ETV Bharat / sports

WPL 2023: ଆରସିବିର ହ୍ୟାଟ୍ରିକ ପରାଜୟ, 11ରନରେ ଜିତିଲା ଗୁଜରାଟ - ଆରସିବି ବନାମ ଗୁଜରାଟ ମ୍ୟାଚ ଫଳାଫଳ

ମହିଳା ଆଇପିଏଲ ଗୁଜରାଟ ଓ ବାଙ୍ଗାଲୋର ମୁକାବିଲାରେ ଗୁଜୁରାଟ 11ରନରେ ମ୍ୟାଚ ଜିତିଛି ବିଜୟ ଖାତା ଖୋଲିଛି । ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧୀନ ଆରସିବି ଲଗାତାର ତୃତୀୟ ପରାଜୟ ବରଣ କରିଛି । ଅଧିକ ପଢନ୍ତୁ

WPL 2023
ଆରସିବିର ହ୍ୟାଟ୍ରିକ ପରାଜୟ, 11ରନରେ ଜିତିଲା ଗୁଜରାଟ
author img

By

Published : Mar 9, 2023, 7:48 AM IST

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣ ପଞ୍ଚମ ଦିନରେ ପହଞ୍ଚିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ସ୍ମୃତିଙ୍କୁ ହରାଇଲେ ସ୍ନେହ । ଗୁଜରାଟ ଜାଏଣ୍ଟ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ବିଜୟ ହାସଲ କରିଛି ଗୁଜରାଟ ଜାଏଣ୍ଟ୍ସ। 11ରନରେ ଆରସିବିକୁ ପରାସ୍ତ କରି ମହିଳା ଆଇପିଏଲରେ ବିଜୟ ଖାତା ଖୋଲିଛି ଗୁଜରାଟ । ଏହା ଆରସିବିର ଲଗାତାର ତୃତୀୟ ପରାଜୟ । ପୂର୍ବରୁ ମୁମ୍ବାଇ ଓ ଦିଲ୍ଲୀଠୁ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି । 28 ବଲରେ ଦମଦାର 65 ରନ ଇନିଂସ ଖେଳିଥିବା ଗୁଜରାଟର ସୋଫିଆ ଡଙ୍କଲେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜୁରାଟ ଜାଏଣ୍ଟ୍ସ । ସବାଭିନେନି ମେଘନା ଓ ସାଫିଆ ଡଙ୍କଲେ ଓପନିଂ କରିଥିଲେ । ମେଘନା ମାତ୍ର 11 ବଲରେ 8 ରନ କରି ସଅଳ ପାଭିଲିୟନ ଫେରିଥିଲେ । ଗୁଜରାଟ ପକ୍ଷରୁ କ୍ରିଜରେ ହର୍ଲିନ ଦେଓଲ ଓ ସୋଫିଆ ଡଙ୍କଲେ ଦମଦାର ପ୍ରଦର୍ଶନ କରିଥିଲେ । ସୋଫିଆ ଡଙ୍କଲେ ତୃତୀୟ ଓଭରରେ ପ୍ରୀତି ବୋଷଙ୍କ ଓଭରରେ 23 ରନ କରିଥିଲେ । ଓପନର ସୋଫିଆ 18 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାର କିଛି ସମୟ ପରେ ସୋଫିଆ ଆଉଟ ହୋଇଥିଲେ । 28 ବଲରେ 65 ରନ କରି ଶ୍ରୀୟଙ୍କାଙ୍କ ଶିକାର ହୋଇଥିଲେ । ସେ 11ଟି ଚୌକା ଓ 3ଟି ଛକା ମାରିଛନ୍ତି ।

ପରେ ପରେ ଦଳର ତୃତୀୟ ଓ ଚତୁର୍ଥ ୱିକେଟରେ ଯଥାକ୍ରମେ ଏସଲେ ଗାର୍ଡନର ଓ ହେମଲତା ଆଉଟ ହୋଇଥିଲେ । ଦୁହେଁ ଯଥାକ୍ରମେ 15 ଓ 7 ରନ କରିଥିଲେ । ହର୍ଲିନ ଦେଓଲ 35 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ 45 ବଲରେ 67 (9 ଚୌକା, 1ଛକା) ରନ୍‌ କରି ଆଉଟ ହୋଇଥିଲେ । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 201 ରନ୍‌ କରିଥିଲା ଗୁଜରାଟ । ଆରସିବିକୁ 202ରନ ବିଜୟ ଲକ୍ଷ୍ୟ ଦେଇଥିଲା ।

ଏହା ବି ପଢନ୍ତୁ...INDvsAUS 4th Test: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମ ଦିନ ଖେଳ ଦେଖିବେ ମୋଦି

202ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଆରସିବି । ଓପନିଂ କରିଥିଲେ ସ୍ମୃତି ମାନ୍ଧନା ଓ ସୋଫି ଡିବାଇନ । ଉଭୟ ଭଲ ଆରମ୍ଭ କରିଥିଲା । ଗୁଜରାଟ ପକ୍ଷରୁ ପ୍ରଥମ ଓଭର କିମ ଗ୍ରାଥ ବୋଲିଂ କରୁଥିଲେ । 14 ବଲରେ 18 ରନ କରି ପ୍ରଥମ ଆଉଟ ହୋଇଥିଲେ ସ୍ମୃତି ମାନ୍ଧନା । ଏସଲେ ଗାର୍ଡେନରଙ୍କ ଶିକାର ହୋଇଥିଲେ ସ୍ମୃତି । ଏଲିସେ 25 ବଲରେ 32 ରନ କରି ଆଉଟ ହୋଇଥିଲେ । ମାନସୀ ଜୋସି ଏଲିସେଙ୍କୁ ଆଉଟ କରିଥିଲେ । ଆରସିବିର ଷ୍ଟାର ବ୍ୟାଟର ସୋଫି ଡିବାଇନ 37 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ବାଙ୍ଗାଲୋର ତୃତୀୟ ୱିକେଟରେ ରିଚା ଘୋଷ 10 ରନ କରି ଆଉଟ ହୋଇଥିଲେ । ପରେ ପରେ ସୋଫି ଡିଭାଇନ 45 ବଲରେ 66 ରନ କରି ଏନାବେଲ ସଦରଲେଡଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ବିଜୟ ଲକ୍ଷ୍ୟ ପିଛା କରୁଥିବା ଆରସିବି 6 ୱିକେଟ ହରାଇ ମାତ୍ର 190 ରନ କରିବାକୁ ସକ୍ଷମ ହୋଇଥିଲା । ସ୍ନେହ ରଣାଙ୍କ ନେତୃତ୍ବରେ ତୃତୀୟ ମ୍ୟାଚ ଖେଳୁଥିବା ଗୁଜରାଟ ଆରସିବିକୁ 11ରନ ପରାସ୍ତ କରି ମହିଳା ଆଇପିଏଲରେ ବିଜୟ ଖାତା ଖୋଲିଛି । ଆରସିବି ପକ୍ଷରୁ ଶ୍ରୀୟଙ୍କା ପାଟିଲ ଓ ହିଥର ନାଇଟ 2ଟି ଲେଖାଏଁ ୱିକେଟ ନେଇଥିଲେ । ରେଣୁକା ସିଂହ ଓ ମେଗନ ଶୁଟୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.