ETV Bharat / sports

ପାଣ୍ଡ୍ୟାଙ୍କ ଜବରଦସ୍ତ ଫିଲ୍ଡିଂ, ବିଜୟୀ ହେଲା ମୁମ୍ବାଇ

author img

By

Published : Apr 18, 2021, 12:34 PM IST

ଅଲରାଉଣ୍ଡର ଦକ୍ଷତାପୂର୍ଣ୍ଣ ପାଣ୍ଡ୍ୟାଙ୍କ ଜବରଦସ୍ତ ଫିଲ୍ଡି ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ଦ୍ବିତୀୟ ବିଜୟ ଦେଇଛି । ଅଧିକ ପଢନ୍ତୁ...

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ଚେନ୍ନାଇ: ଯଦିଓ ମୁମ୍ବାଇ ଇଣ୍ତିଆନ୍ସର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ଓ ବୋଲିଂରେ ଏତେ ଭଲ ପ୍ରର୍ଦଶନ କରି ନାହାନ୍ତି ମାତ୍ର ତାଙ୍କର ଫିଲ୍ଡିଂ ଥିଲା ଉଚ୍ଚକୋଟୀର । ଅଲରାଉଣ୍ଡର ଦକ୍ଷତାପୂର୍ଣ୍ଣ ପାଣ୍ଡ୍ୟାଙ୍କ ଜବରଦସ୍ତ ଫିଲ୍ଡି ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ଦ୍ବିତୀୟ ବିଜୟ ଦେଇଛି ।

ଚଳିତ ଆଇପିଏଲରେ ଚେପକ ଷ୍ଟାଡିୟମରେ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇର୍ଜସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । ଇଣ୍ଡିଆନ୍ସ 20 ଓଭରରେ 150 ରନ ସଂଗ୍ରହ କରିଥିଲା । ଏହା ପରେ ହାଇଦ୍ରାବାଦରୁ 151ରନର ବିଜୟ ଲକ୍ଷ୍ୟ ଦେଇଥିଲା । ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ମୁମ୍ବାଇ ମ୍ୟାଚକୁ 13ରନରେ ହାତେଇ ନେଇଛି । ମ୍ୟାଚରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିଲା ପାଣ୍ଡ୍ୟାଙ୍କ ଫିଲ୍ଡିଂ । ଆଲରାଉଣ୍ଡର ପାଣ୍ଡ୍ୟାଙ୍କ ନିଜକ ଦକ୍ଷତା ପ୍ରର୍ଦଶନ କରି ସାଧାସଳଖ ହିଟ ମାଧ୍ୟମରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ । ଯାହା ଇଣ୍ଡିଆନ୍ସର ବିଜୟ ଆଶାକୁ ଉଜ୍ଜିବୀତ କରିଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଡେଭିଟ ୱାର୍ଣ୍ଣରଙ୍କ ୱିକେଟ ନେଇଥିଲେ । ଏହା ପରେ ବିଜୟ ଶଙ୍କରଙ୍କୁ ସହେଯୋଗ କରୁଥିବା ଅବଦୁଲ ସାମଦଙ୍କୁ ଆଉଟ କରିଥିଲେ । ମୁଁ ଫିଲ୍ଡିଂରେ ଅଧିକ ସମୟ ବିତାଏ ନାହିଁ । ସତ କହିବାକୁ ଗଲେ ୱାରର୍ଣ୍ଣରଙ୍କ ଆଉଟ ହେବା ମୁଁ ଆଶା କରି ନଥିଲି । ସେ ଏତେ ଦୂରରେ ଅଛନ୍ତି ବୋଲି ମୁଁ ଭାବି ନଥିଲି ବୋଲି ମ୍ୟାଚରେ ନିଜର ପ୍ରୟାସ ଦେଖାଇ କହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସେ ଆହୁରୀ କହିଛନ୍ତି ଏମଆଇ ବେଶ ଭଲ ଭାବରେ ଜାଣିଛି ମ୍ୟାଚକୁ କିପରି ଜିତି ହେବ ।

ଏକତାର ସହିତ କାମ କରିବା ସମସ୍ତଙ୍କ ଅଭିଜ୍ଞତା ହୋଇଥାଏ । ତାହା ହିଁ ଗୁରୁତ୍ବପୂର୍ଣ୍ଣ । ଯେତେବେଳେ ତୁମେ ମ୍ୟାଚକୁ ହାସଲ କରିବା ସହିତ ଜିତିବାର ସୁଯୋଗ ପାଉଛ ତାର କିଛି ଅଲଗା ଅନୁଭୂତି ରହିଛି । ଅନେକ ଖେଳାଳି ଅଧିନାୟକଙ୍କ ନିକଟକୁ ଯାଆନ୍ତି ମତାମତ ନିଅନ୍ତି ଯାହା ତାଙ୍କୁ ସାହାଯ୍ୟ କରିଥାଏ ବୋଲି କହିଛନ୍ତି ପାଣ୍ଡ୍ୟା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.