ETV Bharat / sports

୬୩ ବର୍ଷରେ ପଦାପର୍ଣ କଲେ କପିଲ, ଦେଶକୁ ଦେଇଥିଲେ ପ୍ରଥମ କ୍ରିକେଟ ବିଶ୍ବକପ - କପିଲ ଦେବଙ୍କ ଜନ୍ମଦିନ

ଭାରତକୁ ପ୍ରଥମ କ୍ରିକେଟ ବିଶ୍ବକପ ଦେଇ କମାଲ କରିଥିଲେ କପିଲ । 1983ରେ ଭାରତକୁ ପ୍ରଥମ କ୍ରିକେଟ ବିଶ୍ବକପ ଭେଟି ଦେଇଥିଲେ ବିଶ୍ବ ବିଜୟୀ ଅଧିନାୟକ କପିଲ ଦେବ । ଆଜି ହେଉଛି ତାଙ୍କର 63ତମ ଜନ୍ମ ଦିନ (Happy birthday Kapil Dev) । ଅଧିକ ପଢନ୍ତୁ

୬୩ ବର୍ଷରେ ପଦାପର୍ଣ କଲେ କପିଲ
୬୩ ବର୍ଷରେ ପଦାପର୍ଣ କଲେ କପିଲ
author img

By

Published : Jan 6, 2022, 10:00 AM IST

ନୂଆଦିଲ୍ଲୀ: ଭାରତକୁ ପ୍ରଥମ କ୍ରିକେଟ ବିଶ୍ବକପ ଦେଇ କମାଲ କରିଥିଲେ କପିଲ । 1983ରେ ଭାରତକୁ ପ୍ରଥମ କ୍ରିକେଟ ବିଶ୍ବକପ ଭେଟି ଦେଇଥିଲେ ବିଶ୍ବ ବିଜୟୀ ଅଧିନାୟକ କପିଲ ଦେବ । ଆଜି ହେଉଛି ତାଙ୍କର 63ତମ ଜନ୍ମ ଦିନ (Happy birthday Kapil Dev) । 1983 କ୍ରିକେଟ ବିଶ୍ବକପ ବିଜୟ ହିଁ ଭାରତକୁ ଆଜି ସାରା ବିଶ୍ବରେ ଏକ କ୍ରିକେଟ ହବରେ ପରିଣତ କରିପାରିଛି ।

୧୯୫୯ ମସିହା ଆଜିର ଦିନରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିଲେ । କପିଲଙ୍କ ପରି ନା କିଏ ହୋଇଛନ୍ତି ନା ହେବେ । ବ୍ୟାଟିଂ ବୋଲିଂ ଫିଲ୍ଡିଂରେ ଦକ୍ଷତା ଥିଲା କପିଲଙ୍କର । ଏହି ସବୁ କ୍ବାଲିଟି ତାଙ୍କୁ ଦୁନିଆରେ ଅଲରାଉଣ୍ଡର ଭାବରେ ପରିଚିତ କରିଛି । କ୍ରିକେଟ ବିଶ୍ବକପର ତୃତୀୟ ସଂସ୍କରଣ ତଥା 1983 ବିଶ୍ବକପରେ ଦୁର୍ଦ୍ଦଶ ତଥା ଦୁଇ ଥର ଚାମ୍ପିଅନ ହୋଇଥିବା ୱେଷ୍ଟଇଣ୍ଡିଜକୁ ପରାସ୍ତ କରି କପିଲ ଦେବଙ୍କ ଭାରତୀୟ କ୍ରିକେଟ ଦଳ ଐତିହାସିକ କ୍ରିକେଟର ମକ୍କା ଲର୍ଡସରେ ବିଶ୍ବକପ ଉଠାଇଥିଲେ । ତାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ସାରା ବିଶ୍ବରେ ଏକ ନୂତନ ପରିଚୟ ପାଇଥିଲା ।

ସେ ଭାରତୀୟ ଦଳ ତରଫରୁ 1978ରୁ 1994 ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରି 131 ଟେଷ୍ଟ ଓ 225 ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଥିଲେ । ସେ ଟେଷ୍ଟରେ 434 ୱିକେଟ ଦଖଲ କରିଥିଲେ । କପିଲ ଦେବଙ୍କ ଜନ୍ମ ଦିବସ ଅବସରରେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ସମେତ ଅନେକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 1983ରେ ଭାରତ ଜିତିଥିବା ପ୍ରଥମ ବିଶ୍ବକପ ଯାତ୍ରାକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଫିଲ୍ମର ନାଁ ୮୩ ରଖାଯାଇଥିଲା ।

୪ ହଜାର ରନ ଓ ୪୦୦ ୱିକେଟର ରେକର୍ଡ....

  • କପିଲ ଦେବ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ନେବା ସହ ୪ ହଜାର ରନ କରିବାରେ ଦୁନିଆରେ ଏକମାତ୍ର ଖେଳାଳି । ୧୩୧ ଟେଷ୍ଟ ଖେଳି ୫୨୪୮ ରନ ସଂଗ୍ରହ କରିଛନ୍ତି ଯେଉଁଥିରେ ୮ଟି ଶତକ ସାମିଲ ଅଛି ।
  • ଟେଷ୍ଟରେ ସମୁଦାୟ ୪୩୪ଟି ୱିକେଟ ନେଇ ବିଶ୍ବ ରେକର୍ଡ କରିଛନ୍ତି ।
  • କପଲ ଦେବ ଇଂଲଣ୍ଡ ବିପକ୍ଷରେ ୧୯୮୪-୮୫ରେ ଏକ ଟେଷ୍ଟ ଖେଳି ନଥିଲେ । ଏହାକୁ ଖେଳିଥିଲେ ସେ ୧୩୨ଟି ଟେଷ୍ଟ ଖେଳିବାରେ ପ୍ରଥମ ଖେଳାଳି ହୋଇଥାନ୍ତେ ।
  • ଦିନିକିଆରେ ୨୦୦ ୱିକେଟ ନେବାରେ ପ୍ରଥମ ବୋଲର ହେଉଛନ୍ତି କପିଲ ଦେବ ।
  • ୩୫୬ ଅନ୍ତର୍ଜାତୀୟ ମ୍ୟାଚରେ ୯୦୩୧ ରନ ସଂଗ୍ରହ କରିଛନ୍ତି । 225 ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୩୭୮୩ ରନ ସଂଗ୍ରହ କରି ୨୫୩ ୱିକେଟ ନେଇଛନ୍ତି ।

ପାକିସ୍ତାନ ବିପକ୍ଷରେ କରିଥିଲେ ଅନ୍ତର୍ଜାତୀୟ କ୍ରିକେଟର ଆରମ୍ଭ...

କପିଲ ଦେବ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୯୭୮-୯୪ ୧୬ ବର୍ଷ ଯାତ୍ରା ଥିଲା । ପାକିସ୍ତାନ ବିପକ୍ଷରେ ଏହି ଯାତ୍ରା ଆରମ୍ଭ କରିଥିଲେ । ୧୯୭୮ ଅକ୍ଟୋବର ୧ ରେ ଏହି ମ୍ୟାଚ ଖେଳାଯାଇଥିଲା । ୧୬ ଅକ୍ଟୋବରରେ କପିଲ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ଏହାର ୧୬ ବର୍ଷ ପରେ କ୍ରିକେଟକୁ ଅଲବିଦା କହିଥିଲେ କପିଲ । ୧୯୯୪ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ କପିଲ ଦେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.