିୟାଣାର ହାଂସି ସହର ଥାନାରେ ଯୁବରାଜଙ୍କ ବିରୁଦ୍ଧରେ କେସ୍‌ ରୁଜୁ ହୋଇଥିଲା ।

ସୂଚନା ଅନୁଯାୟୀ, ହାଂସି ପୋଲିସ ଯୁବରାଜ ସିଂହଙ୍କୁ ଗିରଫ କରିବା ପରେ ପଚରାଉଚୁରା କରିଛି । ଏହାପରେ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଯୁବରାଜ ସିଂହଙ୍କୁ ଔପଚାରିକ ଜାମିନରେ ଛାଡିଛି ପୋଲିସ । ଏହି ମାମଲାରେ ପୂର୍ବରୁ ହାଇକୋର୍ଟ ଯୁବରାଜଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଥିଲେ । ଫଳରେ ଔପଚାରିକ ଭାବେ ହାଂସି ପୋଲିସ ତାଙ୍କୁ ଗିରଫ କରି ପଚରାଉଚୁରା କରିବାପରେ ଅଗ୍ରୀମ ଜାମିନ କାଗଜପତ୍ର ଆଧାରରେ ଛାଡି ଦେଇଛି ।

କଣ ଥିଲା ପୁରା ଘଟଣା ?

ଯୁବରାଜ ସିଂହ ମଜାକରେ ୟୁଜଭେନ୍ଦ୍ର ଚହଲଙ୍କ ପ୍ରତି ଜାତିସୂଚକ ଶବ୍ଦର ବ୍ୟବହାର କରିଥିଲେ । ମାମଲା ଅଧିକ ବଢିବା ପରେ ସେ ସୋସିଆଲ ମିଡିଆରେ କ୍ଷମା ମଧ୍ୟ ପ୍ରାର୍ଥନା କରିଥିଲେ । ଯେଉଁଥିରେ ଯୁବରାଜ କହିଥିଲେ-'' ମୁଁ ଏହା ସ୍ପଷ୍ଟ କରିବାକୁ ଚାହେଁ ଯେ, ରଙ୍ଗ, ଜାତି ଆଧାରରେ କୌଣସି ପ୍ରକାର ଭେଦଭାବରେ ବିଶ୍ବାସ କରେନାହିଁ । ମୁଁ ଲୋକଙ୍କ ଭଲ ପାଇଁ ଜୀବନ ଜିଇଁଛି ଓ ଆଗକୁ ମଧ୍ୟ ଏହିପରି ବଞ୍ଚିବାକୁ ଚାହୁଁଛି । ମୁଁ ସମସ୍ତ ବ୍ୟକ୍ତିଙ୍କୁ ସମ୍ମାନ କରେ । ମୁଁ ମୋର ବନ୍ଧୁଙ୍କ ସହ କଥା ହେଉଥିଲି ଓ ସେହି ସମୟରେ ମୋର କଥାକୁ ଭୁଲ ଭାବେ ନିଆଗଲା, ଯାହା ଅନୁଚିତ ଥିଲା । ଜଣେ ଦାୟିତ୍ବସଂପନ୍ନ ଭାରତୀୟ ହୋଇଥିବାରୁ ମୁଁ କହିବାକୁ ଚାହେଁ, କି ଅଜାଣତରେ ଯଦି ମୋର କଥା କାହାରିକୁ ଦୁଃଖ ପହଞ୍ଚାଇଥାଏ, ତେବେ ମୁଁ ଦୁଃଖିତ ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 17, 2021, 9:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.