ETV Bharat / sports

ଅର୍ଜୁନ ଆୱାର୍ଡ ପାଇବା ଅତ୍ୟନ୍ତ ଗୌରବର ବିଷୟ: ଶିଖର ଧାୱନ - ଭାରତୀୟ ବ୍ୟାଟର ଶିଖର ଧାୱନ

ଅର୍ଜୁନ ଆୱାର୍ଡ ପାଇବା ପରେ ସୋସିଆଲ ମିଡିଆରେ ପରିବାର, ବନ୍ଧୁ ଓ ଜାତୀୟ କ୍ରିକେଟ ବୋର୍ଡ(BCCI) ସମେତ କ୍ରିକେଟ ଯାତ୍ରାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଭାରତୀୟ ବ୍ୟାଟର ଶିଖର ଧାୱନ । ଅଧିକ ପଢନ୍ତୁ...

Great honour to receive Arjuna Award, says Shikhar Dhawan
ଅର୍ଜୁନ ଆୱାର୍ଡ ପାଇବା ଅତ୍ୟନ୍ତ ଗୌରବର ବିଷୟ: ଶିଖର ଧାୱନ
author img

By

Published : Nov 14, 2021, 8:16 PM IST

ନୂଆଦିଲ୍ଲୀ: ଅର୍ଜୁନ ଆୱାର୍ଡ ପାଇବା ପରେ ଭାରତୀୟ ବ୍ୟାଟର ଶିଖର ଧାୱନ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପରିବାର, ବନ୍ଧୁ ଓ ଜାତୀୟ କ୍ରିକେଟ ବୋର୍ଡ(BCCI) ସମେତ କ୍ରିକେଟ ଯାତ୍ରାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧାୱନ ।

  • Arjuna award receive karna mere liye bohot sammaan ki baat hai. Mai unn sabhi logon ka dhanyawad karna chahta hu jo iss safar mein mere saath khade rahe - mere coaches, doctors, support staff, BCCI, teammates, sabhi fans, mere doston aur mera parivar. pic.twitter.com/fDYkqs9se2

    — Shikhar Dhawan (@SDhawan25) November 14, 2021 " class="align-text-top noRightClick twitterSection" data=" ">

୩୫ ବର୍ଷୀୟ ଭାରତୀୟ ଓପନର ଧାୱନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଅର୍ଜୁନ ଆୱାର୍ଡ ପ୍ରଦାନ କରିଛନ୍ତି । ଧନ୍ୟବାଦ ବାର୍ତ୍ତା ଥିବା ଟ୍ବିଟ୍‌ରେ ଧାୱନ ଲେଖିଛନ୍ତି, "ଅର୍ଜୁନ ଆୱାର୍ଡ ଗ୍ରହଣ କରିବା ମୋ ପାଇଁ ବହୁତ ସମ୍ମାନର କଥା । ଯେଉଁମାନେ ମୋର ଏହି ଯାତ୍ରାରେ ସାଥ୍‌ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ କରିବାକୁ ଚାହେଁ । ମୋର କୋଚ୍‌, ଡକ୍ଟର, ସପୋର୍ଟ ଷ୍ଟାଫ, BCCI, ସାଥୀ ଖେଳାଳି, ସମସ୍ତ ଫ୍ୟାନ୍ସ ଓ ବନ୍ଧୁ ପରିବାରକୁ ଅନେକ ଧନ୍ୟବାଦ ।"

ଦିଲ୍ଲୀ ବ୍ୟାଟର ୧୪୫ଟି ଅନ୍ତର୍ଜାତୀୟ ଦିନିକିଆରେ ଭାରତକୁ ପ୍ରତିନିଧିତ୍ବ କରିବା ସହ ୪୫.୫୫ ଆଭରେଜରେ ୬,୧୦୫ ରନ୍‌ ସଂଗ୍ରହ କରିଛନ୍ତି ।

ଏଥିରେ ୩୩ଟି ଅର୍ଦ୍ଧଶତକ ଓ ୧୭ଟି ଶତକୀୟ ଇଂନିସ ରହିଛି । ଦିନିକିଆ କ୍ରିକେଟରେ ଦ୍ରୁତତମ ଭାରତୀୟ ଖେଳାଳି ଭାବେ ୨୦୦୦ ଓ ୩୦୦୦ ରନ୍‌ ସଂଗ୍ରହ କରିବାର ରେକର୍ଡ ତାଙ୍କ ନାମରେ ରହିଛି । ୫୦ ଓଭର ଫର୍ମାଟରେ ଦିଲ୍ଲୀ ବ୍ୟାଟର ଦ୍ବିତୀୟ ଦ୍ରୁତତମ ଖେଳାଳି ଭାବେ ୪୦୦୦ ଓ ୫୦୦୦ ରନ୍‌ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.