ETV Bharat / sports

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଜାଣନ୍ତୁ କାହା ସହ ପଡିବ ହାତଗଣ୍ଠି

author img

By

Published : Feb 13, 2023, 12:09 PM IST

ସ୍ତ୍ରୀ ନତାଶାଙ୍କୁ ଦ୍ବିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଆଜିଠାରୁ ଆରମ୍ଭ ହେବ ବିବାହ ସମାରୋହ । ଅଧିକ ପଢନ୍ତୁ

Hardik Natasa Wedding
Hardik Natasa Wedding

ଜୟପୁର: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଭାରତୀୟ ଅଲରାଉଣ୍ଡର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଦ୍ବିତୀୟ ଥର ପାଇଁ ସେ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ତେବେ ସେ କାହାକୁ ବିବାହ କରିବାକୁ ଯାଉଛନ୍ତି ତାହା ଆପଣ ମାନେ ଭାବୁଛନ୍ତି ନା । ସେ ଅନ୍ୟ କାହାକୁ ନୁହେଁ ବରଂ ସ୍ତ୍ରୀ ନତାଶାଙ୍କୁ ପୁଣି ଥରେ ବିବାହ କରିବେ । ଉଭୟଙ୍କ ବିବାହକୁ ତିନି ବର୍ଷ ହୋଇଥିବା ବେଳେ ଦ୍ବିତୀୟ ଥର ପାଇଁ ପରସ୍ପରକୁ ବରଣ ମାଳା ପିନ୍ଧାଇବେ । ଆସନ୍ତାକାଲି ଅର୍ଥାତ ଭାଲେଣ୍ଟାଇନ୍ସ ଡେରେ ବିବାହ ହେବା ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି ।

Hardik Natasa Wedding
Hardik Natasa Wedding

ବାପା ବାହାଘରରେ ବରଯାତ୍ରୀ ସାଜିବ ପୁଅ: ପୂର୍ବରୁ ୨୦୨୦ ମସିହାରେ ଲକଡାଉନ ସମୟରେ ପାଣ୍ଡ୍ୟା ଓ ନତାଶାଙ୍କ ଏନଗେଜମେଣ୍ଟ ପରେ କୋର୍ଟ ମ୍ୟାରେଜ କରିଥିଲେ, କିଛି ମାସ ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ନତାଶା । କିନ୍ତୁ ବୈଦିକ ରୀତିନୀତିରେ ବିବାହ ହୋଇନଥିବାରୁ ଏବେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ହାର୍ଦ୍ଦିକ ଏନେଇ ସୂଚନା ଦେଇନଥିଲେ ମଧ୍ୟ ଏପରି ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁଯାୟୀ, ଆଜିଠାରୁ ଉଦୟପୁରର ଏକ ଲେକ୍ସରେ ବିବାହର ଆୟୋଜନ କରାଯିବ । ଯାହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏନେଇ ଉଭୟଙ୍କ ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି । ଯଦି ସତରେ ବିବାହର ଆୟୋଜନ କରାଯାଇଥାଏ ତେବେ ବାପା ବାହାଘରରେ ବରଯାତ୍ରୀ ସାଜି ପାରନ୍ତି ହାର୍ଦ୍ଦିକଙ୍କ ପୁଅ ।

ଆଜିଠୁ ଆରମ୍ଭ ହେବ ବିବାହ ସମାରୋହ: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭିନେତ୍ରୀ ନତାଶାଙ୍କ ବିବାହ ଉତ୍ସବ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ମେହେନ୍ଦି, ହଳଦୀ, ସଙ୍ଗୀତ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଭୟଙ୍କ ବିବାହରେ ବହୁ ଖେଳାଳି ତଥା ବଲିଉଡ କଳାକାର ମଧ୍ୟ ସାମିଲ ହେବା ନେଇ କୁହାଯାଉଛି । ନତାଶା ଏବଂ ହାର୍ଦ୍ଦିକ ୩୧ ମଇ ୨୦୨୦ ରେ କୋର୍ଟ ମ୍ୟାରେଜ କରିଥିଲେ । ହାର୍ଦ୍ଦିକଙ୍କର ମଧ୍ୟ ଏକ ଦୁଇ ବର୍ଷର ପୁଅ ରହିଛି । ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ହୋଇଥିଲା ।

ଗତବର୍ଷ ଠାରୁ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିଲା : ସ୍ୱାମୀ ଏବଂ ସ୍ତ୍ରୀ ହେବାର ତିନି ବର୍ଷ ପରେ ନତାଶା ଏବଂ ହାର୍ଦ୍ଦିକ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କ ବିବାହ ତିନି ବର୍ଷ ହୋଇଥିବା ବେଳେ ବର୍ତ୍ତମାନ ସେମାନେ ପୁଣି ଭାଲେଣ୍ଟାଇନ୍ସ ଡେରେ ବିବାହ ପାଇଁ ଯୋଜନା କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା କୋର୍ଟ ବିବାହ ପରେ ବୌଦିକ ରୀତିନୀତି ଅନୁସାରେ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ କୋରୋନା ଯୋଗୁଁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା, କିନ୍ତୁ ବର୍ତ୍ତମାନ ଉଦୟପୁର ଲେକ୍ସରେ ରାଜକୀୟ ଢଙ୍ଗରେ ଉଭୟ ବିବାହ କରିବାକୁ ଯାଉଛନ୍ତି । ଗତ ବର୍ଷ ନଭେମ୍ବର ମାସରୁ ହାର୍ଦ୍ଦିକ ଏବଂ ନତାଶାଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.