ETV Bharat / sports

ଦୁଇ ବର୍ଷ ପରେ ପାଣ୍ଡ୍ୟାଙ୍କ ଘର ବାହୁଡ଼ା, ଏକ୍ସରେ କଲେ ଭାବପୂର୍ଣ୍ଣ ପୋଷ୍ଟ - ମୁମ୍ବାଇକୁ ଫେରିଲେ ପାଣ୍ଡ୍ୟା

ଆଇପିଏଲ୍‌ ୨୦୨୪ ପୂର୍ବରୁ ଆଇପିଏଲ୍‌ ଇତିହାସରେ ଏକ ବଡ଼ ଟ୍ରେଡ୍‌ । ଗୁଜରାଟ ଟାଇଟନ୍ସର ନେତୃତ୍ବ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଅଧିକ ପଢ଼ନ୍ତୁ

ଦୁଇ ବର୍ଷ ପରେ ପାଣ୍ଡ୍ୟାଙ୍କ ଘର ବାହୁଡ଼ା
ଦୁଇ ବର୍ଷ ପରେ ପାଣ୍ଡ୍ୟାଙ୍କ ଘର ବାହୁଡ଼ା
author img

By ETV Bharat Odisha Team

Published : Nov 27, 2023, 4:35 PM IST

ମୁମ୍ବାଇ: ଦୁଇ ବର୍ଷ ପରେ ପୁରୁଣା ଦଳକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ୍‌ ୨୦୨୪ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି । ରବିବାର ସମସ୍ତ ଦଳ ସେମାନଙ୍କ ରିଲିଜ୍‌ ଓ ରିଟେନ୍‌ ଖେଳାଳିଙ୍କ ତାଲିକା ମଧ୍ୟ ଜାରି କରିଛନ୍ତି । ତେବେ ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତିର ପ୍ରଥମ ଦିନରେ ହିଁ ବେଶ ରୋଚକ ଘଟଣାମାନ ଘଟିଛି । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ଦୁଇଗୁଣା କରିଛି । ଆଇପିଏଲ୍‌ ଇତିହାସର ଦୁଇଟି ବଡ଼ ଟ୍ରେଡ୍‌ ଦେଖିବାକୁ ମିଳିଛି । ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୁଣିଥରେ ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି । ସେପଟେ ୧୭.୫ କୋଟି ଟଙ୍କାର ବଡ଼ ଟ୍ରେଡ୍‌ ସହ ମୁମ୍ବାଇରୁ କ୍ୟାମେରନ ଗ୍ରୀନଙ୍କୁ ଆଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ତେବେ ଶେଷ ୨ ବର୍ଷରେ ମୁମ୍ବାଇ ସହ ସମ୍ପର୍କ ତୁଟାଇ ଗୁଜରାଟ ଟାଇଟନ୍ସର ନେତୃତ୍ବ ନେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ମ୍ୟାନେଜମେଣ୍ଟ ସହିତ ପାଣ୍ଡ୍ୟାଙ୍କର କିଛି ମତଭେଦ ହୋଇଥିବା ଚର୍ଚ୍ଚା ହୋଇଥିଲା । ହେଲେ ଏବେ ଦୁଇ ବର୍ଷ ପରେ ଗୁଜରାଟର ନେତୃତ୍ବ ଛାଡ଼ି ପୁଣିଥରେ ମୁମ୍ବାଇ ଫେରିଛନ୍ତି ପାଣ୍ଡ୍ୟା । ଏହାପରେ ନିଜ 'ଏକ୍ସ' ହ୍ୟାଣ୍ଡେଲରେ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, "ଏହା ଅନେକ ସୁନ୍ଦର ସ୍ମୃତି ଫେରାଇ ଆଣିଛି । ମୁମ୍ବାଇ...ୱାଙ୍ଖେଡେ...ପଲ୍ଟନ...ମୁମ୍ବାଇକୁ ଫେରି ଭଲ ଲାଗିଲା ।"

