ETV Bharat / sports

WBBL-7 ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମରେ ହରମନପ୍ରୀତ କୌର - WBBL ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମ

ଅଫିସିଆଲ ମହିଳା ବିଗ୍‌ ବାସ୍‌ ଲିଗ୍‌ ସପ୍ତମ ସଂସ୍କରଣର ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମରେ ଟିମ ଇଣ୍ଡିଆ ଟି-୨୦ କ୍ୟାପଟେନ୍‌ ହରମନପ୍ରୀତ କୌର । ଅଧିକ ପଢନ୍ତୁ

Harmanpreet Kaur in WBBL-7 Team of the Tournament
WBBL-7 ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମରେ ହରମନପ୍ରୀତ କୌର
author img

By

Published : Nov 22, 2021, 3:52 PM IST

ପର୍ଥ: ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ(CA) ସୋମବାର ଅଫିସିଆଲ ମହିଳା ବିଗ୍‌ ବାସ୍‌ ଲିଗ୍‌(WBBL) ସପ୍ତମ ସଂସ୍କରଣର ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମ ଘୋଷଣା କରିଛି । ଏହି ଟିମରେ ମହିଳା ଟିମ ଇଣ୍ଡିଆ ଟି-୨୦ କ୍ୟାପଟେନ୍‌ ହରମନପ୍ରୀତ କୌରଙ୍କୁ ସ୍ଥାନ ମିଳିଛି । WBBLରେ ହରମନପ୍ରୀତ ମେଲବୋର୍ଣ୍ଣ ରେନେଗେଡ୍‌ସ ପକ୍ଷରୁ ଖେଳୁଛନ୍ତି ।

ଘୋଷିତ ଟିମରେ ଅଧିକାଂଶ ଘରୋଇ ଖେଳାଳି ରହିଥିବାବେଳେ, ପର୍ଥ ସ୍କଚର୍ସ ପକ୍ଷରୁ ଖେଳୁଥିବା ନ୍ୟୁଜିଲାଣ୍ଡର ସୋଫି ଡେଭିନ ଏକମାତ୍ର ଅଣଅଷ୍ଟ୍ରେଲୀୟ ଖେଳାଳି ଭାବେ WBBL-7 ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମରେ ସ୍ଥାନ ପାଇଛନ୍ତି ।

ସଦ୍ୟ ସମାପ୍ତ WBBL ସଂସ୍କରଣରେ ହରମନପ୍ରୀତ ୧୨ଟି ମ୍ୟାଚ୍‌ ଖେଳିଛନ୍ତି । ୧୧ଟି ଇଂନିସରୁ ୬୬.୫ ଆଭରେଜରେ ୧୩୫.୨୫ ଷ୍ଟ୍ରାଇକରେଟ୍‌ ସହ ୩୯୯ ରନ୍‌ ସଂଗ୍ରହ କରିଛନ୍ତି । ୩ଟି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିବାବେଳେ ଅପରାଜିତ ୮୧ ତାଙ୍କର ଶ୍ରେଷ୍ଠ ସ୍କୋର୍‌ ।

ବୋଲର ଭାବେ ମଧ୍ୟ ହରମନପ୍ରୀତ ୨୦.୪ ଆଭରେଜରେ ୧୫ ୱିକେଟ ନିଜ ନାମରେ କରିଛନ୍ତି । ୩/୨୨ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ମୋଟ ୮ ଜଣ ଭାରତୀୟ ଖେଳାଳି ଏହି ସଂସ୍କରଣର WBBLରେ ଅଂଶଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.