ETV Bharat / sports

ହରଭଜନଙ୍କ ବିବାଦୀୟ ବୟାନ, ଅଭିନେତ୍ରୀଙ୍କ କ୍ରିକେଟ ଜ୍ଞାନକୁ ନେଇ ଉଠାଇଲେ ପ୍ରଶ୍ନ

author img

By ETV Bharat Odisha Team

Published : Nov 19, 2023, 9:28 PM IST

ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଆଥିୟା ସେଟ୍ଟୀଙ୍କ କ୍ରିକେଟ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଲେ ହରଭଜନ ସିଂ । କ୍ଷମା ପ୍ରାର୍ଥନା କରିବାକୁ ଦାବି କଲେ ୟୁଜର୍ସ । ଅଧିକ ପଢନ୍ତୁ

Harbhajan Singh controversial remark
Harbhajan Singh controversial remark

ଅହମ୍ମଦାବାଦ: ଆଇସିସି ବିଶ୍ବକପ ୨୦୨୩ର ଫାଇନାଲ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଛି । ଯାହାକି ବଲିଉଡ଼ ବିବାଦରେ ପରିଣତ ହୋଇଛି । ଭାରତୀୟ ପୂର୍ବତନ କ୍ରିକେଟର ହରଭଜନ ସିଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଆଥିୟା ସେଟ୍ଟୀଙ୍କ କ୍ରିକେଟ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ୨ ଅଭିନେତ୍ରୀଙ୍କ ଉପରେ କ୍ୟାମେରା ପଡ଼ିବା ପରେ ହରଭଜନ କହିଥିଲେ ଯେ ମୁଁ ଭାବୁନାହିଁ ସେମାନେ କ୍ରିକେଟ ସମ୍ପର୍କରେ ବାର୍ତ୍ତାଳାପ କରୁଥିବେ । ମୋର ସନ୍ଦେହ ସେମାନେ ଏହି ଗେମ୍‌ ସମ୍ପର୍କରେ ସେତିକି ଅବଗତ ଥିବେ । ହରଭଜନଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ।

  • Harbhajan Singh, made a rather 'misogynistic' remark where he questioned the actresses' understanding of cricket.

    Harbhajan, during the commentary, said, "Aur yeh main soch raha tha ki baat cricket ki ho rahi hai ya filmon ki. Kyunki filmon ke barein mein toh janta nahi kitni… pic.twitter.com/2gCjnj6QSO

    — Mahua Moitra Fans (@MahuaMoitraFans) November 19, 2023 " class="align-text-top noRightClick twitterSection" data=" ">

ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ଲଗାତାର ୧୦ଟି ମ୍ୟାଚ୍‌ ଜିତି ଆସିଥିବାରୁ ଫାଇନାଲକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିଲା । ଏହି ବିରାଟ ମୁହୂର୍ତ୍ତର ସାକ୍ଷୀ ବନିବା ଲାଗି ଷ୍ଟାଡିୟମରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଲମ୍ବା ଲାଇନ ଲାଗିଥିଲା । ବଲିଉଡ ସେଲିବ୍ରିଟି ଶାହାରୁଖ ଖାନଙ୍କଠୁ ଆରମ୍ଭ କରି ରଣଭୀର ସିଂ, ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା, ଆଥିୟା ସେଟ୍ଟୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସେପଟେ ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ଓ କେଏଲ ରାହୁଲ ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ସମୟରେ ଉଭୟଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଆଥିୟା ସେଟ୍ଟୀ ତାଳି ମାରି ଉତ୍ସାହିତ କରିଥିଲେ ।

They were talking about how their husbands will score a 50 today, @harbhajan_singh pic.twitter.com/Wtba4p5KFr

— Yashvi (@BreatheKohli) November 19, 2023

ଏହା ବି ପଢନ୍ତୁ- ବିଶ୍ବକପ ଫାଇନାଲ ୨୦୨୩: ଅହମ୍ମଦାବାଦ ଷ୍ଟାଡିୟମରେ ଅନୁଷ୍କା, ରଣବୀର-ଦୀପିକା, ଟିମ ଇଣ୍ଡିଆକୁ ଉତ୍ସାହିତ କଲେ ବିଗ ବି

ଏହି ମହାମୁକାବିଲାରେ କମେଣ୍ଟ୍ରି କରୁଛନ୍ତି ହରଭଜନ ସିଂ । ଏହି ସମୟରେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେତେବେଳେ ସ୍କ୍ରିନରେ ଅନୁଷ୍କା ଶର୍ମା ଓ ଆଥିୟା ସେଟ୍ଟୀଙ୍କ ଉପରେ କ୍ୟାମେରା ପଡ଼ିଥିଲା, ସେତେବେଳେ ହରଭଜନ ସିଂ କହିଥିଲେ, " ମୁଁ ଭାବୁଛି ଏଠାରେ କ୍ରିକେଟ ନା ଫିଲ୍ମ ବିଷୟରେ ଆଲୋଚନା ହେଉଥିବ ? ମୁଁ ଭାବୁନାହିଁ ସେମାନେ କ୍ରିକେଟ ସମ୍ପର୍କରେ ବାର୍ତ୍ତାଳାପ କରୁଥିବେ । ମୋର ସନ୍ଦେହ ସେମାନେ ଏହି ଗେମ୍‌ ସମ୍ପର୍କରେ ସେତିକି ଅବଗତ ଥିବେ ।" ଏହି କ୍ଲିପଟି ସଙ୍ଗେ ସଙ୍ଗେ ଦର୍ଶକ ଓ ଫ୍ୟାନ୍ସଙ୍କ ନଜରକୁ ଆସିଛି । ଏହା ଉପରେ ୟୁଜର୍ସ ହରଭଜନଙ୍କ ଉପରେ ବର୍ଷିଛନ୍ତି ।

ଉଭୟ ଅଭିନେତ୍ରୀଙ୍କ ଫ୍ୟାନ୍ସ ହରଭଜନଙ୍କୁ ସମାଲୋଚନା କରିବା ସହିତ କ୍ଷମା ପ୍ରାର୍ଥନା କରିବା ଲାଗି ଦାବି କରିଛନ୍ତି । ଏଭଳି ଅସମ୍ମାନପୂର୍ଣ୍ଣ ମନ୍ତବ୍ୟ ଦେଇଥିବାରୁ ପୂର୍ବତନ ଭାରତୀୟ କ୍ରିକେଟର କ୍ଷମା ମାଗିବା ଉଚିତ ବୋଲି ଫ୍ୟାନ୍ସ ଦାବି କରିଛନ୍ତି । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଆଥିୟା ସେଟ୍ଟୀଙ୍କ ବିରୋଧରେ ଏଭଳି ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଅନେକ ଏକ୍ସ ସାଇଟରେ ଲେଖିଥିବା ଦେଖିବାକୁ ମିଳିଛି । ଫଳରେ ବିଶ୍ବକପ ଫାଇନାଲ ମ୍ୟାଚକୁ ନେଇ ବଲିଉଡ ବିବାଦ ମୁଣ୍ଡ ଟେକିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.