୨୦୧୫ରୁ ୨୦୨୧ MI ଟ୍ରମ୍ପକାର୍ଡ ପାଣ୍ଡ୍ୟା: ଆଇପିଏଲ୍‌ ୨୦୧୫ ପାଇଁ ହୋଇଥିବା ମିନି ଅକ୍ସନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳକୁ ଆଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ଧିରେ ଧିରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଏକ ପ୍ରମୁଖ ସଦସ୍ୟ ଭାବେ ଦଳକୁ ଅନେକ ମ୍ୟାଚ୍‌ ଜିତାଇଥିଲେ । ରୋହିତ ଶର୍ମାଙ୍କ ପରେ ପାଣ୍ଡ୍ୟାଙ୍କୁ ଦଳର ଟ୍ରମ୍ପ କାର୍ଡ ବୋଲି ମଧ୍ୟ କୁହାଯାଉଥିଲା । ହେଲେ ହଠାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆଇପିଏଲ୍‌ ୨୦୨୨ ପୂର୍ବରୁ ପାଣ୍ଡ୍ୟାଙ୍କୁ ରିଲିଜ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କ୍ରୁଣାଲ)ଙ୍କୁ ମୁମ୍ବାଇ ରିଲିଜ କରିବା ପ୍ରଶଂସକଙ୍କୁ ବିଚଳିତ କରିଥିଲା ।

GTକୁ ଦେଲେ ଶ୍ରେଷ୍ଠ ସଫଳତା: ମୁମ୍ବାଇ ହାତ ଛାଡ଼ିବା ପରେ ଆଇପିଏଲ୍‌ରେ ନୂଆ କରି ସାମିଲ ହୋଇଥିବା ଗୁଜରାଟ ଟାଇଟନ୍ସ ସହିତ ହାତ ମିଳାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ନୂଆ ଦଳର ସେନାପତି ସାଜି ବହୁ ପୁରୁଣା ଦଳକୁ ଧୂଳି ଚଟାଇବାରେ ସଫଳ ହୋଇଥିଲେ ପାଣ୍ଡ୍ୟା । ପ୍ରଥମ ବର୍ଷରେ ହିଁ ଗୁଜରାଟ ଟାଇଟନ୍ସକୁ ଚମ୍ପିଆନ୍‌ କରାଇଥିଲେ ପାଣ୍ଡ୍ୟା । ଏହାପରେ ଆଇପିଏଲ୍‌ ୨୦୨୩ରେ କ୍ରମାଗତ ଦ୍ବିତୀୟ ଥର ପାଇଁ ନିଜ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ । ହେଲେ ଏଥିରେ ଚେନ୍ନାଇଠାରୁ ହାରି ରନର୍ସ ଅପ୍‌ ହୋଇଥିଲା ଗୁଜରାଟ । ଲଗାତାର ଦୁଇ ଦୁଇଥରର ଫାଇନାଲିଷ୍ଟ କ୍ୟାପ୍ଟେନ୍‌ ହଠାତ ଗୁଜରାଟ ଟାଇଟନ୍ସ ସହ ସମ୍ପର୍କ ତୁଟାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଘଡ଼ିକେ ଘୋଡ଼ା ଛୁଟୁଛି; ଗୁଜରାଟ ଛାଡ଼ି ମୁମ୍ବାଇରେ ହାର୍ଦ୍ଦିକ, ଜୋଫ୍ରା ଆର୍ଚରଙ୍କୁ ରିଲିଜ୍‌ କଲା ମୁମ୍ବାଇ

୨ ବର୍ଷ ପରେ ମୁମ୍ବାଇ ଫେରିଲେ ପାଣ୍ଡ୍ୟା: ଆଇପିଏଲ୍‌ ୨୦୨୨ ଓ ୨୩ ପରେ ଏବେ ଆଇପିଏଲ୍‌ ୨୦୨୪ ପୂର୍ବରୁ ନିଜ ପୁରୁଣା ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ୧୫ କୋଟି ଟଙ୍କା ଟ୍ରେଡ୍‌ରେ ସେ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍‌ରେ ୧୨୩ଟି ମ୍ୟାଚ୍‌ ଖେଳିଥିବାବେଳେ ୨୩୦୯ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ତାଙ୍କର ୧୦ ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି । ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ରହିଛି ୯୧ । ସେହିପରି ୧୨୩ଟି ମ୍ୟାଚ୍‌ରୁ ସେ ବୋଲିଂରେ ୫୩ଟି ୱିକେଟ୍‌ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.