ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ ସ୍ପିନର ହରଭଜନ ସିଂହ । ଏହାକୁ ନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଦୀର୍ଘଦିନ ହେଲା ହରଭଜନ ସିଂହ ଭାରତୀୟ ଟିମ୍ରୁ ବାଦ ପଡ଼ିଥିଲେ । ଏହାଛଡ଼ା ଗତ ସପ୍ତାହରେ ମଧ୍ୟ ସେ କ୍ରିକେଟକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଲୋଚନା ହେଉଥିଲା । ଆଜି ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟର୍ବୋନେଟର ।
-
All good things come to an end and today as I bid adieu to the game that has given me everything in life, I would like to thank everyone who made this 23-year-long journey beautiful and memorable.
— Harbhajan Turbanator (@harbhajan_singh) December 24, 2021 " class="align-text-top noRightClick twitterSection" data="
My heartfelt thank you 🙏 Grateful .https://t.co/iD6WHU46MU
">All good things come to an end and today as I bid adieu to the game that has given me everything in life, I would like to thank everyone who made this 23-year-long journey beautiful and memorable.
— Harbhajan Turbanator (@harbhajan_singh) December 24, 2021
My heartfelt thank you 🙏 Grateful .https://t.co/iD6WHU46MUAll good things come to an end and today as I bid adieu to the game that has given me everything in life, I would like to thank everyone who made this 23-year-long journey beautiful and memorable.
— Harbhajan Turbanator (@harbhajan_singh) December 24, 2021
My heartfelt thank you 🙏 Grateful .https://t.co/iD6WHU46MU
ହରଭଜନ ସିଂହ ଭାରତ ପକ୍ଷରୁ ୨୩୬ଟି ଅନ୍ତର୍ଜାତୀୟ ଦିନିକିଆ ଖେଳି ୨୬୯ ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ସେ ୧୦୩ଟି ଅନ୍ତର୍ଜାତୀୟ ଟେଷ୍ଟ ଖେଳି ୪୧୭ଟି ୱିକେଟ ହାସଲ କରି ରେକର୍ଡ କରିଛନ୍ତି । ଖାଲି ସେତିକି ନୁହେଁ ଟେଷ୍ଟ ମ୍ୟାଚ୍ରେ ହରଭଜନ ଦୁଇଟି ଶତକ ହାସଲ ମଧ୍ୟ କରିଛନ୍ତି । ଦିନିକିଆ ମ୍ୟାଚ୍ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୪୯ ରନ୍ ।
୧୯୯୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍ ଡେବ୍ୟୁ କରିଥିଲେ ହରଭଜନ । ସେହି ବର୍ଷ ଅପ୍ରେଲ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଦିନିକିଆ ମ୍ୟାଚ୍ରେ ଡେବ୍ୟୁ କରିଥିଲେ । ୨୦୧୧ ବିଶ୍ବକପ୍ରେ ଚମ୍ପିଆନ୍ ଟିମ୍ ଇଣ୍ଡିଆରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ହରଭଜନ ।
ଶେଷ ଥର ପାଇଁ ଭାରତ ପକ୍ଷରୁ ୨୦୧୫ ମସିହାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଶେଷ ଦିନିକିଆ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ବେଳେ ଶେଷ ଟେଷ୍ଟ ମ୍ୟାଚ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