ETV Bharat / sports

କାଉଣ୍ଟି କ୍ରିକେଟ ଡେବ୍ୟୁ ମ୍ୟାଚରେ ହନୁମା ବିହାରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ

କାଉଣ୍ଟି କ୍ରିକେଟ ଡେବ୍ୟୁ ମ୍ୟାଚରେ ଖାତା ଖୋଲି ପାରିଲେ ନାହିଁ ଭାରତୀୟ ବ୍ୟାଟସମ୍ୟାନ ହନୁମା ବିହାରୀ। ନିର୍ଟିଘାମସାୟର ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଡକ ଆଉଟ ହୋଇ ପାଭେଲିୟନକୁ ଫେରିଥିଲେ ହନୁମା ବିହାରୀ। ଅଧିକ ପଢ଼ନ୍ତୁ...

କାଉଣ୍ଟି କ୍ରିକେଟ ଡେବ୍ୟୁ ମ୍ୟାଚରେ ହନୁମା ବିହାରୀ ଡକ ଆଉଟ

author img

By

Published : Apr 16, 2021, 6:57 PM IST

ନୂଆଦିଲ୍ଲୀ: କାଉଣ୍ଟି କ୍ରିକେଟ ଡେବ୍ୟୁ ମ୍ୟାଚରେ ଖାତା ଖୋଲି ପାରିଲେ ନାହିଁ ଭାରତୀୟ ବ୍ୟାଟସମ୍ୟାନ ହନୁମା ବିହାରୀ। ନିର୍ଟିଘାମସାୟର ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଡକ ଆଉଟ ହୋଇ ପାଭେଲିୟନକୁ ଫେରିଥିଲେ ହନୁମା ବିହାରୀ। ଇଂଲିଶ କାଉଣ୍ଟି କ୍ରିକେଟରେ ବର୍ମିଂହାମ ପକ୍ଷରୁ ଖେଳୁଥିବା ହନୁମା ପିଚ ଉପରେ 40 ମିନିଟ ବିତାଇଥିଲେ।

ଏହି ସମୟରେ ଇଂଲଣ୍ଡର ଷ୍ଟ୍ରାଇକ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ବିପକ୍ଷରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଖାଲି ବ୍ୟାଟିଂ ନୁହେଁ ସେ ଗୋଟିଏ ଓଭର ବୋଲିଂ କରିଥିବା ବେଳେ 11ରନ ଖର୍ଚ୍ଚ କରିଥିଲେ। ବର୍ମିଂହାମ ଅଧିନାୟକ ବିଲ ରୋଡସ ବୋଲିଂ କରୁଥିବା ବେଳେ ସେ ଗୋଟିଏ କ୍ୟାଚ ମଧ୍ୟ ଛାଡ଼ିଥିଲେ।

ମୋଟାମୋଟି ଭାବରେ କହିବାକୁ ଗଲେ ଟେଣ୍ଟବ୍ରିଜରେ ଖେଳାଯାଉଥିବା ଏହି ମ୍ୟାଚରେ ହନୁମା ବିହାରୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଜ୍ୟାକ ଚାପେଲ ଓ ଷ୍ଟୁଆର୍ଟ ବ୍ରଡ ଙ୍କ ବଲରେ ସେ ସହଜ ଦେଖାଯାଉନଥିଲେ। 40 ମିନିଟ ପିଚ ବିତାଇ ସେ 22ଟି ବଲ ଖେଳିଥିଲେ। ଏହାପରେ ହସିବ ହାମିଦଙ୍କ ହାତରେ କ୍ୟାଚ ଦେଇ ପାଭେଲିୟନ ଫେରିଥିଲେ। ଇନିଂସ ଆରମ୍ଭ ହେବାର ଦ୍ବିତୀୟ ଓଭରରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.